ଓଜନ କମାଇବା ପାଇଁ ଘର ଛାଡ଼ିଥିଲେ, ଦିନକୁ ଦୌଡ଼ୁଥିଲେ ୨୩ କିମି; ଅନନ୍ତଙ୍କ ପତଳା ହେବାର ରହସ୍ୟ ଖୋଲିଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ, ୧୭/ ୧୦: ଆଜିର ସମୟରେ ମୋଟାପଣ ସମସ୍ୟା କୁ ନେଇ ପ୍ରାୟତଃ ସମସ୍ତେ ଚିନ୍ତିତ। ସାରା ଦୁନିଆରେ କୋଟି କୋଟି ଲୋକ ଏଭଳି ବି ଅଛନ୍ତି ଯେ, ଯିଏ ନିଜ ମୋଟାପଣକୁ ନେଇ ଚିନ୍ତିତ ରହିଥାନ୍ତି ଏବଂ ଓଜନ ହ୍ରାସ କରିବାକୁ ଭାବିଥାନ୍ତି। ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ମୋଟାପଣକୁ ନେଇ ଚିନ୍ତିତ ଥିଲେ ଓ ନିଜ ଓଜନ କମାଇବାକୁ ଚେଷ୍ଟା କରିଥିଲେ। ଏକଦା ନିଜର ମୋଟାପଣକୁ ନେଇ ଚିନ୍ତିତ ଥିବା ଅନନ୍ତ ଅମ୍ବାନୀ ନିଜର ୧୦୮ କେଜି ଓଜନ ହ୍ରାସ କରିବାରେ ସଫଳ ହୋଇଥିଲେ। ନୀତା ଅମ୍ବାନୀ ୨୦୧୮ ମସିହାରେ ଇଣ୍ଡିଆ ଟୁଡେ କନକ୍ଳେଭରେ ହୋଇଥିବା ଇଣ୍ଟରଭ୍ୟୁରେ ଅନନ୍ତ ଅମ୍ବାନୀଙ୍କ କଠିନ ପରିଶ୍ରମ ବିଷୟରେ କହିଥିଲେ। ନୀତା ଅମ୍ବାନୀ କହିଥିଲେକି ଯେବେ ଅନନ୍ତ ୧୮ ବର୍ଷର ହୋଇଥିଲେ ସେ ଦିନେ ଆସିକି ମୋତେ କହିଥିଲେ କି ମା ମୁଁ ନିଜ ଶରୀରର ଓଜନ କମ୍‌ କରିବାକୁ ଚାହୁଁଛି। ଆପଣ ମୋ ସାହାଯ୍ୟ କରି ପାରିବେ କି ବୋଲି ପଚାରିଥିଲେ। ତ ମୁଁ ହଁ କରିଥିଲି ବୋଲି ନୀତା ଅମ୍ବାନୀ କହିଥିଲେ।

ନୀତା ଆହୁରି କହିଥିଲେ ଯେ, ଏହାପରେ ଅନନ୍ତ ଅମ୍ବାନୀ ଜାମଗର ଚାଲି ଯାଇଥିଲେ। ଯେଉଁଠି ରିଲିୟାନ୍ସର ରିଫାଇନାରୀ ପ୍ଲାଣ୍ଟ ରହିଛି। ସେଠାରେ ସେ ୫୦୦ ଦିନ ରହିଥିଲେ। ସେଠାରେ ସେ ପ୍ରତିଦିନ ୨୩ କିମି ଦୌଡ଼ୁଥିବା ସହ ପ୍ରତ୍ୟହ ଡାଏଟ କରୁଥିଲେ ଅନନ୍ତ। ଏହିପରି ପ୍ରାକୃତିକ ଭାବେ ଅନନ୍ତ ୧୧୮ କେଜି ଓଜନ କମାଇଥିଲେ। ଯାହା ମୋ ପାଇଁ ପ୍ରେରଣା ଦାୟୀ ବୋଲି କହିଛନ୍ତି ନୀତା ଅମ୍ବାନୀ।

କେବଳ ଏତିକି ନୁହେଁ ଆଇପିଏଲ ସମୟରେ ଅନନ୍ତ ସାମ୍ନାକୁ ଆସିଥିଲେ। ତାଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା। ଏହି ପ୍ରସଙ୍ଗ ଉପରେ ମଧ୍ୟ ନୀତା ଅମ୍ବାନୀ ଇଣ୍ଟରଭ୍ୟୁରେ କହିଥିଲେ। ସେ କହିଥିଲେ କି ଆକାଶ ଗ୍ରାଜୁଏସନ୍‌ କରୁଥିଲା ଓ ମୁଁ ଆମେରିକାରେ ଥିଲି। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମଥର ପାଇଁ ଆଇପିଏଲ ଫାଇନାଲକୁ ଯାଇଥିଲା। ଯଦି ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ ମ୍ୟାଚ ଜିତେ ତେବେ ଅନନ୍ତ ଟ୍ରଫି ଉଠାଇବ ବୋଲି କହିଥିଲି ବୋଲି ନୀତା କହିଥିଲେ।

ସେ ଆହୁରି କହୁଛନ୍ତି ଯେ, ଆଇପିଏଲ ସମୟରେ ଅନନ୍ତଙ୍କ ଫଟୋ ଖୁବ୍‌ ଭାଇରାଲ ହୋଇଥିଲା ଓ ତାଙ୍କ ମୋଟାପଣକୁ ନେଇ ୟୁଜର ମାନେ ଟ୍ରୋଲ କରିଥିଲେ। ତାହା ମୋତେ ଓ ଅନନ୍ତଙ୍କୁ ଖୁବ୍‌ ବାଧିଥିଲା। ସେତେବେଳେ ଅନନ୍ତଙ୍କର ବୟସ ମାତ୍ର ୧୪ କି ୧୫ ବର୍ଷ ହୋଇଥିଲା ବୋଲି ନୀତା ଅମ୍ବାନୀ କହିଛନ୍ତି। ଯେତେବେଳେ ଅନନ୍ତଙ୍କୁ ୧୮ ବର୍ଷ ହୋଇଥିଲା ଦିନେ ମୋ ପାଖକୁ ଆସି ଓଜନ କମାଇବା କଥା କହିଥିଲେ। ଆଉ ଅପଣ ସାହାଯ୍ୟ କରି ପାରିବେ କି ବୋଲି ମୋତେ ପଚାରିଥିଲେ ତ ମୁଁ ହଁ ବୋଲି କହିଥିଲି। ତାପରେ ସେ ନିଜ ଓଜନ କମାଇବା ପାଇଁ ଲାଗି ପଡ଼ିଥିଲେ।

   ସମ୍ବନ୍ଧିତ ଖବର


RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ନେପାଳର କୁମାରୀ ଦେବୀଙ୍କ ରହସ୍ୟମୟ ଜୀବନ