ପ୍ରଥମ ଦେଖାରେ ହିଁ ଫିଦା ହୋଇଯାଇଥିଲେ ରାମ ଗୋପାଲ, ଲିଫ୍ଟରେ ଅନିକା ସୋଟିଙ୍କୁ ଦେଇଥିଲେ‌ ଏମିତି ଅଫର୍…

ମୁମ୍ବାଇ ୧୪।୧ : ଅଭିନେତ୍ରୀ ଅନିକା ସୋଟିଙ୍କର ଆଜି ଜନ୍ମଦିନ। ସେ ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଅନିକା ୧୯୯୧ ଜାନୁଆରୀ ୧୪ ତାରିଖ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। ଅନିକାଙ୍କ ଘର ତ ଉତ୍ତରପ୍ରଦେଶରେ, କିନ୍ତୁ ସେ ତାଙ୍କ କ୍ୟାରିଅର ତାମିଲ ଏବଂ ତେଲୁଗୁ ଫିଲ୍ମରେ ଆରମ୍ଭ କରିସାରିଛନ୍ତି।

ଅନିକା ୨୦୧୩ରେ ଆସିଥିବା ରାମ ଗୋପାଲ ବର୍ମାଙ୍କ ଫିଲ୍ମ ସତ୍ୟା-୨ରୁ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ଏହାପରେ ସେ ବଲିଉଡ ଛାଡ଼ି ନିଜ କ୍ୟାରିଅର ସାଉଥ୍‌ ଫିଲ୍ମରେ ଆରମ୍ଭ କରିତିଲେ।

ଏହାପରେ ୨୦୧୪ରୁ ନେଇ ଏବେ ପର୍ଯ୍ୟନ୍ତ ସେ ଗୋଟିଏ ତେଲୁଗୁ ଏବହ ୩ ତାମିଲ ଫିଲ୍ମରେ ନଜର ଆସିସାରିଛନ୍ତି। ଏହା ବ୍ୟତୀତ ଏବେ ତାଙ୍କ ପାଖରେ ୨ ତାମିଏ ଫିଲ୍ମ ରହିଛି। ଯାହା ଚଳିତ ବର୍ଷ ରିଲିଜ୍ ହେବ।

ଅନିକା ନିଜ ହାଇସ୍କୁଲ ପାଠପଢ଼ା ପୁରା କରିବା ପାଇଁ ମାଲେସିୟା ଯିବା ପୂର୍ବରୁ ତାଙ୍କର ସାକ୍ଷାତ ମୁମ୍ବାଇରେ ଗୋଟିଏ ସ୍ଥାନ ଅର୍ଥାତ୍ ଲିଫ୍ଟରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ଶର୍ମାଙ୍କ ସହ ହୋଇଥିଲା।

ମିନିଆ ରିପୋର୍ଟସ କହିବା ଅନୁସାରେ, ପ୍ରଥମ ନଜରର ହିଁ ରାମଗୋପାଲ ଅନିକାଙ୍କ ଉପରେ ଫିଦା ହୋଇଯାଇଥିଲେ। କେବଳ ସେତିକି ନୁହେଁ, ସାଙ୍ଗେ ସାଙ୍ଗେ ତାଙ୍କର ଏକ ଫିଲ୍ମ ସତ୍ୟା-୨ ପାଇଁ ଅଫର୍‌ ଦେଇଥିଲେ।

ପ୍ରଥମେ ଅନିକା ଅଭିନୟ ପ୍ରତି ଅଧିକ ଆଗ୍ରହ ଦେଖାଇନଥିଲେ, କିନ୍ତୁ ପରେ ଯେତେବେଳେ ରାଗ ଗୋପାଲ ପୁନର୍ବାର ଯୋଗାଯୋଗ କଲେ,ସେତେବେଳେ  ଫିଲ୍ମର ପ୍ରସ୍ତୁତ ହୋଇସାରିଥିଲା।

ଫିଲ୍ମ ସତ୍ୟା-୨ ପରେ ସେ କୌଣସି ବି ହିନ୍ଦୀ ଫିଲ୍ମରେ ନଜର ଆସିଲେ ନାହିଁ। ଅନିକା ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ୍ ରୁହନ୍ତି ଏବଂ ନିଜ ଫ୍ୟାନ୍ସଙ୍କ ସହିତ ପ୍ଲାର୍ଟଫର୍କ ଜାରିଆରେ ଜଡ଼ିତ ଥାନ୍ତି।