PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଇତିହାସ ସୃଷ୍ଟି କଲା ଆନ୍ଧ୍ରପ୍ରଦେଶ; ରାତି ଅଧରେ ଶେଷ ହେଲା ଭୋଟ୍ ଗ୍ରହଣ

ଅମରାବତୀ ୧୨।୪: ଗୁରୁବାର ରାଜ୍ୟରେ କେତେକ ବୁଥରେ ରାତି ଅଧ ଯାଏଁ ଭୋଟ୍ ଗ୍ରହଣ କରାଇ ଏକ ପ୍ରକାର ଇତିହାସ ସୃଷ୍ଟି କରିଛି ଆନ୍ଧ୍ରପ୍ରଦେଶ। ଉତ୍ତେଜନା ଓ ସଂଘର୍ଷ ଯୋଗୁଁ ରାଜ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ଓ ଅନେକ ଆହତ ହେବା ସତ୍ବେ  ମତଦାନ ୮୦% ଭାଗ ହୋଇଛି।

ଗୁଣ୍ଟୁର, କୃଷ୍ଣା, ନେଲ୍ଲୋର ଏବଂ କୁର୍ଣ୍ଣୁଲ୍ ଆଦି ଜିଲ୍ଲାର କେତେକ ବୁଥରେ ସନ୍ଧ୍ୟା ୬ଟାରୁ ଧାଡ଼ିବାନ୍ଧି ଠିଆ ହୋଇଥିବା ଭୋଟରମାନଙ୍କୁ ଭୋଟ୍ ଦେବା ନିମନ୍ତେ କର୍ତ୍ତୃପକ୍ଷମାନେ ଅନୁମତି ଦେବାରୁ ଭୋଟ୍ ଗ୍ରହଣ ରାତି ଅଧରେ ଶେଷ ହୋଇଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଳକୃଷ୍ଣ ଦ୍ବିବେଦୀ କହିଲେ, ରାତି ଅଧ ହେଉ ପଛକେ ୬ଟାବେଳୁ ଯେଉଁମାନେ ଧାଡ଼ିବାନ୍ଧି ଛିଡା ହୋଇଛନ୍ତି ସେମାନେ ଭୋଟ୍ ଦେବେ।

ଇଲେକ୍ଟୋନିକ୍ ଭୋଟିଙ୍ଗ୍ ମେସିନରେ ତ୍ରୁଟି ବିଦ୍ୟୁତ୍, ସଂଘର୍ଷ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୪୦୦ ବୁଥରେ ଭୋଟ ଗ୍ରହଣରେ ବିଳମ୍ବ ହୋଇଥିଲା।

ସନ୍ଧ୍ୟା ୬ଟା ଯାଏଁ ରାଜ୍ୟର ୧୭୫ ବିଧାନସଭା ଓ ୨୫ ଲୋକସଭା  ଆସନରେ ୭୪%ରୁ ଅଧିକ ମତଦାନ କରିଥିଲେ। ୩୮୦ରୁ ଅଧିକ ବୁଥରେ ଦିନ ବେଳା ଇଭିଏମ୍ ତ୍ରୃଟି  ଦେଖା ଦେଇଥିଲା।  ଫଳରେ ଦୀର୍ଘ ସମୟ ଅପେକ୍ଷା କରି ଭୋଟରମାନେ ଘରକୁ ଫେରିଥିଲେ।

ଭୋଟରମାନଙ୍କ ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ମୈାଳିକ ସୁବିଧା ନ ଥିବା ଦର୍ଶାଇ ମଙ୍ଗଳଗିରି ବିଧାନସଭା ଆସନରୁ ଲଢ଼ୁଥିବା ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ପୁତ୍ର ନର ଲୋକେଶ ତାଡ଼େପଲ୍ଲୀ ସହରରେ ଗୋଟିଏ ବୁଥରେ ଗୁରୁବାର ବିଳମ୍ବିତ ରାତି ଯାଏଁ ପ୍ରତିବାଦ କରିଥିଲେ। ସେ କହିଥିଲେ ଇଭିଏମ୍ ଓ ଇଭିପିଏଟି କାମ ନ କରିବାରୁ ଭୋଟରଦାତାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଲା।

ସମ୍ବନ୍ଧିତ ଖବର