PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଥମୁନି ଆନ୍ଧ୍ରର ଦାଦାଗିରି, କୋଟିଆରେ ଗୋଟିଏ ଦିନରେ ଓଡିଶା ଦେଉଛି କରୋନା ଟିକା, ଆନ୍ଧ୍ର ବାଣ୍ଟୁଛି ବାର୍ଦ୍ଧକ୍ୟ ଭତ୍ତା

କୋରାପୁଟ, ୦୨/୦୩ : ଥମୁନି ଆନ୍ଧ୍ରର ଦାଦାଗିରି। କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଗୋଟିଏ ପଟେ ରାଜ୍ୟ ସରକାର କୋଭିଡ ଟିକାକରଣ ଓ ଜାତି ପ୍ରମାଣପତ୍ର କାର୍ଯ୍ୟକ୍ରମ କରୁଥିବା ବେଳେ ଅନ୍ୟ ପଟେ ଏହାକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର କରୁଛି ଚାଲବାଜି। କୋଟିଆ ପଞ୍ଚାୟତରେ ଘରକୁ ଘର ବୁଲି ଆନ୍ଧ୍ର ବାଣ୍ଟୁଛି ବାର୍ଦ୍ଧକ୍ୟ ଭତ୍ତା। ସେପଟେ କୋଟିଆ ଠାରୁ କିଛି ଦୂରରେ ଥିବା ଗଞ୍ଜେଇପଦରରେ ଆନ୍ଧ୍ର ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୨୨୫୦ ଟଙ୍କା ବଣ୍ଟିଥିବା ବେଳେ ଫଗୁଣସିନେରୀ ଓ ଫାଟୁସିନେରୀରେ ପଟ୍ଟାଙ୍ଗି ତହସିଲର କର୍ମଚାରୀ ଓଡିଶା ସରକାରଙ୍କ ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ଜାତି ପ୍ରମାଣପତ୍ର ବାଣ୍ଟିଛନ୍ତି ।

ମାର୍ଚ୍ଚ ପହିଲାରୁ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦେଶବ୍ୟାପୀ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ କୋରାପୁଟର କୋଟିଆ ପଞ୍ଚାୟତରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ତେବେ କୋଟିଆ ଜିଲ୍ଲା ପ୍ରଶାସନ ପ୍ରଥମ ଦିନରେ ୫୦ ରୁ ୧୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ୧୧୪ ଜଣଙ୍କୁ ଟିକା ଦିଆଯାଇଛି। କୋଟିଆ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ଏହି ବିଷୟକୁ ଗୁରୁତ୍ୱ ଦେଇ କୋଟିଆବାସୀଙ୍କୁ ଉତ୍ସାହିତ କରିବାକୁ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ମଧ୍ୟ କୋଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଟିଆବାସୀଙ୍କ ସହିତ ଏକାଠି ଟିକା ଗ୍ରହଣ କରିଛନ୍ତି । ତାଙ୍କ ଉପସ୍ଥିତି କୋଟିଆବାସୀଙ୍କୁ ଉତ୍ସାହିତ କରିଥିବା ଶ୍ରୀ ପରିଡା ମତରଖିଛନ୍ତି ।

ତେବେ ଆନ୍ଧ୍ର ସରକାରଙ୍କ ଆର୍ଥିକ ସହାୟତା ମୋହରେ ସମ୍ପୂର୍ଣ୍ଣ ରୂପେ ବାନ୍ଧି ହୋଇନଯାଇ କୋଟିଆ ସ୍ଵାସ୍ଥ୍ୟକେନ୍ଦ୍ରକୁ ସଂଖ୍ୟାଧିକ ମାତ୍ରାରେ କୋଟିଆବାସୀ ପହଞ୍ଚିବା ପ୍ରମାଣ କରୁୀ ଯେ କୋଟିଆବାସୀ ଓଡିଶା ସହିତ ଅଛନ୍ତି ବୋଲି ଜିଲ୍ଲାପାଳ ଗଦାଧର ପରିଡା ମତ ରଖିଛନ୍ତି । ବର୍ତମାନ ଓଡିଶା ସରକାରଙ୍କ ଦ୍ଵରା ନିଆଯାଉଥିବା ବ୍ୟାପକ ସକାରାତ୍ମକ କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାର କରିଥିବା ଶ୍ରୀ ପରିଡା ଜଣାଇଛନ୍ତି ।