ଓଡିଶା ହାତରୁ ଖସିବ ବନ୍ଧୁଗାଁ ବ୍ଲକ୍! ଆନ୍ଧ୍ର ଏବେ ଏମିତି କରୁଛି ପ୍ରବେଶ

ବନ୍ଧୁଗାଁ (ଆପ୍ର) – କୋଟିଆ ପରେ ଏବେ ଆନ୍ଧ୍ରର ନଜର ବନ୍ଧୁ ଗାଁ ବ୍ଲକ ଉପରେ । କିଛି ସୀମାନ୍ତ ଗ୍ରାମର ଗ୍ରମବାସୀଙ୍କୁ ପ୍ରଲୋଭିତ କରି ନିଜ ସପକ୍ଷକୁ ନେବା ପାଇଁ ଉଦ୍ୟମ କରୁଛି । ବନ୍ଧୁ ଗାଁ ବ୍ଲକ ମାଓ ପ୍ରଭାବିତ । ଏଥିପାଇଁ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଥିଲା । ବ୍ଲକରେ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଉପଦ୍ରବ କମିଛି । ହେଲେ ଉନ୍ନୟନ କାର୍ଯ୍ୟ ହୋଇ ପାରି ନାହିଁ ।
ଓଡିଶା ସରକାରଙ୍କ ଉନ୍ନୟନ ଯୋଜନା ବିଳମ୍ବରେ ପହଞ୍ଚୁ ଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି । ଆନ୍ଧ୍ର ଏହାର ଫାଇଦା ନେବା ପାଇଁ ଉଦ୍ୟମ କରୁଛି ।
ଆଲମଣ୍ଡା, ହାତୀଗଡ଼ା,ବଡ଼ ବାଙ୍କିଡି, ଇମ୍ଫାବାଲଶା, ଡ଼ି.ବି.ପାଲୀ,ଏ. ବି. ପାଲୀ,ଜୟକଟା, ନାଗୁଲବାଲଶା, ତାଣ୍ଡିଙ୍ଗ ବାଲଶା, ଫୁଲଗୁମି,ଟାଙ୍କୁ, ଜାଡ଼ବା,ଚେକା ବାଲଶା,କୁନ୍ତେସୁ,ପେଦା କାମରା, ଚିନା କାମରା ଗ୍ରାମରେ ବସବାସ କରୁଥିବା କିଛି ପରିବାର ଆନ୍ଧ୍ର ପ୍ରଦେଶର ବିଲିଙ୍ଗ ପଞ୍ଚାୟତ ଦ୍ୱାରା ଚାଉଳ, ବାର୍ଦ୍ଧ୍ୟକ ଭତା, ପିଲାଙ୍କ ପାଠ ପଢା ଭଳି ଅନେକ ସହୟତା ପାଉଥିବା ଜଣାପଡିଛି । ତେଣୁ ଆଗକୁ ଏସବୁ ଗ୍ରାମବାସୀଙ୍କୁ ଆନ୍ଧ୍ରରେ ମିଶାଇବା ପାଇଁ ଏକ ପ୍ରକାର ଯୋଜନା କରିଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଉ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।
ଏ ବିଷୟରେ ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ରଜନିକାନ୍ତ ଦାସ , ଆନ୍ଧ୍ର ସୀମାନ୍ତରେ ଥିବା ଗ୍ରାମମାନଙ୍କର ବାସିନ୍ଦା ବନ୍ଧୁଗାଁ ବ୍ଲକରୁ ଓଡିଶା ସରକାରଙ୍କ ଉନ୍ନୟନ ଯୋଜନାରୁ ସମସ୍ତ ସାହାଯ୍ୟ ସହ ସୁବିଧା, ରାସ୍ତା ଘାଟ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ, ଇନ୍ଦିରା ଆବାସ ଯୋଜନା, ଓ ବାର୍ଦ୍ଧ୍ୟକ ଭତ୍ତା, ପିଡ଼ିଏସ ଚାଉଳ, ବିଜୁଳି, ଏମ. ଜି.ଏନ.ଆର.ଇ.ଜି.ଏ. ପାଉଥିବା ବେଳେ ଆନ୍ଧ୍ରର ସହାୟତା ପାଇଁ ଇଚ୍ଛା କରୁଥିବା ବିଷୟକୁ ସ୍ୱୀକାର କରିଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ ସହ ସରକାର ଏ ପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।