PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପାଣି ଘେରରେ ଥିବା ବାତ୍ୟା ପ୍ରଭାବିତଙ୍କୁ ମିଳୁନି ରିଲିଫ୍, ପ୍ରତିବାଦରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଇଲେ ସରପଞ୍ଚ

ସୋର, ୩୧/୦୫ : ସୋର ବ୍ଲକ ଅନନ୍ତପୁରରେ ରିଲିପ୍ ତାତି। ବିଡିଓଙ୍କ କାର୍ଯ୍ୟାଳୟ ବାହାରେ ଶୋଇ ସରପଞ୍ଚଙ୍କ ପ୍ରତିବାଦ। ବାତ୍ୟା ୟାସ୍ ପ୍ରବାବରେ କ୍ଷିଗ୍ରସ୍ତ ହୋଇଥିବା ଚାରି ଗାଁକୁ ରିଲିଫ୍ ମିଳୁନଥିବାରୁ ଏଭଳି ପ୍ରତିବାଦ କରିଛନ୍ତି ଅନନ୍ତପୁର ସରପଞ୍ଚ।

ସୂଚନାନୁଯାୟୀ, ବାତ୍ୟା ୟାସ୍ ପ୍ରଭାବରେ ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ପ୍ରଭାବିତ ହୋଇଛି। ଏହି ପଞ୍ଚାୟତର ୪ ଗାଁରେ ବନ୍ୟାପାଣି ପଶିଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ଘେରରେ ପ୍ରାୟ ଅଢେଇ ହଜାର ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି। ହେଲେ ଏହି ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନର ଦୃଷ୍ଟି ପଡ଼ୁନି। ଓଲଟା ଏହି ୪ ଗାଁକୁ ବାତ୍ୟା ପାଇଁ ଆସିଥିବା ଉନ୍ନୟନ ଯୋଜନାରେ ରିଲିଫ୍ କୁ ପ୍ରସାସନ ପକ୍ଷରୁ ଜାଣିଶୁଣି ବାଦ୍ କରାଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ପ୍ରତିବାଦ କରି ଗତକାଲି ଅନନ୍ତପୁର ସରପଞ୍ଚ ବିସ୍ଵନାଥ ବେହେରା ବିଡିଓଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସରପଞ୍ଚ ଧାରଣା ଦେଇଥିବା ସୂଚନା ମିଳିଛି।