ଟ୍ରୋଲିଂକୁ ନେଇ ବିରକ୍ତ ହୋଇଗଲେଣି ଅଙ୍କିତା : ସୁଶାନ୍ତଙ୍କ ଫ୍ୟାନ୍ସଙ୍କୁ ଦେଲେ ଜବାବ୍, କହିଲେ- ‘ତୁମେ ମୋର କାହାଣୀ ଜାଣି ନାହଁ…’

ମୁମ୍ବାଇ ୨।୩ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅନେକ ମାସ ବିତିଗଲାଣି, କିନ୍ତୁ ତାଙ୍କ ଫ୍ୟାନ୍ସମାନେ ଏବେ ବି ତାଙ୍କୁ ଭୁଲି ପାରି ନାହାନ୍ତି। ଆଜି ମଧ୍ୟ ସମସ୍ତେ ସୁଶାନ୍ତଙ୍କୁ ଝୁରୁଛନ୍ତି। କେବଳ ଏତିକି ନୁହେଁ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ସୁଶାନ୍ତ ସିଂଙ୍କ ଫ୍ୟାନ୍ସମାନେ ସବୁବେଳେ ତାଙ୍କୁ ଟ୍ରୋଲ କରିଥାନ୍ତି। ଅଙ୍କିତା ଗତ କିଛି ଦିନ ହେବ ନିଜ ପୋଷ୍ଟକୁ ନେଇ ଟ୍ରୋଲିଂର ଶିକାର ହେଉଛନ୍ତି। ବର୍ତ୍ତମାନ ଅଙ୍କିତା ଇନଷ୍ଟାଗ୍ରାମରେ ଏକ ଲାଇଭ୍ ସେଶନ୍ କରିଛନ୍ତି ଏବଂ ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ କିଛି ଖାସ୍ କଥା କହିଛନ୍ତି।

ଇନଷ୍ଟାଗ୍ରାମ ଲାଇଭରେ ଅଙ୍କିତା ଲୋଖଣ୍ଡେ କହିଛନ୍ତି ଯେ, ତାଙ୍କ ଡ୍ୟାନ୍ସ ଭିଡିଓ ଏବଂ ଅନ୍ୟାନ୍ୟ ପୋଷ୍ଟ ଉପରେ ଲୋକମାନଙ୍କ ଅଶ୍ଳୀଳ ମନ୍ତବ୍ୟ ଆସୁଛି । ଯଦି ଲୋକମାନଙ୍କୁ ତାଙ୍କର ସୋସିଆଲ ମିଡିଆ କାର୍ଯ୍ୟକଳାପ ପସନ୍ଦ କରୁନାହାନ୍ତି, ତେବେ ସେମାନେ ତାଙ୍କୁ ଅନ୍ଫଲୋ କରିପାରିବେ । ଅଙ୍କିତା ସୁଶାନ୍ତଙ୍କ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି କି ତାଙ୍କ ଛବିକୁ ଖରାପ ନକରିବାକୁ । ସେ କହିଛନ୍ତି ଯେ, କେହି ବି ତାଙ୍କ କାହାଣୀ ଜାଣି ନାହାନ୍ତି। ଯେତେବେଳେ କେହି କେହି ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି, ସେତେବେଳେ ସେମାନେ ତାଙ୍କୁ ବହୁତ ଖରାପ ଲାଗେ ଏବଂ ଏହା ଏହାର ପ୍ରଭାବ ତାଙ୍କ ପରିବାର ଉପରେ ପଡ଼ିଥାଏ।

ଅଙ୍କିତା ଆହୁରି କହିଛନ୍ତି, ‘ଯେଉଁ ଜିନିଷ ମୋତେ ପସନ୍ଦ ଆସେ ନାହିଁ, ମୁଁ ତାହା ଫଲୋ କରେ ନାହିଁ, କିନ୍ତୁ ମୁଁ ଅନ୍ୟ ଆକାଉଣ୍ଟକୁ ଯାଇ ସେମାନଙ୍କୁ ଦୁର୍ବ୍ୟବହାର କରେ ନାହିଁ’। ଅଙ୍କିତା କହିଛନ୍ତି ଯେ, ଟ୍ରୋଲିଂ ପାଇଁ ତାଙ୍କୁ କୌଣସି ଫରକ ପଡ଼େ ନାହିଁ, କିନ୍ତୁ ତାଙ୍କ ପରିବାର ଏଥିପାଇଁ ବହୁତ ପ୍ରଭାବିତ ହେଉଛନ୍ତି ଏବଂ ସେ ଏହି ଇଣ୍ଡଷ୍ଟ୍ରିର ଅଂଶ ମଧ୍ୟ ନୁହଁନ୍ତି।