ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା – ପୁଲିସ୍ କମିଶନରଙ୍କୁ ଭେଟିଲା ସିବିଆଇ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ପୁଲିସ୍ କମିଶନରଙ୍କୁ ଭେଟିଲେ ସିବିଆଇର ୨ଜଣ ଅଧିକାରୀ । ତଦନ୍ତର ଅଗ୍ରଗତି ନେଇ ଚାଲିଛି ଆଲୋଚନା ବୋଲି ସୂଚନା ମିଳିଛି ।
ଉଲ୍ଲେଖନୀୟ ଯେ, ଓଡ଼ିଶା ଅପରାଧ-ଇତିହାସର ‘ଅନ୍ୟତମ ମୋଷ୍ଟ୍ ୱାଣ୍ଟେଡ୍ ପଳାତକ ଅଭିଯୁକ୍ତ’ ବିବନ ବିଶ୍ୱାଳକୁ ଖୋଜି ବାହାର କରିବା ଥିଲା ଖୁବ୍ ଚାଲେଞ୍ଜ୍ଭରା ପୁଲିସ ଟିମ୍ ପାଇଁ । ସେ ଥିଲା ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ । ଅବଶେଷରେ ତାକୁ ଧରିବାରେ ସଫଳ ହୋଇଛି ପୁଲିସ । ତିନି ମାସର ଅପରେସନ୍ ରଙ୍ଗ ଆଣିଛି । ୨୨ ବର୍ଷ ତଳର ଫେରାର୍ ଅଭିଯୁକ୍ତ ଦୁଷ୍କର୍ମକାରୀ ବିବନ ପୁଲିସ ପଞ୍ଝାରେ ଫସିଛି । ବିବନ ଭଳି ବିଷାକ୍ତ ବୋଡ଼ାକୁ ଗାତରୁ ବାହାର କରିବା ପାଇଁ, ପୁଲିସ୍ ଚଳାଇଥିବା ‘ଅପରେସନ୍ ସାଇଲେଣ୍ଟ୍ ଭାଇପର୍’ ସଫଳ ହୋଇଛି।