PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କଲେ ପୁରୀ ଏଡିଏମ
  • ||
  • କଟକ: ମାତା ମଠ ନିକଟରେ ସିଲଭରସିଟି ବୋଟିଂ କ୍ଲବର ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ: କାର୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
  • ||
  • ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ
  • ||
  • କର୍ଲାମୁଣ୍ଡା : କରୋନାରେ ଚାଲିଗଲା ଯୁବ ଶିକ୍ଷକଙ୍କ ଜୀବନ
  • ||
  • ତେଲକୋଇ: ଶାବକ ବାରହା ଢ଼ୁଡ ପୁଣି ନିଖୋଜ, ଗତ କିଛି ଦିନ ତଳେ ମାଆ କୁନ୍ତଳାଙ୍କ କୋଳକୁ ଫେରିଥିଲା
  • ||
  • ସମ୍ବଲପୁର: ଭିମସାରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ସଚିବ ପ୍ରମୁଖଙ୍କ କୋଭିଡ ମୁକାବିଲା ସମୀକ୍ଷା, ବୁର୍ଲାରେ ମୋଟ୍ ୫୨୫ ଶଯ୍ୟା କୋଭିଡ ହସପିଟାଲ ହେବ ବୋଲି ଶ୍ରୀ ମହାପାତ୍ରଙ୍କ ସୂଚନା
  • ||
  • ନିଆଳି: ବାଲିକୁଦା ଜଙ୍ଗଲରୁ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ୩ଦିନ ଧରି ଏହି ଯୁବକ ନିଖୋଜ ଥିଲେ
  • ||
  • ମେଲଚ୍ଛାମୁଣ୍ଡା : ହାତୀ ଆକ୍ରମଣରେ ଜଣେ ମୃତ
  • ||
  • ବୌଦ୍ଧ: ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ
  • ||
  • ସାଲେପୁର: ବିଦ୍ୟୁତଘାତରେ କେବୁଲ ଅପେରେଟର ମୃତ୍ୟୁ। ବିଦ୍ୟୁତ ଖୁଣ୍ଟରେ ଚଢ଼ି କେବୁଲ କାର୍ଯ୍ୟ କରୁଥିବା ବେଳେ ଅଘଟଣ
  • ||
  • ଭୁବନେଶ୍ଵର: ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ ବିଏମ୍‌ସିର କଟକଣା, ଖୁବଶୀଘ୍ର ଆସିବ ଏସ୍‌ଓପି
  • ||
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||

କଙ୍ଗାରୁ କୋର୍ଟକୁ ବଳିଗଲା ଛାତ୍ରଙ୍କ ଦାଦାଗିରି- ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯୁକ୍ତଦୁଇ ଛାତ୍ରକୁ ଜଙ୍ଗଲକୁ ଟେକିନେଇ ନିସ୍ତୁକ ପିଟିଲେ ଛାତ୍ର ଅଣଛାତ୍ର

ବଲାଙ୍ଗିର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବା ନେଇ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଉକ୍ତ ଭିଡ଼ିଓରେ ଜଣେ ଯୁବକଙ୍କୁ ସାଦା ପୋଷାକରେ ଥିବା ଯୁକ୍ତ ଦୁଇ ପ୍ରଥମବର୍ଷର ଛାତ୍ରଙ୍କୁ କେତେକ ଯୁବକ ନିସ୍ତୁକ ମାଡ଼ ମାରୁଛନ୍ତି । ଆକ୍ରମଣ କରୁଥିବା ଯୁବକଙ୍କ ମଧ୍ୟରେ ଯୁକ୍ତ ୨ ଦ୍ବିତୀୟ ବର୍ଷର କେତେକ ଛାତ୍ର ରହିଥିବା ବେଳେ ପ୍ରାୟ ୪ଜଣ ଅଣଛାତ୍ର ରହିଛନ୍ତି । କୌଣସି ଏକ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସେମାନେ ସଂପ୍ରୃକ୍ତ ଯୁବକଙ୍କୁ ମାଡ଼ ମାରିବାସହ ଗୋଡ ଧରିବା ପାଇଁ ବାଧ୍ୟ କରିଛନ୍ତି । ଭିଡ଼ିଓଟି ଗତ ୫ତାରିଖର ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କୌଣସି ଏକ ଘଟଣାକୁ ନେଇ ସ୍ଥାନୀୟ ହାତୀସାଲପଡ଼ାଠାରେ ଯୁକ୍ତ୨ ପ୍ରଥମବର୍ଷର ଛାତ୍ର ବିହାନ ଅଗୱାଲ ମାଡ଼ ମାରିଥିବା ଛାତ୍ରମାନଙ୍କ ସହ ଗଣ୍ଡଗାଳ କରିଥିଲେ । ଏହାପରେ ସେ ସେମାନଙ୍କୁ ମାଡ଼ ମାରି ନାକ ମଧ୍ୟ ଫଟାଦେଇଥିଲେ । ସେହି ସମୟରେ ମାଡ଼ ଖାଇଥିବା ଛାତ୍ର ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ବିହାନଙ୍କୁ ଖୋଜୁଥିଲେ । ଗତ ୫ତାରିଖରେ ମାଡ଼ ଖାଇଥିବା ଛାତ୍ର ଗୋଷ୍ଠୀ କେତେକ ଅଣଛାତ୍ରଙ୍କ ସହ ବିହାନଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରୁ ଜୋରଜବରଦସ୍ତ ଉଠାଇ ବିଶ୍ୱବିଦ୍ୟାଳୟ ପଛପଟେ ଥିବା ଜଙ୍ଗଲକୁ ନେଇଯାଇଥିଲେ । ପରେ ଏକ ଗଛ ତଳେ ବିହାନଙ୍କୁ ରଖି ପ୍ରବଳ ମାଡ଼ ମାରିଥିଲେ । ତେବେ ମାଡ ଖାଉଥିବା ଛାତ୍ରଜଣକ ଏକାକି ଥିବା ବେଳେ ମାଡ ମାରିଥିବା ଗୋଷ୍ଠୀର ସଂଖ୍ୟା ୮ରୁ ୧୦ଜଣ ଥିବା ଭିଡିଓରେ ଜଣାପଡୁଛି । ସେମାନଙ୍କ ଭିତରୁ ୩ରୁ ୪ଜଣ ଅଣଛାତ୍ର ରହିଛନ୍ତି । ଏହି ଘଟଣାକୁ ନେଇ ଟାଉନ ଥାନାରେ କୌଣସି ଅଭିଯାଗ ହୋଇନଥିବା ବେଳେ ଭାଇରାଲ ଭିଡିଓକୁ ନେଇ ପୁଲିସସ ତଦନ୍ତ ଆରମ୍ଭ କରଥିବା ଜଣାପଡିଛି ।