PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ଲୋକ ତ୍ରାହିତ୍ରାହି ଡାକିଲେଣି-ଫସିଲେ ଯୁବକ, ହରାଇଲେ ୩ ହଜାର,କେୱାଇସି ଅପଡେଟ୍‌ ନାଁ’ରେ ଲୁଟ୍‌

ଅନୁଗୁଳ, (ବ୍ୟୁରୋ): ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ଲୋକ ତ୍ରାହିତ୍ରାହି ଡାକିଲେଣି । ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ କରିବା ପରେ ସାଇବର ଠକ ବିକ୍ରମପୁର ଥାନା ଇଲାକାର ଜଣେ ଯୁବକଙ୍କ ଠାରୁ ୩ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୁଲିସ୍‌ ସୂଚନା ମୁତାବକ, ଠକେଇ ଶିକାର ହୋଇଥିବା ଯୁବକ ହେଲେ ଶରତ କୁମାର ବିଶ୍ୱାଳ । ତାଙ୍କ ସାଙ୍ଗ ନାଁ’ରେ ଜଣେ ସାଇବର ଠକ ତାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ୍‌ ପଠାଇଥିଲା । ସେ ବନ୍ଧୁତ୍ୱ ଗ୍ରହଣ କରିବା ପରେ ଉଭୟଙ୍କ ମଧ୍ୟରେ ଚାର୍ଟ୍‌ ଆରମ୍ଭ ହୋଇଥିଲା । ମା’ଙ୍କ ପେଟରେ ଯନ୍ତ୍ରଣା ହେଉଛି । ତାଙ୍କ ଅପରେସନ ପାଇଁ ଟଙ୍କା ଆବଶ୍ୟକ କହି ସାଇବର ଠକ ଏକ ଗୁଗୁଲ୍‌ ପେ’ ନମ୍ବର ପଠାଇଥିଲା ।


ସାଙ୍ଗ ସହାୟତା ଲୋଡ଼ୁଥିବା ଭାବି ଶରତ ୩ ହଜାର ଟଙ୍କା ପଠାଇଥିଲେ । ମାତ୍ର ଦିନକ ପରେ ସେହି ଫେସବୁକ୍‌ ଆଇଡି ନକଲି ବୋଲି ସେ ଜାଣିବାକୁ ପାଇଥିଲେ । ଯେଉଁ
ସାଙ୍ଗକୁ ସେ ସାହାଯ୍ୟ କରିଛନ୍ତି ବୋଲି ଭାବୁଥିଲେ, ତାଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଥିବା ଜାଣିବା ପରେ ତାଙ୍କ ଅକଲଗୁଡୁମ୍‌ ହୋଇ ଯାଇଥିଲା । ଠକେଇର
ଶିକାର ହେବା ଜାଣି ସେ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏ ସଂକ୍ରାନ୍ତରେ କେସ ନଂ ୨୭୦/୨୧ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।


କେୱାଇସି ଅପଡେଟ୍‌ ନାଁ’ରେ ଲୁଟ୍‌


ଅନୁଗୁଳ, (ବ୍ୟୁରୋ): ନିତି ଭିନ୍ନ ଭିନ୍ନ ତରିକାରେ ଲୁଟୁଛନ୍ତି ସାଇବର ଠକ । ଜଣେ ସିଆଇଏସ୍‌ଏଫ୍‌ କର୍ମଚାରୀ ସାଇବର ଠକେଇର ଶିକାର ହୋଇଛନ୍ତି । କେୱାଇସି ଅପଡେଟ୍‌
ନାଁରେ ଅନଲାଇନ୍‌ ଲୁଟେରା ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୭ ଟଙ୍କା ଲୁଟି ନେଇଛନ୍ତି । ନାଲ୍‌କୋ ଥାନାରେ ଅଭିଯୋଗ ପରେ ପୁଲିସ୍‌ ଅନୁସନ୍ଧାନ ଚଳାଇଛି । ଠକେଇର ଶିକାର
ହୋଇଥିବା ଯୁବକ ସିପିପି ନାଲ୍‌କୋର ସିଆଇଏସ୍‌ଏଫ୍‌ ୟୁନିଟ୍‌ର ଜଣେ କର୍ମଚାରୀ । ତାଙ୍କ ମୋବାଇଲ୍‌କୁ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା । ଫୋନ୍‌ ଉଠାଇବା ମାତ୍ରେ ସେପଟୁ ସାଇବର ଠକ ନିଜକୁ ‘ଜିଓ’ କର୍ମଚାରୀ ବୋଲି କହି କେୱାଇସି ଅପଡେଟ୍‌ ନକଲେ ସିମ୍‌ କଟିଯିବ ବୋଲି ଡରାଇଥିଲା । ଠକ କଥାରେ ସେ ବ୍ୟାଙ୍କର ସମସ୍ତ ତଥ୍ୟ ଓ ଏଟିଏମ୍‌ କାର୍ଡ୍‌ର ଫଟୋ ପଠାଇଥିଲେ । ପରେ ସାଇବର ଠକ ଭାବି ସେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିଥିଲେ । ମାତ୍ର ସେତେବେଳକୁ ଠକ ଆକାଉଣ୍ଟ୍‌ ଖାଲି କରିବାରେ ଲାଗିଥିଲା । ଆକାଉଣ୍ଟ ବ୍ଲକ କରିବା ପୂର୍ବରୁ ଅଦୃଶ୍ୟ ଲୁଟେରା ୧ ଲକ୍ଷ ୧୭ ହଜାର ୫୪୩ ଟଙ୍କା ଲୁଟି ନେଇଥିଲା ।

ସମ୍ବନ୍ଧିତ ଖବର