ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କବାଟ ଓ ଝରକା ଲଗାଇବାକୁ ଖର୍ଚ୍ଚ ହେବ ୭୩ ଲକ୍ଷ ଟଙ୍କା,ବିରୋଧ କରି ଟିଡିପି କହିଲା ଏହା

ହାଇଦ୍ରାବାଦ,୮।୧୧: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ବାସଭବନର ଆଧୁନିକୀକରଣ ପାଇଁ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଖବର ଖୁବ୍  ଚର୍ଚ୍ଚାରେ ରହିଛି। ଏଭଳି ଏକ ଅଭିଯୋଗ ତେଲଗୁ ଦେଶମ ପାର୍ଟି(ଟିଡିପି)ପକ୍ଷରୁ ଆସୁଛି।  ଜଗମୋହନଙ୍କ ବଙ୍ଗଳାରେ ଦାମୀ ଏବଂ ହାଇଟେକ୍  ସିକ୍ୟୁରିଟିର ଝରକା-କବାଟ ଲଗାଇବା ପାଇଁ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏହି ଖର୍ଚ୍ଚ ପାଇଁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳି ସାରିଛି। ଏହି ମଞ୍ଜୁରୀ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଟିଡିପିର ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ପ୍ରଶ୍ନ ଉଠାଇଛନ୍ତି।

ଏହି ମାମଲାରେ ଚନ୍ଦ୍ରବାବୁ ନାଇଡୁ ଟ୍ବିଟ୍ କରି କହିଛନ୍ତି, ଜଗନ ସରକାର ନିଜର ଘରର କବାଟ -ଝରକା ପାଇଁ ୭୩ ଲକ୍ଷ ଟଙ୍କା ଖର୍ଚ୍ଚକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ସରକାରୀ ଅର୍ଥରୁ କରାଯାଉଛି। ସରକାରଙ୍କ ଖରାପ ଆର୍ଥିକ ନୀତି କାରଣରୁ ଆନ୍ଧ୍ରର ଜନତା ଗତ ୫ ମାସ ହେବ ଖୁବ୍ କ୍ଷତି ସହୁଥିବା ବେଳେ ପୁଣି ଏତେ ପରିମାଣ ଖର୍ଚ୍ଚ ତାଙ୍କୁ ପ୍ରଭାବିତ କରିବ।

ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ଲୋକେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜଗନ ଲୋକଦେଖାଣିଆ ଭାବରେ ମାସିକ ମାତ୍ର ୧ଟଙ୍କା ଦରମା ନେଉଛନ୍ତି, କିନ୍ତୁ ଏପଟେ ଏତେ ପରିମାଣର ଅର୍ଥ ଅଯଥା ଅପବ୍ୟୟ କରୁଛନ୍ତି। ବିଳାସପୂର୍ଣ୍ଣ ଘର ଓ ଅଫିସ ପାଇଁ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ଦ୍ବାରା ରାଜକୋଷ ପ୍ରଭାବିତ ହେଉଛି ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର