ସୋନମଙ୍କ ଯୋତାର ଫିତା ବାନ୍ଧିଲେ ସ୍ବାମୀ ଆନନ୍ଦ ଆହୁଜା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ,୧୯।୪: ବଲିଉଡ ଅଭିନେତ୍ରୀ ସୋନମ କପୁର ଆହୁଜା ଓ ଆନନ୍ଦ ଆହୁଜା ବିବାହ ପରେ ଦାମ୍ପତ୍ୟ ଜୀବନକୁ ଖୁବ୍ ଏନଜୟ କରୁଛନ୍ତି। ଦୁହେଁ ଏକାଠି କ୍ବାଲିଟି ଟାଇମ୍ ବିତାଇବାର ଫଟୋ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଭାଇରାଳ ହେଉଛି। ତେବେ ନିକଟରେ ସୋନମ ଓ ଆନନ୍ଦଙ୍କ ଏକ ଫଟୋ ଖୁବ୍ ଭାଇରଲ ହେବାର ଦେଖିବାକୁ ମିଳିଛି। ତାହା ହେଲା ସୋନମ ଓ ଆନନ୍ଦ ଏକ ଫଟୋ କୌଣସି ଏକ ଷ୍ଟୋର ଲଞ୍ଚିଂ ବେଳେ ଦେଖିବାକୁ ମିଳିଥିଲା। ଆନନ୍ଦ ଷ୍ଟୋରରେ ସୋନମଙ୍କ ଯୋତାର ଫିତା ବାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଉପସ୍ଥିତ ଲୋକ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ୩୦୦୦ କୋଟି ଟଙ୍କାର ମାଲିକ ଆନନ୍ଦ ସୋନମଙ୍କ ପାଇଁ ତଳେ ବସି ତାଙ୍କ ଯୋତା ବାନ୍ଧିବା ଲୋକଙ୍କୁ ନିହାତି ଆଶ୍ଚର୍ଯ୍ୟ ତ କରିବ।

ଏହି ସମୟରେ ସୋନମଙ୍କୁ ୟେଲୋ କଲର ଡ୍ରେସ ସହିତ ମ୍ୟାଚିଂ ଯୋତା ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ହାଇ ପୋନି, ରେଡ୍ ଲିପଷ୍ଟିକ୍ ଓ ହ୍ୟାଣ୍ଡବ୍ୟାଗ ସହ ସୋନମଙ୍କ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ସେଭଳି ଆନନ୍ଦ ମଧ୍ୟ ବ୍ଲାକ ଟ୍ରାଉଜର ଏବଂ ଟିସାର୍ଟରେ ଦେଖିବାକୁ ମିଳିଥିଲେ। ଏହି ଇଭେଣ୍ଟରେ ସୋନମଙ୍କ ଜୋତାର ଫିତା ଖୋଲି ଯାଇଥିବାର ଦେଖି ଆନନ୍ଦ ସଙ୍ଗେ ସଙ୍ଗେ ଫିତାକୁ ବାନ୍ଧି ଦେଇଥିଲେ।

ଆନନ୍ଦଙ୍କ ଏହି ଫଟୋ ଭାଇରାଲ ହେବାପରେ ଏବେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ଉଲ୍ଲେଖନୀୟ ଯେ, ଆନନ୍ଦ ଦିଲ୍ଲୀର ପ୍ରସିଦ୍ଧ ଉଦ୍ୟୋଗପତି ପରିବାରରୁ ଆସିଛନ୍ତି। ସେ କ୍ଲଥିଙ୍ଗ କମ୍ପାନୀ ‘ଭାନେ’ର ସିଇଓ ଏବଂ ଫାଉଣ୍ଡର ମଧ୍ୟ। ଏହା ଛଡା ଆନନ୍ଦ ସ୍ନିକର ବୁଟିକ ଭେଜ ନନଭେଜର ମଧ୍ୟ ମାଲିକ। ଆନନ୍ଦ ଆମେରିକାର ସ୍କୁଲରୁ ଶିକ୍ଷାଗ୍ରହଣ କରିଛନ୍ତି।