କରୋନା ପାଇଁ ହାଣ୍ଡସେକ୍‌ ମନା , ଏଞ୍ଜେଲ୍‌ ମର୍କେଲଙ୍କ ସହ ହାତ ମିଳାଇଲେନି ଆଭ୍ୟନ୍ତରୀଣ ମନ୍ତ୍ରୀ !

ବର୍ଲିନ୍ ୦୩/୦୩ : ଜର୍ମାନୀର ଆଭ୍ୟନ୍ତରୀଣ ମନ୍ତ୍ରୀ ଚାନ୍‌ସେଲରଙ୍କୁ ହାଣ୍ଡସେକ୍‌କରିବା ନେଇ ମନାକରିଦେଲେ। କରୋନା ଭାଇରସ୍‌ ବ୍ୟାପିବା ଭୟରେ ସେ ମର୍କେଲ୍‌ଙ୍କ ହାତ ମିଳାଇବାକୁ କୁଣ୍ଠିତ ହୋଇଛନ୍ତି ।

ସୂଚନା ମୁତାବକ ସୋମବାର ସକାଳେ ବର୍ଲିନ୍‌ରେ ଏକ ସଭାରେ ଏହି ଘଟଣାଟି ଘଟିଛି। ୬୫ ବର୍ଷୀୟା ଜର୍ମାନୀ ଚାନ୍‌ସେଲର ୭୦ ବର୍ଷିୟ ହର୍ଷ୍ଟ ସିହୋଫରଙ୍କ ଏହି ବ୍ୟବହାରକୁ ନେଇ ଅସ୍ୱାଭାବିକ ମନେକରିଥିଲେ ଏବଂ ଖୁସିରେ ହାତ ନିଜ ଆଡ଼କୁ ନେଇ ହସିଥିଲେ, ଆଉ ନିଜ ଆସନରେ ବସିଥିଲେ ।

ଏହି ଘଟଣା ଭିଡ଼ିଓ କ୍ଲିପ୍‌ ଟ୍ୱିଟରରେ ପୋଷ୍ଟ କରିଥିଲେ  ସାମ୍ୱାଦିକ  ୱାସିମ୍‌ ସାଜାଦ୍‌ । ଭିଡ଼ିଓ  ପୋଷ୍ଟ କରି ସେ କ୍ୟାପସନରେ ଲେଖିଥିଲେ , ‘’  କରୋନା ଭାଇରସ୍‌ ବ୍ୟାପିଥିବା ଯୋଗୁଁ ଜର୍ମାନ ଆଭ୍ୟନ୍ତରୀଣ ମନ୍ତ୍ରୀ  ,ଚାନସେଲର ମର୍କେଲଙ୍କୁ ହାଣ୍ଡସେକ୍‌ କରିବାକୁ ମନାକରିଦେଲେ ।‘’

 ହୋର୍ଷ୍ଟ ସିହୋଫର କହିଛନ୍ତି,  ସେ ଭାଇରସ୍‌ ବ୍ୟାପିବାକୁ ନେଇ ହାତ ମିଳାଇ ନଥିଲେ ।  ମର୍କେଲ ମଧ୍ୟ ପରେ କହିଥିଲେ ଏହା ଏକ ଠିକ୍‌ କାମ କରିଛନ୍ତି ।

ଟ୍ୱିଟରରେ ଲୋକେ ମଧ୍ୟ ମର୍କେଲଙ୍କ ସହ ହାଣ୍ଡସେକ୍ ନକରିବା ନେଇ ହୋର୍ଷ୍ଟ ସିହୋଫରଙ୍କୁ ସହମତି ଜଣାଇଥିଲେ । କରୋନା ପାଇଁ ସଚେତନ ହେବା ଜରୁରୀ ବୋଲି ମତାମତ ଦେଇଥିଲେ ।   

ଉଲ୍ଲେଖନୀୟ ଯେ , ସାରା ବିଶ୍ୱରେ ଏବେ କରୋନାର ତାଣ୍ଡବ ଲୀଳା । ସବୁଠି କରୋନାକୁ ନେଇ ଚର୍ଚ୍ଚା । ଦିନକୁ ଦିନ ଏହି ଭାଇରସ୍‌ ବିଶ୍ୱର ଗୋଟିଏ ପରେ ଗୋଟିଏ ଦେଶକୁ କବଳିତ କରିବାରେ ଲାଗିଛି । ଆଉ ଏହି ଭିତରେ ଜର୍ମାନରେ ମଧ୍ୟ ବଢି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୭ରେ ପହଁଞ୍ଚିଛି। ଏହାକୁ ନେଇ ସାଧାରଣ ଲୋକଙ୍କ ଠାରୁ ନେତାମନ୍ତ୍ରୀ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

   ସମ୍ବନ୍ଧିତ ଖବର


ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ