ପାକିସ୍ତାନ ଜେଲରୁ କେବେ ମୁକୁଳିବେ ଆନନ୍ଦ? ଫେରିବା ବାଟକୁ ଅନାଇ ବସିଛନ୍ତି ପରିବାର ଲୋକେ,୧୯୬୫ ମସିହା ଯୁଦ୍ଧ ବେଳେ ବନ୍ଦୀ କରି ନେଇଥିଲା ପାକ୍

ଧୁଷୁରୀ, ୨୨/୧୧: ୧୯୬୫ ମସିହାରୁ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଆନନ୍ଦ ପତ୍ରୀ ଭାରତ ପକ୍ଷରୁ ଲଢ଼େଇରେ ସାମିଲ ହୋଇଥିଲେ । ସେତେ ବେଳେ ପାକିସ୍ତାନ ସରକାର ତାଙ୍କୁ ବନ୍ଦୀ କରି ନେଇଥିଲା । ସେହିଦିନରୁ ତାଙ୍କୁ ପାକିସ୍ତାନ ଜେଲରେ ରଖିଛି । ଆନନ୍ଦଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ଗ୍ରାମରେ । ଏନେଇ ବିଭିନ୍ନ ଖବର କାଗଜରେ ଫଟୋ ପ୍ରକାଶ ପାଇବା ପରେ ଆନନ୍ଦ ପତ୍ରୀଙ୍କୁ ତାଙ୍କ ପୁଅ ବିଦ୍ୟାଧର ପତ୍ରୀ ଚିହ୍ନି ପାରିଥିଲେ ।

ବାପା ଆନନ୍ଦଙ୍କୁ ଜେଲରୁ ମୁକୁଳାଇବାକୁ ପୁଅ ବିଦ୍ୟାଧର ଉଦ୍ୟମ କରି ଆସୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଗୁହାରି କରିଥିଲେ । ଫଳରେ ରାଜ୍ୟ ସରକାର ତତ୍କାଳୀନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଏକ ପତ୍ର ଲେଖି ଆନନ୍ଦଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ । ଏଥିରେ ରାଜ୍ୟ ସରକାର ଦର୍ଶାଇଥିଲେ, ୨୦୦୩ ମସିହା ଫେବ୍ରୁଆରୀ ୭ ତାରିଖରେ ଆନନ୍ଦଙ୍କ ଫଟୋ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା ।

ଏହାକୁ ତାଙ୍କ ପୁଅ ବିଦ୍ୟାଧର ଚିହ୍ନଟ କରିଥିଲେ । ଭାରତ ସରକାର ଆନନ୍ଦଙ୍କ ମୁକ୍ତି ପାଇଁ ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଫଳରେ ତାଙ୍କର ଶେଷ ଜୀବନ ସେ ନିଜ ପରିବାର ସହ କଟାଇ ପାରିବେ । ତାଙ୍କ ପରିବାର ପାଇଁ ଏହା ଏକ ଆଶ୍ୱାସନାର ବିଷୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ।

ଅନ୍ୟପଟେ ଏନେଇ ଭାରତ ସରକାରଙ୍କ ସହିତ ଅନେକ ଚିଠିପତ୍ର ବିନିମୟ ହୋଇଛି । ତେବେ ଲାହୋରରେ କୋଟଲାଲପାଟ୍‌ସ୍ଥିତ କେନ୍ଦ୍ରୀୟ ଜେଲରେ ଥିବା ନସିମ୍‌ ଗୋପାଳ ନାମକ ଜଣେ ବନ୍ଦୀଙ୍କ ସହିତ ଆନନ୍ଦଙ୍କ ସାମଞ୍ଜସ୍ୟ ରହିଥିବା ବୈଦେଶିକ ମନ୍ତ୍ରଣାଳୟ ସ୍ୱୀକାର କରିଛି । ତେଣୁ ସେହି ବନ୍ଦୀ ଜଣକ ଆନନ୍ଦ ପତ୍ରୀ ବୋଲି ହୋଇଥିବା ଦାବିକୁ ଭାରତ ସରକାର ନିଶ୍ଚିତ କରି ନାହାନ୍ତି କିମ୍ବା ମନା ମଧ୍ୟ କରିନାହାନ୍ତି । ସେପଟେ ବାପା ଆନନ୍ଦଙ୍କ ଫେରିବା ବାଟକୁ ପୁଅ ବିଦ୍ୟାଧର ଚାହିଁ ବସିଛନ୍ତି । ଏଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଧାମନଗରବାସୀ ଅନୁରୋଧ କରିଛନ୍ତି ।

   ସମ୍ବନ୍ଧିତ ଖବର


ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?

କୃଷକ ଆନ୍ଦୋଳନ; ଦିଲ୍ଲୀ ପୋଲିସକୁ କେଜ୍ରିଓ୍ବାଲ ସରକାରଙ୍କ ବଡଝଟକା, ଷ୍ଟାଡିୟମରେ ତିଆରି ହେବନି ଅସ୍ଥାୟୀ ଜେଲ୍…

୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, ଆରମ୍ଭ ହେବ କୁମ୍ଭୀର ଗଣନା

ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା