ସାକ୍ଷୀଗୋପାଳ ମନ୍ଦିରରେ ଚାଲିଛି ଅଁଳା ନବମୀ ପ୍ରସ୍ତୁତି: ରାଧାରାଣୀଙ୍କ ପାଦ ଦର୍ଶନ ବନ୍ଦ, ଜାରି ହେବ ୧୪୪ ଧାରା

ସାକ୍ଷୀଗୋପାଳ,୨୨/୧୧: ସୋମବାର ଅଁଳା ନବମୀ । କୋଭିଡ କଟକଣା ଯୋଗୁଁ ସାକ୍ଷୀଗାପାଳ ମନ୍ଦିରରେ ଶ୍ରଦ୍ଧାଳୁ ଓ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମାତ୍ର ଦେବନୀତି ଅନୁଷ୍ଠିତ ହେବ । ବିଗତ ବର୍ଷମାନଙ୍କରେ ପ୍ରଶାସନ ତରଫରୁ ମନ୍ଦିର ଉପରେ ଉଠିଥିବା ବର, ଅଶ୍ୱତ୍ଥ ଓ ଡିମିରି ଗଛଗୁଡ଼ିକ କଟା ଯାଇ ମନ୍ଦିର ରଙ୍ଗ କରାଯାଇଥାଏ । ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି । ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେହିଭଳି ଅଁଳା ନବମୀ ଉପଲକ୍ଷେ ସାକ୍ଷୀଗାପାଳ ମନ୍ଦିରରେ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ବନ୍ଦ ରହିବ । ମନ୍ଦିର ଚତୁଃପାଶ୍ୱର୍ରେ ୨୦୦ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ୧୪୪ ଧାରା ଜାରି କରାଯିବ । ଆଜି ଏ ସମ୍ପର୍କରେ ଡାକବାଜି ଯନ୍ତ୍ର ଯୋଗେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାର କରାଯାଇଛି ।

ସେହିଭଳି ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଚି । ଗୋବିନ୍ଦ ମହାପାତ୍ର, ରବୀନ୍ଦ୍ର ନାଥ ଶତପଥି, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ରବୀନ୍ଦ୍ରନାଥ ଷଡ଼ଙ୍ଗୀ, ଧୂଳିରାମ ମହାପାତ୍ର, ତିଳୋତ୍ତମା ମହାପାତ୍ର ଓ ସତ୍ୟଭାମା ଷଡ଼ଙ୍ଗୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।