ସୁଶାନ୍ତଙ୍କ ମାମଲାର ସିବିଆଇ ତଦନ୍ତ ନିର୍ଦେଶ ପରେ ଖୁସି ପ୍ରକାଶ କଲେ ଅଙ୍କିତା ଲୋଖଣ୍ଡେ , ଟୁଇଟ୍ କରି ଲେଖିଲେ- ସତ୍ୟର ବିଜୟ

ନୂଆଦିଲ୍ଲୀ,୧୯।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସମାଧାନ ପାଇଁ ଆଜି ସୁପ୍ରିମକୋର୍ଟ ସିବିଆଇ ତଦନ୍ତ କରାଯିବା ନେଇ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ପରେ ଏବେ ସୁଶାନ୍ତଙ୍କ ପରିବାର ଓ ଫ୍ୟାନଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି। ଏଭଳି ସମୟରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଟୁଇଟ୍ କରି ନିଜର ଖୁସି ବ୍ୟକ୍ତି କରିଛନ୍ତି।  ନିଜର ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, Justice is the truth in action, Truth wins .. #1ststeptossrjustice’.।

ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ ପରେ ବଲିଉଡର ବହୁ କଳାକାର ନ୍ୟାୟ ମିଳିବ ବୋଲି ଖୁସି ପ୍ରକାଶ କରିଛନ୍ତି। ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କୀର୍ତ୍ତି ଟୁଇଟ୍ କରି ଲେଖିଛନ୍ତି, ଶେଷ​‌ରେ ସୁଶାନ୍ତଙ୍କ ପାଇଁ ସିବିଆଇ…। ଏହାପରେ ଶ୍ବେତା ଆଉ ଏକ ଟ୍ବିଟ୍ କରିଛନ୍ତି, ଯେଉଁଥିରେ ସେ ନିଜର ପରିବାର ଲୋକଙ୍କ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ବିଜୟ ଆଡକୁ ଗୋଟେ ପାଦ ଆଗେଇଛନ୍ତି ବୋଲି ଲେଖିଛନ୍ତି।

   ସମ୍ବନ୍ଧିତ ଖବର


ରେଡ୍ ଲାଇଟରୁ ଉଦ୍ଧାର ହୋଇଥିବା ଓଡିଆ କିଶୋରୀଙ୍କୁ ମିଳିଲା ୯ ଲକ୍ଷ

ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’