PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଜାତୀୟ ପତାକାକୁ ଅସମ୍ମାନ: ଓଲଟା ଲଗାଇଥିଲେ, ଭାଇରାଲ୍‌ ହେବାରୁ ରାଗିଲେ, ପତାକାକୁ ଉପାଡ଼ି ଫିଙ୍ଗିଲେ ଆଶା ଦିଦି

ଯୋଡ଼ା,୧୭/୦୮: ସ୍ୱାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ । ଜଣେ ଆଶା କର୍ମୀଙ୍କ ଦ୍ୱାରା ଜାତୀୟ ପତାକାକୁ ଅସମ୍ମାନ କରାଯିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଏଥିସହ ସମ୍ପୃକ୍ତ ଆଶା କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ କମଳ ପୁର ଗାଁରେ ।

୭୪ତମ ସ୍ୱାଧୀନତା ଦିବସ ଅବସରରେ ଶନିବାର କମଳପୁର ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ତେବେ ଜାତୀୟ ପତାକା ଓଲଟା ଲାଗିଥିବାରୁ ସ୍ଥାନୀୟ କିଛି ଯୁବକ ଏହାର ଫୋଟ ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ । ଏହି ଖବର ଆଶା କର୍ମୀଙ୍କ ନିକଟରେ ପହଞ୍ଚିବା ପରେ ସେ ଏନେଇ ଉତ୍ତ୍ୟକ୍ତ ହୋଇ ଉଠିଥିଲେ । ସେ ଅଙ୍ଗନବାଡ଼ି କେନ୍ଦ୍ରରେ ଗେଟ୍‌ରେ ପଡ଼ିଥିବା ତାଲାକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ପରେ ଅଙ୍ଗନବାଡ଼ି ପରିସରରେ ଲାଗିଥିବା ଜାତୀୟ ପତାକାକୁ ଖମ୍ବ ସହ ଉପାଡ଼ି ଫିଙ୍ଗି ଦେଇଥିଲେ । ରାଗରେ ଜାତୀୟ ପତାକା ଲାଗିଥିବା ଖମ୍ବକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାର ନିନ୍ଦା କରାଯାଇଛି । ସମ୍ପୃକ୍ତ ଆଶା କର୍ମୀଙ୍କ ନାମ ଭାଗ୍ୟଶ୍ରୀ ବାରିକ ବୋଲି ଜଣାପଡ଼ିଥିବା ବେଳେ ଏନେଇ ତାଙ୍କଠୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ସମ୍ବନ୍ଧିତ ଖବର