PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଜଣେ ସାଧାରଣ ଲୋକର ଏଭଳି ବୁଦ୍ଧି ଦେଖି ଦିୱାନା ହେଲେ ଆନନ୍ଦ ମହିନ୍ଦ୍ରା, ଭିଡିଓ ସେୟାର କରି କହିଲେ ଏମିତି…

https://khabar.ndtv.com/

ନୂଆଦିଲ୍ଲୀ ୬/୮: ବିଜନେସମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରୁହନ୍ତି । ସେ ମଜାଦାର ଭିଡିଓ ଓ ଫନି ପୋଷ୍ଟ କରି ଲୋକଙ୍କୁ ଏଣ୍ଟରଟେନ୍ କରନ୍ତି । ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟରରେ ୮୦ ଲକ୍ଷ ଫଲୋର୍ସ ଅଛନ୍ତି ।  ଏଥର ସେ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏଥିରେ ଏକ ଟ୍ରାକ୍ଟର ଯୋଗାଡ କରି ଜଣେ ବ୍ୟକ୍ତି ମଇଁଷିଠୁ କ୍ଷୀର ବାହାର କରୁଛି । ସୋସିଆଲ ମିଡିଆରେ ଏହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ଟ୍ରାକ୍ଟରରେ ଏକ ପାଇପ୍ ଲଗାଇଛନ୍ତି ଏବଂ ସେହି ପାଇପ୍ ଏକ ବନ୍ଦ ଡବାରେ ଫିଟିଂ ହୋଇଛି । ଅନ୍ୟ ପାଇପ୍ ମେସିନରେ ବ୍ୟକ୍ତି ଜଣକ ଭାକ୍ୟୁମ ଜରିଆରେ ମଇଁଷିଠୁ କ୍ଷୀର ଦୁହୁଁଛି । ଏହି ଭିଡିଓ ଦେଖି ଆନନ୍ଦ ମହିନ୍ଦ୍ରା ମଧ୍ୟ ଦିୱାନା ହୋଇଗଲେ ଏବଂ ଭିଡିଓକୁ ଟ୍ୱିଟରେ ସେୟାର କରିଦେଲେ ।

ଭିଡିଓ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି କି ଗ୍ରାମୀଣ ଅଞ୍ଚଳରେ କେମିତି ଆମ ଟ୍ରାକ୍ଟର ବ୍ୟବହାର କରାଯାଉଛି । ଏହି ଭିଡିଓ କ୍ଲିପ୍ ଲୋକମାନେ ମୋତେ ପଠାନ୍ତି । କିନ୍ତୁ ଏହା ମୋ ପାଇଁ ନୂଆ ।

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ୫ ଅଗଷ୍ଟରେ ସେୟାର କରିଥିଲେ ଯାହାକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି । ଏହା ସହିତ ୧୧ ହଜାରରୁ ଅଧିକ ଲାଇକ୍ସ ଓ ହଜାରରୁ ଅଧିକ କମେଣ୍ଟ୍ସ ଓ ରି-ଟ୍ୱିଟ୍ ହୋଇସାରିଛି ।

ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି କି ଟ୍ରାକ୍ଟରର ଏୟାର ସେକ୍ସନରେ ପାଇପ୍ ଯୋଡା ଯାଇଛି । ଏହା ମଇଁଷିଠୁ କ୍ଷୀର ବାହାର କରୁଥିବା ମେସିନ୍ ସହିତ ଯୋଡା ଯାଇଛି । ଏୟାର ସେକ୍ସନ ସାହାଯ୍ୟରେ ଭାକ୍ୟୁମ କ୍ରିଏଟ୍ କରି କ୍ଷୀର ବାହାର କରାଯାଉଛି । ଏଥିରେ ଲୋକମାନେ ଭିନ୍ନ ଭିନ୍ନ ରିଆକ୍ସନ ଦେଇଛନ୍ତି ।

ସମ୍ବନ୍ଧିତ ଖବର