PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର ମଣ୍ଡଳ କାରାଗାରରେ ଜେଲର ଓ ଆଡମିସନ୍ ଅଧିକାରୀଙ୍କୁ ଓ୍ବାର୍ଡରଙ୍କ ମାଡ, ଥାନାରେ ମାମଲା
  • ||
  • ସମ୍ବଲପୁର: ରାଜପଥରେ ଯାତ୍ରା କରୁଥିବା ଯାନଗୁଡିକ ଡକାୟତି ଉଦ୍ଦେଶ୍ୟରେ ଢ଼ାବାକୁ ବ୍ୟବହାର କରୁଥିଲେ ମାଲିକ, ବେଆଇନ ଅତିକ୍ରମଣ ଏବଂ ଅପରାଧ ପାଇଁ ଢ଼ାବାକୁ ଭାଙ୍ଗିଲା ଜୁଜୁମୁରା ଥାନା
  • ||
  • ଭଦ୍ରକ : ଧାନ କିଣା ହୋଇ ନପାରିବାରୁ ବିଷ ପିଇଲେ ଚାଷୀ, ଟୋକନ ଥିବା ସତ୍ତ୍ଵେ ଧାନ କିଣିଲାନି ଏସଏଚଜି, ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ମଣ୍ଡି ଆଗରେ ବିଷ ପିଇଲେ ଚାଷୀ
  • ||
  • ଭଦ୍ରକ: ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ସଂକଳ୍ପ, ବାଚନିକ ଭୋଟରେ ପାରିତ ହୋଇଥିବା ବାଚସ୍ପତି ଘୋଷଣା, ସଂକଳ୍ପ ଆଗତ ବେଳେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ମାର୍ଶାଘାଇ: ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରଙ୍କୁ ରକ୍ତାକ୍ତ କରି ଲୁଟ୍ ଓ ରାହାଜାନୀ ଘଟଣା, ୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ବାନ୍ଧିଲା ପୁଲିସ
  • ||
  • ଭୁବନେଶ୍ବର: ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ, ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଦିଆଯିବ ଟିକା, ସୂଚନା ଦେଲେ ବିଏମ୍‌ସି କମିଶନର
  • ||
  • ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା, ଘୋଷଣା ଉପରେ ସମସ୍ତଙ୍କ ନଜର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଘେରି ମାଛ ଚାଷ ବା କେଜ୍ କଲଚରକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇବ ବୁଡି ଅଞ୍ଚଳ ସଂଗ୍ରାମ ସମିତି
  • ||
  • ପାରାଦୀପ : ୧୦ ଗ୍ରାମର ବ୍ରାଉନସୁଗାର ଜବତ କଲା ପାରଦୀପ ଅବକାରୀ ବିଭାଗ
  • ||
  • ସମ୍ବଲପୁର: ଭିସୁଟରେ ୨୫ ଛାତ୍ର କରୋନା ପଜିଟିଭ, ପ୍ରଥମ ଶ୍ରେଣୀ ପାଠପଢା ବାତିଲ, ଜିଲ୍ଲାପାଳଙ୍କ ଘଟଣାସ୍ଥଳରେ ଅନୁଧ୍ୟାନ
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୨୦ଟି ସାଇନ୍ସ ପାର୍କ, ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ ନିର୍ମାଣ ହେବ, ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା
  • ||
  • ଯାଜପୁର : ଯୋଡିକୁଅ ଛକ ନିକଟରେ ଗଛ କଟାଯାଉଥିବା ବେଳେ ଅଘଟଣ, ଗଛ ପଡି ୭ ବର୍ଷର ବାଳକ ମୃତ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି
  • ||
  • ଭଦ୍ରକ : ଧାନ ବିକ୍ରିରେ ଅନିୟମିତତା, ଦଲାଲଙ୍କୁ ପ୍ରଶୟ ଦେଇ ଚାଷୀଙ୍କ ଠାରୁ ଧାନ କିଣୁନି ସମବାୟ ସମିତି, ଆନନ୍ଦପୁର ଏନଏଚ ୫୩ ବସନ୍ତିଆ ଛକରେ ଧାନବସ୍ତା ରଖି ରାସ୍ତାରୋକ କଲେ ଶତାଧିକ ଚାଷୀ
  • ||
  • ମାଲକାନାଗିରି : ମାଓ ଯୋଜନା ପଣ୍ଡ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ମର୍କାନାର-ବଡ଼ପରା ରାସ୍ତା ନିକଟରେ ଆଇଇଡି ଠାବ କଲେ ବି.ଏସ.ଏଫ୍ ଯବାନ
  • ||
  • ରାୟଗଡ଼ା: କାଶୀପୁର ବ୍ଲକ ବଡପୁକେଲ ଗ୍ରାମରେ ହାଜି ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ଵର : ୫ଟି ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର, ୭ ଦିନ ହୋମ ଆଇସୋଲେସନରେ ରହିବେ ଏହି ୫ ରାଜ୍ୟ ଫେରନ୍ତା, ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
  • ||
  • ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ବେଳେ ଚଢାଉ, ୮ଟି ବାଲି ବୋଝେଇ ହାଇୱା ଜବତ କଲା ଛତ୍ରପୁର ପୋଲିସ
  • ||
  • ଜଳେଶ୍ଵର : ଆଜି ପଦ୍ମଭୂଷଣ ମନୋଜ ଦାସଙ୍କ ଜନ୍ମଦିନ, ସେ ଏକାଧାରାରେ ଜଣେ ଦାର୍ଶନିକ, ଜଣେ ଚିନ୍ତକ-ଲେଖକ, ସେ ଜଣେ ଅଗ୍ରଣୀ ଦ୍ୱିଭାଷୀ ଓଡିଆ ଲେଖକ
  • ||
  • କୋରାପୁଟ: ନାରାୟଣ ପାଟଣା ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ ସାମଗ୍ରୀ ଜବତ, ୬୦ଟି ଜିଲେଟିନ,୫୦ଟି ଇଲେକଟ୍ରିକ ଡିଟୋନେଟର,୫ ବଣ୍ଡେଲ ବିଦ୍ୟୁତ ତାର,୨.୫ କେଜି ଗନ ପାଉଡର ଜବତ କଲା ବିଏସଏଫ
  • ||

ଦୋଷ ମାନିଲାଣି ବିବନ ! ଟିଆଇ ପରେଡ୍‌, ଟ୍ରାଏଲ୍‌ର ସାମ୍ନା କରିବ ମୁଖ୍ୟ ଅଭିଯୁକ୍ତ…

କଟକ,୨୩/୦୨ ବିବନ ଗିରଫ ହେଲା.. ଏବେ କ’ଣ..? – ଏ ପ୍ରଶ୍ନ ଏବେ ଖେଳିବୁଲୁଛି ସବୁ ମହଲରେ।
ଆଇନ ବିଶାରଦମାନଙ୍କ କହିବା କଥା, ସ୍ୱାଭାବିକ ଭାବେ ଏବେ ଏହାର ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ସଂପାଦନ ହେବ । ମୁଖ୍ୟ ଅଭିଯୁକ୍ତ ଫେରାର୍‌ ଥିବା ହେତୁ ମାମଲାକୁ ଦୁଇ ଭାଗରେ ବିଭକ୍ତ କରି ଦିଆଯାଇ ବିଚାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । କେସ୍‌ ସ୍ପ୍ଲିଟ୍‌ ଅପ୍‌ କରି ଦିଆଯାଇଥିଲା । ଦୁଇ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇ ଜଣଙ୍କୁ ଫେରାର୍‌ ଦର୍ଶାଯାଇ ତଦନ୍ତ ପ୍ରକ୍ରିୟାକୁ ଉନ୍ମୁକ୍ତ ରଖାଯାଇଥିଲା । ଏବେ ତଦନ୍ତକାରୀ ସିବିଆଇ ମୁଖ୍ୟ ଅଭିଯୁକ୍ତ ବିରୋଧରେ ସାକ୍ଷ୍ୟ, ପ୍ରମାଣ ଯୋଗାଡ଼ କରିବ । ସାନି ପ୍ରମାଣ ଜୁଟାଇବ । ତାପରେ କୋର୍ଟରେ ବିଚାର ପ୍ରକ୍ରିୟା ବା ଟ୍ରାଏଲ୍‌କୁ ସାମ୍ନା କରିବ ବିବନ ।

ଜଣେ ପୁଲିସ ଅଧିକାରୀଙ୍କ କହିବା କଥା, ବିବନକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିବିଆଇ ସବୁ ପ୍ରକାରର ଉଦ୍ୟମ କରିବ । କୋର୍ଟରେ ଯୋଜନାବଦ୍ଧ ଢଙ୍ଗରେ ସାକ୍ଷ୍ୟପ୍ରମାଣ ଉପସ୍ଥାପନ କରି ମାମଲା ପରିଚାଳନା କରିବ ।
ତେବେ ଘଟଣା ଘଟିବା ପରଠାରୁ ବିବନ ଫେରାର୍‌ ଥିବାରୁ ଅଭିଯୁକ୍ତ ଭାବେ ପୀଡ଼ିତା ଅଞ୍ଜନା ମିଶ୍ର ତାକୁ କେବେ ହେଲେ ଚିହ୍ନଟ କରି ନାହାନ୍ତି । ଏଣୁ ଏବେ ବିବନକୁ ଦୋଷୀ ଭାବେ ଚିହ୍ନଟ କରିବା ପାଇଁ ପୁଲିସ ଜେଲ୍‌ରେ ଟିଆଇ (ଟେଷ୍ଟ ଆଇଡେଣ୍ଟିଟି ବା ଚିହ୍ନଟ) ପରେଡ୍‌ କରାଇବ । ଏହି ସମୟରେ ଯଦି ଅଞ୍ଜନା ମିଶ୍ର ଅଭିଯୁକ୍ତ ବିବନକୁ ଚିହ୍ନଟ କରନ୍ତି ତାହେଲେ କୋର୍ଟରେ ଏହା ବିବନ ବିରୋଧରେ ଏକ ବଳିଷ୍ଠ ପ୍ରମାଣ ହେବ ।

ଅନ୍ୟ ସାକ୍ଷୀମାନେ ମଧ୍ୟ ବିବନକୁ ଚିହ୍ନଟ କରାଇବାର ଯୋଜନା ରହିଛି ଓ ଇତିମଧ୍ୟରେ ସେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, କେତେଜଣ ସାକ୍ଷୀ ବିବନକୁ ଚିହ୍ନଟ କରିସାରିଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଗତ ୨୦ ତାରିଖ ଦିନ ବିବନ ଧରାପଡ଼ିବା ପରେ ଗତକାଲି ଭୁବନେଶ୍ୱରକୁ ତାକୁ ଅଣାଯାଇଥିଲା । ଏହା ପରେ କମିସନରେଟ୍‌ ପୁଲିସ ବିବନକୁ ପ୍ରାଥମିକ ଭାବେ ପଚରାଉଚରା କରିଥିଲା । ସେ ତାର ଦୋଷ ପୁଲିସ ଆଗରେ ସ୍ୱୀକାର କରିସାରିଥିବା ଓ ସେଦିନର ସବୁ ଘଟଣା ମାନିସାରିଥିବା ଅତି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଘଟଣା ଦିନ ସେ ଓ ତାର ଦୁଇ ସହଯୋଗୀ ଅଞ୍ଜନାଙ୍କୁ ଦେଖିବା ପରେ ଅପହରଣ କରି ବଳାତ୍କାର ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପରେ ସେମାନେ କାର୍‌କୁ ପିଛା କରି, କାର୍‌କୁ ଅପହରଣ କରିନେଇ ଅଞ୍ଜନାଙ୍କୁ ଗଣବଳାତ୍କାର କରିଥିଲେ ବୋଲି ବିବନ ପୁଲିସ ଆଗରେ ମାନିଥିବା ସୂଚନା ମିଳିଛି ।

ତେବେ ଆଇନ ବିଶାରଦମାନେ ଏ ଦିଗକୁ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି କି’ ପଳାତକ ବିବନକୁ ସିବିଆଇ ଗୁରୁତ୍ୱର ସହ ଖୋଜୁନଥିଲା କାହିଁକି? ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ଜୋର୍‌ ଦେଉନଥିଲା କାହିଁକି? ଏପରିକି ସିଆର୍‌ପିସି ଧାରା ୮୨/୮୩ ଅନୁସାରେ ତାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରୁନଥିଲା କାହିଁକି? କାହା ଚାପରେ ବା କେଉଁ କାରଣ ଯୋଗୁଁ ସିବିଆଇ ଏତେବଡ଼ ସମ୍ବେଦନଶୀଳ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୋଲା ଛାଡ଼ି ଦେଇଥିଲା, ଧରିବାକୁ ଜୋର ଉଦ୍ୟମ କରୁନଥିଲା ବୋଲି ମଧ୍ୟ ଅନେକ ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି । ଏସବୁ ପ୍ରଶ୍ନର ଉତ୍ତର ଶୀଘ୍ର ମିଳିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର