ପଶୁଙ୍କ ପ୍ରତି ବର୍ବରତାର ସୀମା ଟପିଲା: ଗର୍ଭବତୀ ହାତୀକୁ ହତ୍ୟା ପରେ ଏବେ ମାଙ୍କଡକୁ ଫାଶୀରେ ଝୁଲାଇଲେ ଲୋକ

ହାଇଦ୍ରାବାଦ,୨୯।୬: କେରଳରେ ଗର୍ଭବତୀ ହାତୀକୁ ହତ୍ୟା ପରେ ଏବେ ତେଲେଙ୍ଗାନା ପଶୁଙ୍କ ସହ ବର୍ବରତା ଘଟଣା ଦେଖିବାକୁ ମିଳିଛି। ସେଠାରେ କିଛି ଲୋକ ଏକ ମାଙ୍କଡକୁ ଫାଶୀରେ ଝୁଲାଇ ଦେଇଛନ୍ତି ଓ ତା’ର ପଛରେ କିଛି କୁକୁର ମଧ୍ୟ ଭୋକୁଛନ୍ତି। ଏଭଳି ଏକ ଲଜ୍ୟାଜନକ ଘଟଣା ତେଲେଙ୍ଗାନାର ଖମାମ ଜିଲ୍ଲାର ଅମ୍ପାପେଲମ୍ ଗାଁରେ ବହୁ ସଂଖ୍ୟାରେ ମାଙ୍କଡ ରୁହନ୍ତି। କୃଷକଙ୍କ ପାଇଁ ବଡ ଚିନ୍ତାର କାରର ପାଲିଯାଇଥିଲେ ଏହି ମାଙ୍କଡମାନେ।

ଏହା ଭିତରେ ଦିନେ ଅଚାନକ ଏକ ମାଙ୍କଡ ପାଣିରେ ପଡିଯାଇଥିଲା। ଗାଁର ଜଣେ ବ୍ୟକ୍ତି ମାଙ୍କଡକୁ ଗାଁ ଭିତରକୁ ନେଇ ଗଛରେ ଫାଶୀ ଲଗାଇ ଝୁଲାଇ ଦେଇଥିଲା। ତାଙ୍କ ସହିତ ଗାଁର ଆଉ କିଛି ଳୋକ ମଧ୍ୟ ମିଶି ମାଙ୍କଡ ଝୁଲାଇବାରେ ସାହାଯ୍ୟ କରିଥିଲେ। ଏଭଳି କରିବାର ମୁଖ୍ୟ କାରଣ ଥିଲା ଏହି ମାଙ୍କଡକୁ ଦେଖି ଯେପରି ଗାଁ ଲୋକମାନେ ଭୟଭୀତ ହୋଇଯିବେ।

ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚାରିଆଡେ ସମାଲୋଚିତ ହୋଇଛନ୍ତି। ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଏକ ମାଙ୍କଡକୁ ଫାଶୀ ଲଗାଇ ଝୁଲାଇ ଦିଆଯାଇଛି। ପାଖରେ କିଛି ଲୋକ ଠେଙ୍ଗା ନେଇକି ଠିଆ ହୋଇଛନ୍ତି। ବନ ବିଭାଗର ଅଧିକାରୀ କହିଛନ୍ତି, ଆମେ ଏହି ମାମଲାରେ ୩ ଜଣଙ୍କର ଚିହ୍ନଟ କରିଛୁ ଓ ତାଙ୍କୁ ପଚରାଉଚରା କରୁଛି, ଯିଏ ଦୋଷୀ ମିଳିବେ ତାଙ୍କୁ କଠିନ ଦଣ୍ଡ ଦିଆଯିବ। କେରଳର ମଲ୍ଲପୁରମରେ ଗର୍ଭବତୀ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିଥିଲେ ଏଭଳି କିଛି ଅମାନବୀୟ ଲୋକ। ସେହି ମାମଲାରେ ଅପରାଧୀଙ୍କୁ ପୋଲିସ ଗିରଫ କରିସାରିଛି।                                                                                                                                                                                                                                                                                                                                                              

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍