୨୦୧୮ ମସିହା କଥା। ମୁଁ ଭୁବନେଶ୍ଵରରେ ଇଞ୍ଚନିୟରିଂ ପଢ଼ୁଥାଏ। ତମାଣ୍ଡୋଠାରେ ଏକ ମେସ୍ରେ ମୁଁ ମୋର ଚାରିଜଣ ସାଙ୍ଗ ରହୁଥାଉ । ଆମର ତୃତୀୟ ବର୍ଷର ସେମିଷ୍ଟାର ସରିଯାଇଥାଏ ।
ସାଙ୍ଗମାନେ ସବୁ ଘରକୁ ଯଇଥାଆନ୍ତି । ମୁଁ ମଧ୍ୟ ଆମ ଘର ବାଲେଶ୍ଵରକୁ ଯାଉଥାଏ। କିନ୍ତୁ ମୋର ଜଣେ ସାଙ୍ଗର ଜନ୍ମଦିନ ପାଇଁ ଅଟକି ଗଲି। ସେ ସିଆଇପିଆଇଟ ଜଲେଜ ପାଖ ଏକ ମେସ୍ରେ ରହୁଥିଲା। ସାଙ୍ଗର ଜଚ୍ମଦିନ କେତେ ଖୁସିମଜା, ନାଚଗୀତ ହେବ। ତେଣୁ ସେଦିନ ମୁଁ ସନ୍ଧ୍ୟା୫ଟା ବେଳେ ମୋର ବାଇକ୍ ନେଇ ବାହାରିଲି |
ଆଉ ଜଣେ ସାଙ୍ଗ ପଟିଆ ଛକରୁ ଯିବାର ଥିଲା । ତାକୁ ବି ବାଟରୁ ଫୋନ୍ କରି ଦେଲି। ମୁଁ ପହଞ୍ଚିବା ପୂର୍ବରୁ ସେ ଯେମିତି ବାହାରି ପଡ଼ିଥାଉ ବୋଲି କହିଲି। ହେଲେ ସେ ମୋ ସହିତ ଆସିବାକୁ ମନା କଲା। ସେ ଟିକେ ପରେ ଯିବ ବୋଲି କହିଲା। ମୁଁ ଏକୁଟିଆ ବାହାରି ଗଲି। ଆଗରୁ ଆଉ ଦୁଇ ଜଣ ସାଙ୍ଗ ପହଞ୍ଚି ସାରିଥିଲେ। ଢେରି ରାତି ପର୍ଯ୍ୟନ୍ତ ମଜାମସ୍ତି ଚାଲିଥିଲା ତେଣୁ ମୁଁ ମେସ୍ରେ କହି ଅସିଥିଲି ବିଳମ୍ବରେ ଫେରିବି । ସବୁ ସାଙ୍ଗ ଏକଠି ହେବା ପରେ ନାଚଗୀତ, ମଜାମସ୍ତି ହେଲା। କେକ୍ କାଟିଲୁ। ତାଂପରେ ପାଖରେ ଗୋଟିଏ ହେଟେଲ୍ରେ ଯାଇ ସମସ୍ତେ ମିଶି ଖାଇଲୁ । ଖାଇସାରି ସାଙ୍ଗଠା୍ରୁ ବିଦାୟ ନେଲି । ଯିଏ ଯହା ମେସ୍କୁ ଫେରିଲେ ।
ମେର ବାଟ ଅଧିକ ଥିଲା। ସେତେ ବଳେକୁ ଘଣ୍ଟାରେ ରାତି ୧୧ଟା ବାଜି ସାରିଥିଲା । ଶୀତରାତି ହେଲେ ବି ଏତା ଥଣ୍ଡା ଲାଗୁନଥାଏ। କିନ୍ତୁ ରାସ୍ତା ଘାଟ ଶୂନ ଶାନ ଥିଲା । ମୋର ଜଣେ ସାଙ୍ଗ ତା' ବାଇକ୍ ମୋ ସହିତ ପଟିଆ ଛକ ପର୍ଯ୍ୟନ୍ତ ଅସିଲା। ସେଇଠୁ ମୁଁ ଏକୁଟିଆ ବାହାରିଲି। ରାସ୍ତା ଶୂନ୍ଶାନ୍ ଲାଗୁଥାଏ। କିନ୍ତୁ ମତେ ଡର ଲାଗୁନଥାଏ। ମୁଁ ବହୁତ ଥର ବିଳମ୍ବ ରାତିରେ ଫେରିଛି। ମୋ ଗାଡ଼ି ଆଗକୁ ଆଗକୁ ଗଡ଼ି ଚାଲିଥାଏ । ହଠାତ୍ ଷ୍ଟ୍ରିଟ ଲାଇଟ୍ ଲିଭିଗଲା। ମୁଁ କିଛି ବୁଝିପାରିଲିନି ସ୍ପିଡ୍ ବଢାଇଲି ଆଉ ଆଗକୁ ଚାଲିଗଲି। କିଛି ବାଟ ଗଲା ପରେ ଦେଖିଲି ରାସ୍ତା ପାଖରେ ଲୋକଟିଏ ଠିଆ ହୋଇଛି।
ଏତେ ରାତିରେ ଏକୁଟିଆ ଦେଖି ମତେ ଲାଗିଲା ତାଙ୍କର ବଧ ହୁଏ ଅସୁବିଧା ହୋଇଥିବ । ଦେଖିଲି ସେ ମତେ ଲିଫ୍ଟ ମାଗୁଛନ୍ତି । କେହି କୁଆଡ଼େ ନାହାନ୍ତି। ଲୋକଟିଏ ଏକା ପୁଣି ବୟସ୍କ । ମୁଁ ତୁରନ୍ତ ଯାଇ ତାଙ୍କ ପାଖରେ ଗାଡ଼ି ରଖିଲି | ସେହି ଲୋକଟିଏ କହିଲେ, ମତେ ଏଇ ଆଗ ଛକରେ ଟିକେ ଛାଡ଼ିଦେବେ ? ମୁଁ କହିଲି ହଉ ବସ | ଲୋକଟି ଗାଡ଼ି ପଛରେ ମୋ କାନ୍ଧ ରେ ହାତ ପକାଇ ବସିଲେ। ଯେତେବେଳେ ଆଗ ଛକ ଆସିଲା ମୁଁ ଗାଡ଼ି ପଛକୁ ଚାହିଁଲି। କିନ୍ଧୁ କେହି ମୋର ଗାଡ଼ି ପଛରେ କେହି ନଥିଲେ । ମୁଁ ଯେତିକି ଆଗ୍ରହୀ ଥିଲି ସେତିକି ଭୟଭୀତ ବି ଥିଲି। ମୋ ସହିତ କ'ଣ ହେଉଥିଲା ମୁଁ ବୂଝିପାରିଲିନି |ସେ ଲୋକ କୁଆଡେ ଗଲେ ମୁଁ ଜାଣି ପାରୁନଥାଏ । ମତେ ବହୁତ ଡର ଲାଗିବା ଆରମ୍ଭ ହେଲା। କ'ଣ କରିବି କିଛି ଜାଣି ପାରୁ ନଥାଏ | ରାସ୍ତାରେ ବି କେହି ଲୋକ ନଥିଲେ |
ସେହି ସ୍ଥାନରୁ ତର ତର ହୋଇ ଚାଲିଯିବାକୁ ଠିକ୍ ଭାବିଲି । ଏକ ନିଶ୍ୱାସରେ ଗାଡି ନେଇ ମେସ୍ରେ ପହଞ୍ଚିଲି । ସେଇ ସବୁ କଥା ମନେ ପଡିଯାଉଥାଏ । ସେ ଦନ ରାତିରେ ମୋତେ ଜମା ନିଦ ହେଲାନି । ବାରମ୍ବାର ଚେଷ୍ଟା କଲେ ବି ଶୋଇ ପାରୁ ନଥାଏ । ଲୋକଟି ପଛରେ ବସିଥିଲା । କୁଆଡେ ଚାଲିଗଲା ରାତି ସାରା ଭାବୁ ଥାଏ । ଏହା ଭିତରେ ସକାଳ ହୋଇଗଲା । ବାପାମାଆଙ୍କୁ ଫୋନ୍ କରି ସବୁ କଥା ଜଣାଇଲି ।
ସେଦିନର ଘଟଣା ଆଜି ବି ମନେ ପଡିଲେ ମୋ ଦେହ ଶୀତେଇ ଯାଏ ।
ଶୁଭମ କମିଲା, ବାଲେଶ୍ଵର