ସୁପ୍ରିମକୋର୍ଟରେ ଅନିଲ୍ ଅମ୍ବାନୀ ଦୋଷୀ ସାବ୍ଯସ୍ତ, ଏରିକ୍ସନକୁ ଦେବେ ୪୫୩ କୋଟି

source:www.jagran.com
ନୁଆଦିଲ୍ଲୀ ୨୦/୨: ସୁପ୍ରିମକୋର୍ଟରେ ଦୋଷୀ ସାବ୍ଯସ୍ତ ହେଲେ ପ୍ରସିଦ୍ଧ ଉଦ୍ଯୋଗପତି ଅନିଲ ଅମ୍ବାନୀ । ଏରିକ୍ସନର ଯାଚିକା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଅମ୍ବାନୀଙ୍କୁ ୪ ସପ୍ତାହ ଭିତରେ ଏରିକ୍ସନକୁ ୪୫୩ କୋଟି ଟଙ୍କା ଦେବାକୁ ପଡିବ । ଯଦି ସମୟ ସୀମା ମଧ୍ଯରେ ଏହି ରାଶି ଦିଆନଯାଏ ତେବେ ତାଙ୍କୁ ୩ ମାସ ଜେଲ୍ ହୋଇପାରେ ।
କହିରଖୁଛୁ ଏହା ପୂର୍ବରୁ ରିଲାୟନ୍ସ କମ୍ୟୁନିକେଶନର ଚେୟାରମ୍ୟାନ୍ ଅନିଲ ଅମ୍ବାନୀ ଏରିକ୍ସନ ଇଣ୍ଡିଆ ତରଫରୁ ଦାୟର ହୋଇଥିବା ଯାଚିକା ଅନୁସାରେ ୧୨ ଫେବୃୟାରୀରରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । ଏରିକ୍ସନର ଅଭିଯୋଗ ଥିଲା ଯେ ଆରକମ ରିଲାଏନ୍ସ ଜିଓକୁ ନିଜ ସମ୍ପତ୍ତି ବିକିବା ପରେ ମଧ୍ଯ କମ୍ପାନୀ ଏପର୍ଯ୍ୟନ୍ତ ଟଙ୍କା ପୈଠ କରିନି ।
ତେବେ ସୁପ୍ରିମକୋର୍ଟଙ୍କ ଆଦେଶାନୁସାରେ ଏରିକ୍ସନକୁ ୪ ସପ୍ତାହ ମଧ୍ୟରେ ୪୫୩ କୋଟି ଟଙ୍କା ଦେବ ରିଲାଏନ୍ସ । ଯଦି ଏହା ଏହି ସମୟ ସୀମା ମଧ୍ଯରେ ଏହି ରାଶି ଦିଆନଯାଏ ତେବେ ଅନିଲ୍ ଅମ୍ବାନୀଙ୍କୁ ୩ ମାସ ଜେଲ୍ ହୋଇପାରେ ।