ପ୍ଲାଷ୍ଟିକ୍ ବ୍ୟାଗରୁ ଏହି ମହିଳା ତିଆରି କଲେ ନିଜ ପାଇଁ ଜ୍ୟାକେଟ୍ ଓ ସ୍କଟ

ନ୍ୟୁୟର୍କ,୨୯।୩: ପରିବେଶ ପାଇଁ ପଲିଥିନ ଓ ପ୍ଲାଷ୍ଟିକ୍ ବ୍ୟାଗ୍ ଖୁବ୍ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଏହି ପ୍ଲାଷ୍ଟିକ୍ ବ୍ୟାଗରୁ ଆମେରିକାର ଜଣେ ମହିଳା ତିଆରି କରିଛନ୍ତି ନିଜ ପାଇଁ ଜ୍ୟାକେଟ୍ ଓ ସ୍କଟ। ଆମେରିକାର ରହୁଥିବା ରୋଜା ଫୋରିଙ୍ଗୋ(୭୫) ୩୧୦ଟି ପ୍ଲାଷ୍ଟିକ୍ ବ୍ୟାଗରୁ ନିଜ ପାଇଁ ଏହି ସବୁ ଜିନିଷ ତିଆରି କରିଛନ୍ତି। ଏହି ଡ୍ରେସ ଦୂରରୁ ଦେଖିଲେ କେହି ଜାଣିପାରିବେ ନାହିଁ ଯେ, ତାହା ପ୍ଲାଷ୍ଟିକ୍ ବ୍ୟାଗରେ ତିଆରି ହୋଇଛି। କେବଳ ଛୁଇଁଲେ ହିଁ ଜାଣିପାରିବେ ଏହା ପ୍ଲାଷ୍ଟିକ୍ ବ୍ୟାଗରେ ତିଆରି ହୋଇଛି।

ନ୍ୟୁୟର୍କରେ ରହୁଥିବା ରୋଜା କୁହନ୍ତି, ତାଙ୍କୁ ରିସାଇକେଲଡ୍ ପର୍ସ ଦେଖିକି ଡ୍ରେସ ତିଆରି କରିବାକୁ ପ୍ରେରଣା ମିଳିଥିଲା। ରୋଜାଙ୍କ ଝିଅ ଫ୍ରାନ୍ ବଟଲ୍ଲି କହିଛନ୍ତି ଗତ ବର୍ଷ ତାଙ୍କ ମା ଏକ ପାର୍ଟିରେ ପ୍ଲାଷ୍ଟିକ୍ ବ୍ୟାଗ୍ ଦେଖିଥିଲେ। ଏହାପରେ ସେ ଲାଲ ରଙ୍ଗର ବ୍ୟାଗ ତିଆରି କରିଥିଲେ। ପରେ ତାଙ୍କୁ ଲାଗିଥିବା ବ୍ୟାଗ ସହିତ ମ୍ୟାଚିଂ ଡ୍ରେସ ମଧ୍ୟ ହେବା ଦରକାର, ଏହାପରେ ମା’ ପ୍ଳାଷ୍ଟିକ୍ ବ୍ୟାଗରୁ ତିଆରି କରିଥିଲେ ନିଜ ପାଇଁ ଜ୍ୟାକେଟ୍ ଏବଂ ସ୍କଟ।
ଡ୍ରେସ ତିଆରି କରିବା ପାଇଁ ରୋଜା ଏକ ଷ୍ଟୋରରୁ କାଠ କିଣିଥିଲେ ଓ ଏହାକୁ ଘଷି ଛୁଞ୍ଚିର ଆକାର ଦେଇଥିଲେ। ଏହାପରେ ସେ ପ୍ଲାଷ୍ଟିକ୍ ବ୍ୟାଗ୍ ଏକାଠି କରିଥିଲେ। ୧୭୦ ପ୍ଲାଷ୍ଟିକ୍ ବ୍ୟାଗରୁ ଜ୍ୟାକେଟ୍ ଓ ୧୪୦ଟିରୁ ସ୍କଟ ତିଆରି କରିଥିଲେ। ଡ୍ରେସ୍ ତିଆରି ହେବାପରେ ସେ ଏହାକୁ ପିନ୍ଧି ପାର୍ଟିକୁ ଯାଇଥିଲେ। ସେଠାରେ ଥିବା ଲୋକେ ରୋଜାଙ୍କ ଡ୍ରେସ୍ ଦେଖି ଖୁବ୍ ପ୍ରଶଂସା କରିଥିଲେ। ଏହାପରେ ସେମାନେ ଯେତେବେଳେ ଜାଣିଥିଲେ ଏହା ପ୍ଲାଷ୍ଟିକ୍ ବ୍ୟାଗରୁ ତିଆରି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।