PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

୨୦୨୦ ରାଶିଫଳ : ମେଷ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଘଟିବ ବଡ଼ ପରିବର୍ତ୍ତନ, ଧନୁ ରାଶିର ବ୍ୟକ୍ତିଙ୍କୁ ଧନୀ ହେବାରୁ କେହିବି ଅଟକାଇ ପାରିବେନି, କେଉଁ ୪ଟି ରାଶିଙ୍କୁ ଅସଲ ଭଲପାଇବା ମିଳିବାକୁ ଯାଉଛି ଜାଣନ୍ତୁ..

ବାର୍ଷିକ ରାଶିଫଳ ୨୦୨୦ରେ ଆପଣଙ୍କ ଜୀବନ ସହିତ ଜଡ଼ିତ ମହତ୍ତ୍ବପୂର୍ଣ୍ଣ ଦୃଷ୍ଟିକୋଣର ଭବିଷ୍ୟବାଣୀ। ବାର୍ଷିକ ଫଳାଦେଶର ସାହାଯ୍ୟରେ ଆପଣ ଆପଣଙ୍କ କ୍ୟାରିଅର, ବ୍ୟାପର, ଧନ, ପରିବାର, ପ୍ରେମ, ବିବାହ ଏବଂ ସ୍ବାସ୍ଥ୍ୟ ଜୀବନ ସମ୍ପର୍କରେ ଜାଣିପାରିବେ। ତେବେ ଆସନ୍ତୁ ଜାଣିବା ୨୦୨୦ ବର୍ଷରେ କ’ଣ କହୁଛି ଆପଣଙ୍କ ରାଶି।

ମେଷ ରାଶି ଥିବା ବ୍ୟକ୍ତିମାନେ ବିଚାର କରିବାରେ ପାରଙ୍ଗମ ଥାନ୍ତି। ଆପଣଙ୍କ ରାଶିର ସ୍ବାମୀ ମଙ୍ଗଳ ଅଟେ। ଏହି ରାଶିର ବ୍ୟକ୍ତି ସ୍ବଭାବରେ ଅଳ୍ପ ଉଗ୍ର ହୋଇଥାନ୍ତି। କ୍ରୋଧ ଏବଂ ଆକ୍ରମକତା ଯୋଗୁଁ ଆପଣ ଆପଣଙ୍କ ଧୈର୍ଯ୍ୟ ଶକ୍ତିକୁ ହରାଇବସନ୍ତି। କାର୍ଯ୍ୟକୁ ଜିଦିରେ ପସନ୍ଦ କରିବାକୁ ଏମାନେ ଅଧିକ ପସନ୍ଦ କରିଥାନ୍ତି। ଆପଣଙ୍କ ନେତୃତ୍ବ କ୍ଷମତାକୁ ଲୋକେ ପ୍ରଶଂସା କରିଥାନ୍ତି। ପାଠ ପଢ଼ିବାକୁ ଏମାନେ ଅଧିକ ପସନ୍ଦ କରିଥାନ୍ତି। ସ୍ବଭାବ ବିରୁଦ୍ଧରେ କାର୍ଯ୍ୟ କରିବାକୁ ଏମାନେ ପସନ୍ଦ କରିନଥାନ୍ତି। ପରିବାର ସହ ସ୍ନେହ ବଜାୟ ରଖିବାକୁ ଏମାନେ ବହୁତ ପସନ୍ଦ କରିଥାନ୍ତି। ଅନୁଶାସନରେ ରହିବା ଆପଣ ପସନ୍ଦ କରିଥାନ୍ତି। ଏହି ରାଶିର ବ୍ୟକ୍ତିମାନେ ସମାଜରେ ମାନସମ୍ମାନ ପ୍ରାପ୍ତ କରିପାରନ୍ତି।

ଆର୍ଥିକ ଜୀବନ

ବର୍ଷର ଆରମ୍ଭରେ ଆପଣଙ୍କ ଆର୍ଥିକ ପକ୍ଷ  ସୁଦୃଢ଼ ରହିବ। ସେୟାର ବଜାରରେ ନିବେଶରୁ ଆପଣଙ୍କୁ ଫାଇଦା ମିଳିବ। ହାଇପାରେ ଆପଣଙ୍କୁ ଜମି ସହ ଜଡ଼ିତ ମାମଲାରେ ସାବଧାନ ରହିବାକୁ ପଡ଼ିପାରେ। କାରଣ ସେଥିରେ ଅନ୍ୟଥା ଆପଣଙ୍କୁ ଧୋକା ମିଳିପାରେ। ମାର୍ଚ୍ଚ ମାସରେ ବ୍ୟାପର ସହ ଜଡ଼ିତ ଯାତ୍ରାରେ ସୁଫଳ ମିଳିବ।ସେହି ଏପ୍ରିଲ ମାସରେ ଖର୍ଚ୍ଚରେ ଅଧିକ ବୃଦ୍ଧି ହୋଇପାରେ। ଜୁନରେ ଆମଦାନୀ ହ୍ରାସ ପାଇବାରେ ସମ୍ଭାବନା ରହିଛି। ଅଗଷ୍ଟରେ ପୁନଃ ପରିସ୍ଥିତି ଆପଣଙ୍କ ଆର୍ଥିକ ଜୀବନକୁ ସୁଧାରିବ। ବର୍ଷର ଶେଷରେ ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହେବାରେ ବହୁତ ସମ୍ଭାବନା ରହିଛି। ଏହି ସମୟରେ ଆପଣଙ୍କୁ ଆପଣଙ୍କ ରୋଜଗାର ଉପରେ ଧ୍ୟାନ ରଖିବାକୁ ପଡ଼ିବ। ଚଳିତ ବର୍ଷ ଆପଣ କୌଣସି ନୂଆ ବାହାନ କ୍ରୟ କରିପାରିବେ।  

କ୍ୟାରିଅର ବ୍ୟାପାର

କରିପାରିବେ।  ବର୍ଷ ଆରମ୍ଭରେ ଆପଣଙ୍କ ଉପରେ କାର୍ଯ୍ୟ ଭାର ରହିବ। ଯେଉଁ କାରଣରୁ ଆପଣ ନିଜ ବ୍ୟକ୍ତିଗତ ଜୀବନକୁ ଟିକେ କମ୍ ସମୟ ଦେଇପାରିବେ। ଯଦି ରଚନାତ୍ମକ କାର୍ଯ୍ୟରେ ଜଡ଼ିତ ତାହେଲେ ବର୍ଷ ଆରମ୍ଭ ଆପଣଙ୍କ ଭଲ ରହିବ। ଏହି ସମୟରେ ଆପଣଙ୍କ ବ୍ୟାପାର ବିସ୍ତାର ହେବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ସାଙ୍ଗସାଥୀଙ୍କ ସହ ମନାନ୍ତର ସ୍ଥିତି ଉପୁଜିପାରେ। ମେ ମାସରେ ନିଜ କଷ୍ଟ ଓ ପରିଶ୍ରମର ଫଳ ପ୍ରାପ୍ତି ହୋଇପାରେ। ଅଧିକାରୀଙ୍କ ସହ ସୁସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ। ବର୍ଷ ମଝିରେ ଆପଣଙ୍କ ବ୍ୟାପାରରେ କମ-ବେଶି ଲାଗି ରହିବାର ସମ୍ଭାବନା ରହିଛି। ଏହି କାରଣ ଯୋଗୁଁ ବ୍ୟବସାୟ କିମ୍ବା କାର୍ଯ୍ୟ କ୍ଷେତ୍ରରେ ଯାତ୍ରା କରିବାକୁ ପଡ଼ିପାରେ। ଅକ୍ଟୋବରରେ ବ୍ୟାପାର ଅଥବା କାର୍ଯ୍ୟ ହେତୁ ବିଦେଶୀ କମ୍ପାନି ସହିତ ସମ୍ପର୍କ ସ୍ଥାପିତ ହୋଇପାରେ। ବର୍ଷର ଅନ୍ତରେ ଆପଣଙ୍କୁ କଷ୍ଟର ଫଳ ପ୍ରାପ୍ତି ହେବାରେ ପ୍ରବଳ ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ।

ପାରିବାରିକ ଜୀବନ

ଏହି ବର୍ଷରେ ମିତ୍ରଙ୍କ ସହ ଆତ୍ମୀୟତା ବଢ଼ିବ। ଆପଣ ସେମାନଙ୍କ ସହିତ ନିଜ ଦୁଃଖ କଷ୍ଟ ସେୟାର କରିପାରିବେ। ଶ୍ବଶୂର ଘର ତରଫରୁ ଆର୍ଥିକ ସହଯୋଗ ପ୍ରାପ୍ତ ହୋଇପାରେ। ପରିବାରରେ ଶାଶୂ-ବୋହୂ ମଧ୍ୟରେ ସମ୍ପର୍କ ଆହୁରି ଅଧିକ ନିବିଡ଼ ହେବ। ଯଦି ସନ୍ତାନ ସନ୍ତାନ ଶିକ୍ଷାରେ କୌଣସି ବାଧା ଆସୁଛି ତାହେଲେ ତାହା ଦୂର ହୋଇଯିବ। ଆର୍ଥିକ କାରଣରୁ ପରିଜନଙ୍କ ସହ ସମ୍ପର୍କରେ ଦୂରତା ଦେଖାଯାଇପାରେ। ଏପ୍ରିଲରେ ଆପଣ ପରିବାରରେ ପୂଜା ପାଠର କାର୍ଯ୍ୟକ୍ରମ ବଢ଼ିପାରେ। ଜୁଲାଇରେ ସନ୍ତାନ ତରଫରୁ ଆପଣ କିଛିଟା ଚିନ୍ତାରେ ପଡ଼ିପାରନ୍ତି। ସନ୍ତାନର ଉଚିତ୍ ମାର୍ଗଦର୍ଶନ କରିବା ଏହା ଆପଣଙ୍କର ପ୍ରଥମ ପ୍ରାଥମିକତା ରହିବ।

ପ୍ରେମ ବିବାହ

ଏହି ବର୍ଷ ବୈବାହିକ ଜୀବନ ଭଲ ରହିବ। ବର୍ଷର ଆରମ୍ଭରେ ଆପଣଙ୍କ ବୈବାହିତ ଜୀବନରେ ମଧୁରତା ଭରି ରହିବ। ଜିବନସାଥୀ ଆପଣଙ୍କ ଭାବନାକୁ ବୁଜିପାରିବେ। ବର୍ଷର ମଧ୍ୟ ଭାଗରେ ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଏଥିପାଇଁ ଆପଣଙ୍କୁ ଆପଣଙ୍କ ଜବାନ ଉପରେ କାବୁ ରଖିବାକୁ ପଡ଼ିବ। ଯଦି ପ୍ରେମ କରୁଛନ୍ତି ଅଗଷ୍ଟ ମାସରେ ଖୋଲିକି କହିପାରିବେ ଅର୍ଥାତ୍ ପ୍ରେମ ସ୍ବିକାର କରିପାରିବେ। ହୋଇପାରେ ସାଥୀଙ୍କ ତରଫରୁ ମଧ୍ୟ ସକାରାତ୍ମକ ଉତ୍ତର ମିଳିପାରେ। ଏହି ବର୍ଷ ଯଦି ପ୍ରେମ ବିବାହ ସମ୍ପର୍କରେ ଭାବୁଛନ୍ତି ତାହେଲେ ରହିଯାଆନ୍ତୁ ୨୦୨୦ରେ ବିବାହ କରିବେ। ଅକ୍ଟୋବରରେ ଆପଣଙ୍କ ମନ ଧର୍ମ ତଥା ଆଧ୍ୟାତ୍ମ ପ୍ରତି ବଢ଼ିପାରେ। ଆପଣଙ୍କୁ ସାଂସାରିକ ଜିନିଷ ସବୁ ବେକାର ଲାଗିପାରେ। ବର୍ଷର ଅନ୍ତିମ ମାସରେ ସାଥୀଙ୍କ ସହ ସମ୍ପର୍କ ଅତି ନିବିଡ଼ତର ହେବ। ସମ୍ପର୍କରେ ରୋମାନ୍ସ ଭରି ଉଠିବ।

ସ୍ବାସ୍ଥ୍ୟ

୨୦୨୦ରେ ଆପଣଙ୍କ ସ୍ବାସ୍ଥ୍ୟବସ୍ଥା ମିଶାମିଶି ରହିବ। ବର୍ଷର ଆରମ୍ଭରେ ଆପଣଙ୍କ ସ୍ବଭାବରେ କ୍ରୋଧର ମାତ୍ରା ବଢ଼ିପାରେ। ଏଥିରେ କାବୁ ରଖିବାକୁ ପଡ଼ିବ। ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ସଜାଗ ରହିବାକୁ ପଡ଼ିବ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ମାର୍ଚ୍ଚ ମାସରେ ଯାନବାହନ ପ୍ରତି ସାବଧାନ ରୁହନ୍ତୁ। ଜୁନ ମାସରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଜୁଲାଇରେ ଆପଣଙ୍କୁ ତ୍ବଚା ରୋଗ ହୋଇପାରେ। ଏହା ସହିତ ଜର ଥଣ୍ଡା ବି ହୋଇପାରେ। ଦରକାର ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ବି ନେଇପାରିବେ।   

ବୃଷ
ବୃଷ ରାଶିର ଲୋକେ ଶାନ୍ତ ଓ କୋମଳ ସ୍ୱଭାବର ହୋଇଥାନ୍ତି । ରାଶିଚକ୍ରରେ ଏହି ରାଶି ଦ୍ୱିତୀୟ ସ୍ଥାନରେ ରହିଛି । ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି । ଏହି ରାଶିର ବ୍ୟକ୍ତିମାନେ ସ୍ୱଭାବରୁ ଅନ୍ତର୍ମୁଖୀ ଓ ବିଶ୍ୱସନୀୟ ହୋଇଥାନ୍ତି । ଏମାନେ କିଛି ନା କିଛି କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି । ଏମାନେ ପରିଶ୍ରମକୁ ଭୟ କରନ୍ତି ନାହିଁ । ଏମାନେ ନୂଆ ନୂଆ କାମ କରିବାକୁ ଏବଂ ବହି ପଢିବାକୁ ଭଲ ପାଇଥାନ୍ତି । ଏମାନେ ଚତୁରତାର ସହ ନିଜ କାମ କରିପାରନ୍ତି । ପ୍ରତ୍ୟେକ୍ଷ ପରିଶ୍ରମକୁ ଏମାନେ ଗୁରୁତ୍ୱ ଦେଇଥାନ୍ତି ।

ଆର୍ଥିକ ଜୀବନ
୨୦୨୦ର ଆରମ୍ଭରେ ଆପଣଙ୍କ ଆର୍ଥିକ ଅବସ୍ଥା ଉତ୍ତମ ରହିବ । ବ୍ୟବସାୟରେ ଲାଭ ମିଳିବ । ତେବେ ଉଚ୍ଚ ଶିକ୍ଷା ହେତୁ ଧନ ଖର୍ଚ୍ଚ ହୋଇପାରେ । ଫେବୃୟାରୀରେ ଜଗରହି ଖର୍ଚ୍ଚ ନକଲେ ଟଙ୍କା ହାନି ହୋଇପାରେ । ମାର୍ଚ୍ଚ ମାସରେ ଟଙ୍କାକୁ ଭାବିଚିନ୍ତା ଖର୍ଚ୍ଚ କରନ୍ତୁ । ବର୍ଷର ମଧ୍ୟ ଭାଗରେ ଆପଣଙ୍କୁ ପୈତୃକ ସମ୍ପତ୍ତି ମିଳିପାରେ । ସେପ୍ଟେମ୍ବର ମାସରେ ଆପଣଙ୍କ ସାଲାରୀ ବୃଦ୍ଧି ହୋଇପାରେ । ଯଦି ଆପଣ କେଉଁଠି ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତେବେ ଜଣେ ଅନୁଭବୀ ଲୋକଙ୍କଠୁ ପରାମର୍ଶ ନିଅନ୍ତୁ, ଲାଭ ମିଳିବ ।

କ୍ୟାରିୟର ବ୍ୟାପାର
କ୍ୟାରିୟର ଦୃଷ୍ଟିର ଦେଖିବା ତ ନବବର୍ଷରେ ଅନେକ ପରିବର୍ତ୍ତନ ଆସିବ । ଚାକିରୀ  ପାଇଁ ନୂଆ ଅବସର ଆସିପାରେ । ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ । କୌଣସି ଏକ ବଡ ସଂସ୍ଥାରୁ ଆପଣଙ୍କ ପାଖକୁ ଅଫର ଆସିପାରେ । ବ୍ୟାପାର କ୍ଷେତ୍ରରେ ମାର୍ଚ୍ଚ ମାସରେ ଆପଣଙ୍କ ସାମ୍ନାକୁ ଅନେକ ଚାଲେଞ୍ଜ ଆସିପାରେ । ନିଜ ପ୍ରତିଦ୍ୱନ୍ଦୀଙ୍କଠୁ ସମ୍ଭାଳିକି ରୁହନ୍ତୁ । ଏପ୍ରିଲ ମାସରେ ବ୍ୟାପାରକୁ ନେଇ କୌଣସି ବଡ ଡିଲ୍ ହୋଇପାରେ । ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ବର୍ଷର ଅନ୍ତରେ ବ୍ୟାପାରରେ ନୂଆ ଯୋଜନାରେ ସଫଳତା ମିଳିବ  ।

ପାରିବାରିକ ଜୀବନ
ଚଳିତ ବର୍ଷ ଆପଣଙ୍କ ମଧୁର ବ୍ୟବହାର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବ । ନିଜ ମଧୁର କଥାରେ ଲୋକଙ୍କୁ ନିଜର କରିପାରିବେ । କାମରେ ବ୍ୟସ୍ତତା ଯୋଗୁଁ ପରିବାର ଲୋକଙ୍କୁ ସମୟ ଦେଇପାରିବେନି । ଏଥିପାଇଁ ପରିବାର ଲୋକ ମନ ଉଣା କରିପାରନ୍ତି । ମାତା-ପିତାଙ୍କ ସେବାରେ ମନ ରହିବ । ତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଏପ୍ରିଲରେ ପରିବାର ଲୋକଙ୍କ ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ କଥାକୁ ନେଇ ଆଲୋଚନା ହୋଇପାରେ । ଏହି ବର୍ଷ ଆପଣ ସାମାଜିକ କାର୍ଯ୍ୟରେ ଭାଗ ନେବେ । ଏହା ଫଳରେ ସମାଜରେ ଆପଣଙ୍କ ଏବଂ ଆପଣଙ୍କ ପରିବାରର ପ୍ରତିପତ୍ତି ବଢିବ । ଏହି ବର୍ଷ ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି ତୀର୍ଥଯାତ୍ରାରେ ଯାଇପାରନ୍ତି ।

ପ୍ରେମ ବିବାହ
ବର୍ଷର ଆରମ୍ଭରେ ଜୀବନସାଥୀ ସହିତ ଆପଣଙ୍କ ସମ୍ପର୍କ ମଧୁର ହେବ । ଆପଣ ପରସ୍ପରଙ୍କ ଶକ୍ତି ବନିବେ । ତେବେ କାମ ବ୍ୟସ୍ତତା ଯୋଗୁଁ ପରସ୍ପରକୁ କମ୍ ସମୟ ଦେବେ । ଏହି କଥାକୁ ନେଇ ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ଅଭିମାନ କରିପାରନ୍ତି । ବର୍ଷର ମଧ୍ୟ ଭାଗରେ ଜୀବନସାଥି ସହ ସାମଞ୍ଜ୍ୟସ ରହିବ । ଯଦି ଆପଣ ବିବାହ ଯୋଗ୍ୟ ତେବେ ମେ ମାସରେ ଆପଣଙ୍କୁ ବିବାହ ଚିନ୍ତା ଘାରିପାରେ । ଜୁନରେ ପ୍ରେମ ପାଇଁ ସଠିକ୍ ସମୟ । ମନସୁନରେ ପ୍ରେମ ଜୀବନରେ ଆନନ୍ଦ ଭରିଦେଇଥାଏ । ଲଭ୍ ପାର୍ଟନର୍ ସହିତ କେଉଁଆଡେ ଯିବାକୁ ମନ ହୋଇଥାଏ । ଯଦି ଆପଣ ସିଙ୍ଗଲେ ତେବେ ଏହି ସମୟରେ ନୂଆ ସମ୍ପର୍କ ଆରମ୍ଭ ହୋଇପାରେ । ବର୍ଷର ଶେଷ ଆଡକୁ ପ୍ରେମ ଓ ବୈବାହିକ ଜୀବନ ପାଇଁ ପରିସ୍ଥିତି ଅନକୁଳ ରହିବ ।

ସ୍ୱାସ୍ଥ୍ୟ
ଏହି ବର୍ଷ ସ୍ୱାସ୍ଥ୍ୟ ପାଇଁ ବିଲୁକୁଲ୍ ଅଣଦେଖା କରନ୍ତୁନି । ନଚେତ୍ ବଡ ଅସୁବିଧାରେ ପଡିପାରନ୍ତି । ସ୍ୱାସ୍ଥ୍ୟରେ ଭଲ-ଖରାପ ଲାଗିରହିବ । ଏଥିପାଇଁ କୌଣସି ବି ଜିନିଷରେ ଆପଣଙ୍କ ଏକାଗ୍ରତା ଲାଗିବନି । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ କରନ୍ତୁ । ବର୍ଷର ଆରମ୍ଭରେ ଖରାପ ଖାଦ୍ୟପେୟକୁ ନେଇ ସ୍ୱାସ୍ଥ୍ୟ ବିଗିଡିପାରେ । ସାଙ୍ଗମାନଙ୍କ ସହ ସୁଖ-ଦୁଃଖ ବାଣ୍ଟିଲେ ମନ ହାଲକା ହେବ । ବର୍ଷର ମଧ୍ୟ ଭାଗରେ କାମ ଯୋଗୁଁ ସ୍ୱାସ୍ଥ୍ୟରେ ସମୟ ଦେଇପାରିବେନି । ଅଗଷ୍ଟରେ ପୂରୁଣା ରୋଗ ଆପଣଙ୍କୁ ଚିନ୍ତାରେ ପକାଇପାରେ । ବର୍ଷର ଶେଷ ଆଡକୁ ନିଜ ସ୍ୱାସ୍ଥ୍ଯ ଉପରେ ଧ୍ୟାନ ଦିଅନ୍ତୁ ।

ମିଥୁନ ରାଶି
ମିଶୁନ ରାଶିର ସ୍ୱାମୀ ବୁଧ । ରାଶି ଚକ୍ରରେ ଏହା ତୃତୀୟ ସ୍ଥାନରେ ଆସିଥାଏ । ଏହି ରାଶିର ବ୍ୟକ୍ତି ଶାରିରୀକ ରୂପେ ଫୂର୍ତ୍ତି ରହିଥାନ୍ତି ଏବଂ କୌଣସି ବି କାମ୍ କିମ୍ବା କଥାକୁ ସାଙ୍ଗେ ସାଙ୍ଗେ ଜବାବ ଦେଇଥାନ୍ତି । ଲୋକମାନେ ଏମାନଙ୍କ ବୌଦ୍ଧିକ କ୍ଷମତାକୁ ପ୍ରଂଶସା କରିଥାନ୍ତି । ଏହି ରାଶିର ଲୋକେ ଧାର୍ମିକ ଓ ଦୟା ଭାବ ରଖିଥାନ୍ତି । ନିଜ ବହୁମୁଖୀ ପ୍ରତିଭା ଯୋଗୁଁ ଏମାନେ ଭିଡରୁ ଅଲଗା ନଜର ଆସିଥାନ୍ତି । ଆପଣଙ୍କ ଭିତରେ ଯେତିକି କ୍ରୋଧ ଥାଏ ସେତିକି ସଂଯମତା ମଧ୍ୟ ଥାଏ । ଆପଣ ଲକ୍ଷ୍ୟ ନିର୍ଦ୍ଧାରିତ କରି କାର୍ଯ୍ଯ କରିବା ପସନ୍ଦ କରିଥାନ୍ତି । ନିଜ ଜୀବନରେ ନୂଆ ଓ ଭଲ ବିଚାର ରଖିଥାନ୍ତି । ଆପଣଙ୍କ ମଧ୍ୟରେ କାର୍ଯ୍ୟ ପ୍ରତି ଉତ୍ସାହ ମଧ୍ୟ ରହିଥାଏ । ଅନୁଶାସନ ଆପଣଙ୍କୁ ବହୁତ ପସନ୍ଦ । ଏମାନେ ଖାଦ୍ୟ ପେୟ ଉପରେ ଅଧିକ ସଉକ ରଖିଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ବିଶ୍ୱସ୍ତ, ସହନଶୀଳ ହୋଇଥାନ୍ତି । ଏହି ରାଶିରେ ଲୋକମାନେ ଅନ୍ୟମାନଙ୍କ ଭଲ ପାଇଁ ସବୁବେଳେ ଆଗୁଆ ରହିଥାନ୍ତି ।

ଆର୍ଥିକ ଜୀବନ
ଏହି ବର୍ଷ ଆପଣଙ୍କ ଆର୍ଥିକ ଜୀବନ ସାମାନ୍ୟ ରହିବ । ଘର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଗିଡିବା ଯୋଗୁଁ ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ସମ୍ଭାବନା ରହିଛି । ଏହି ବର୍ଷ ଆପଣଙ୍କୁ ନିଜ ଆବଶ୍ୟକୀୟ ଖର୍ଚ୍ଚ ଉପରେ ଲଗାମ ଲଗାଇବାର ଆବଶ୍ୟକତା ରହିଛି । ବର୍ଷର ମଧ୍ୟରେ ଆପଣଙ୍କୁ ଆର୍ଥିକ ସାହାଯ୍ୟର ଆବଶ୍ୟକତା ପଡିପାରେ । ଏହି ସମୟରେ ଆପଣଙ୍କୁ ପିତାଜୀଙ୍କୁ ଆର୍ଥିକ ସହାୟତା ପ୍ରାପ୍ତ ହୋଇପାରେ । ଯାନ ବାହନର ରକ୍ଷଣା ବେକ୍ଷଣାରେ ଆପଣଙ୍କ ଧନ ଖର୍ଚ୍ଚ ହେବ । ବର୍ଷର ଅନ୍ତରେ ଆପଣଙ୍କ ପାଖରେ ଧନର ପ୍ରବାହ ରହିବ । ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ ।

କ୍ୟାରିୟର-ବ୍ୟାପାର
ଏହି ବର୍ଷ କାର୍ଯ୍ଯକ୍ଷେତ୍ରରେ ଆପଣ ଅଧିକ ସକ୍ଷମ ହେବ । ବିଦ୍ୟାର୍ଥୀମାନେ ନିଜ ପାଠପଢାରେ ସଫଳ ହେବେ । ଫେବୃୟାରୀରେ ଆପଣ କୌଣସି ପାର୍ଟନର ସହିତ ବ୍ୟାପାର କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ମନୋବଳ ଉଚ୍ଚା ହେବ । ନିଜ ଉଚ୍ଚ ମନୋବଳ ଯୋଗୁଁ ଆପଣ ନିଜ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇଦେବେ । ଯଦି କାର୍ଯ୍ୟ-ବ୍ୟାପାରରେ କୌଣସି ସମସ୍ୟା ଆସିବ ତେବେ ଆପଣଙ୍କ ପରିବାର ଆପଣଙ୍କୁ ସପୋର୍ଟ କରିବ । ଅଗଷ୍ଟରେ ଆପଣଙ୍କ ବ୍ୟାପାରର ଗତି ଧିର ହୋଇଯିବ । କିନ୍ତୁ ଭଲ କଥା ହେଉଛି ଯେ ଏଥିରେ ଆପଣ ଭାଙ୍ଗିପଡିବେନି । ଅକ୍ଟୋବରରେ କାମରେ ସୁଧାର ଆସିବ । ନଭେମ୍ବର ମାସରେ ଆପଣଙ୍କୁ ନିଜ ବସର ଗାଳି ଶୁଣିବାକୁ ପଡିବ । ଏଥିପାଇଁ କୌଣସି ଭୁଲ୍ ନକରି ସଠିକ୍ ଭାବେ ନିଜ କାମରେ ମନ ଦିଅନ୍ତୁ ।

ପାରିବାରିକ ଜୀବନ
ବର୍ଷର ଆରମ୍ଭରେ ପରିବାର ସଦସ୍ୟଙ୍କ ମଧ୍ୟରେ ସାମଞ୍ଜସ୍ୟ ଦେଖିବାକୁ ମିଳିବ । ପରିବାର ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଏହି ବର୍ଷ ଆପଣ ନିଜ ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ କରିପାରନ୍ତି । ପରିବାରର ବୟସ୍କଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଘରେ ଭାଇ-ଭଉଣୀଙ୍କ ମଧ୍ୟରେ ପ୍ରେମ ବଢିବ । ଆପଣଙ୍କ ସାମାଜିକ ଜୀବନରେ ବ୍ୟସ୍ତତା ବଢିପାରେ । ଘରେ ସିନିୟର ସିଟିଜେନଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ସାଜିପାରେ । ଏହି ବର୍ଷ ଆପଣଙ୍କ ଶଶୂର ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ଯେଉଁଥିରେ ଆପଣ ଭାଗ ନେଇପାରନ୍ତି । ଆପଣ ଘରର ଛୋଟ ପିଲାଙ୍କୁ  ସଠିକ୍ ମାର୍ଗଦର୍ଶନ କରାଇପାରନ୍ତି ।

ପ୍ରେମ ଏବଂ ବିବାହ
ଏହି ବର୍ଷ ଆପଣଙ୍କ ବୈବାହିତ ଜୀବନ ଭଲ ରହିବ । ଯଦି ଆପଣ ନବଦମ୍ପତ୍ତି ତେବେ ସନ୍ତାନ ପ୍ରାପ୍ତିକୁ ନେଇ କୌଣସି ଖୁସି ଖବର ମିଳିପାରେ । ଯଦି ଆପଣ ସିଙ୍ଗଲ ତେବେ କୌଣସି ବି ତରଫରୁ ଆକର୍ଷଣ ବଢିପାରେ । ଏହି ବର୍ଷ ଅଫିସରେ କୌମସି ବ୍ୟକ୍ତି ଆପଣଙ୍କ ହୃଦୟକୁ ଛୁଇଁପାରେ । ମାର୍ଚ୍ଚରେ ଦାମ୍ପତ୍ତ୍ୟ ଜୀବନ ଆରମ୍ଭ ହୋଇପାରେ । ଜୀବନସାଥି ସହିତ ଆପଣ ସମ୍ପର୍କ ଅଧିକ ଉତ୍ତମ ହେବ । ବର୍ଷର ମଧ୍ୟ ଭାଗରେ ପ୍ରେମ ସମ୍ବନ୍ଧକୁ ନେଇ ସଜାଗ ରୁହନ୍ତୁ । କାରଣ ଏହି ସମୟରେ ପ୍ରେମର ଶତ୍ରୁ ଆପଣଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ କରିପାରନ୍ତି । ଜୁଲାଇରେ ଜୀବନସାଥିଙ୍କୁ ସମୟ ଦିଅନ୍ତୁ । ଯଦି ଆପଣ ଅବିବାହତ କେବେ ସେପ୍ଟେମ୍ବର ମାସରେ  ଆପଣଙ୍କ ବିବାହ ପ୍ରସ୍ତାବ ଆସିପାରେ । ପ୍ରେମ ଜୀବନ ପାଇଁ ସମଯ ଭଲ ରହିବ । ଦାମ୍ପତ୍ତ୍ୟ ଜୀବନରେ କୌଣସି ବି ଚିନ୍ତା ଆସିବନି । ବର୍ଷର ଶେଷ ଆଡକୁ ପ୍ରେମ ଓ ବୈବାହିକ ଜୀବନ ପାଇଁ ସମୟ ଅନୁକୁଳ ରହିବ ।

ସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟ ପାଇଁ ୨୦୨୦ ସାମାନ୍ୟ ରହିବ । ବର୍ଷର ଆରମ୍ଭରେ ଆପଣଙ୍କୁ ଖାଦ୍ୟପେୟ ନେଇ ବିଶେଷ ଧ୍ୟାନ ଦେବାକୁ ପଡିବ । ଏହି ସମୟରେ ଆପଣଙ୍କୁ ପେଟ ଜନିତ ସମସ୍ୟା ଭୋଗିବାକୁ ପଡିପାରେ । ମାନସିକ ସ୍ଥିତିକୁ ଉତ୍ତମ ରଖିବା ପାଇଁ ଯୋଗ ଓ ପ୍ରାଣାୟମ ଉପରେ ଧ୍ୟାନ ଦିଅନ୍ତୁ । ଶରୀରରେ ପାଣିର ମାତ୍ରା କମ୍ ନହେବା ପାଇଁ ଧ୍ୟାନ ଦିଅନ୍ତୁ । ଅକ୍ଟୋବର ମାସରେ ଆପଣ ଆଲସ୍ୟର ଶିକାର ହୋଇପାରନ୍ତି । ଆପଣ ଥକ୍କା ଅନୁଭବ କରିପାରନ୍ତି । ନଭେମ୍ବର-ଡିସେମ୍ବରରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଖାଦ୍ୟ ପେୟ ଉପରେ ଧ୍ୟାନ ଦିଅନ୍ତୁ ।

କର୍କଟ ରାଶି
ଏହି ରାଶିର ସ୍ୱାମୀ ଚନ୍ଦ୍ରମା । ରାଶିଚକ୍ରରେ ଏହା ୪ର୍ଥ ସ୍ଥାନରେ ରହିଥାଏ । ଏହି ରାଶିର କାର୍ଯ୍ଯ ଓ ବିଚାରରେ ଚଞ୍ଚଳତା ରହିଥାଏ । ଏହା ନିଜ ଉପରେ ଆସୁଥିବା ସଂଘର୍ଷକୁ ଟାଳିବାରେ ସକ୍ଷମ ହୋଇଥାଏ । ଏମାନଙ୍କ ସ୍ୱାଧୀନତା ବହୁତ ପସନ୍ଦ । ଏମାନଙ୍କ ଜୀବନରେ ଅନିୟମିତତା ଦେଖାଯାଇଥାଏ । ନିଜ ଜିଦି ସ୍ୱଭାବ ଯୋଗୁଁ ଏମାନଙ୍କୁ କଷ୍ଟ ଭୋଗିବାକୁ ପଡିଥାଏ । ଅଯଥା କଥାରେ ଏମାନେ ସବୁବେଳେ ରୁଚି ରଖିଥାନ୍ତି ।

ଆର୍ଥିକ ଜୀବନ
ବର୍ଷର ପ୍ରଥମ ମାସରେ ପୁଞ୍ଜି ନିବେଶ ନକରିବା ଆପଣଙ୍କ ପାଇଁ ଉତ୍ତମ ହେବ । କର୍କଟ ରାଶିର ଲୋକଙ୍କ ଆର୍ଥିକ ସ୍ଥିତିରେ ଜୁଆର ଭଟ୍ଟା ପଡିବ । ଏହି ବର୍ଷରେ ଆପଣଙ୍କ ପକେଟକୁ ପଇସା ଆସିବ କିନ୍ତୁ ଧନ ରହିବନି । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗୁଁ ଆପଣଙ୍କ ଉପରେ ଉଧାର ବଢିପାରେ ।

କ୍ୟାରିୟର ବ୍ୟାପାର
କର୍କଟ ରାଶିର ଲୋକଙ୍କ କ୍ୟାରିୟର ନୂଆ ବର୍ଷରେ ସାମାନ୍ୟ ହେବ । ଭାଗ୍ୟ ଅପେକ୍ଷା ନିଜ ପରିଶ୍ରମ ଯୋଗୁଁ ଚାକିରୀ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ । ଯଦି ଆପଣ କର୍ମକ୍ଷେତ୍ରରେ ଜୀବନକୁ ଅଧିକ ସଫଳ କରିବାକୁ ଚାହୁଁଛନ୍ତି ତେବେ ସହକର୍ମୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ।

ପାରିବାରିକ ଜୀବନ
ଏହି ରାଶିର ଲୋକଙ୍କ ନୂଆ ବର୍ଷ ସାମାନ୍ୟ ରହିବ । ବର୍ଷର ଆରମ୍ଭରେ ସାଙ୍ଗମାନେ ଅଧିକ ନିକଟକୁ ଆସିବେ । ମାର୍ଚ୍ଚରେ ପାରିବାରିକ ଜୀବନରେ ତିକ୍ତତା ଲାଗିରହିବ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କ ଚିନ୍ତାର କାରଣ ପାଲଟିପାରେ । ମେ ମାସରେ ପରିବାର ଲୋକଙ୍କ ସହିତ ସମ୍ପର୍କ ଉତ୍ତମ ହେବ । କୌଣସି ସମ୍ପର୍କୀୟଙ୍କଠାରୁ ଅପ୍ରିୟ ସମାଚାର ମିଳିପାରେ । ସେପ୍ଟେମ୍ବର ମାସରେ କୌଣସି ମଙ୍ଗଳ କାର୍ଯ୍ୟ ହୋଇପାରେ ।

ପ୍ରେମ ବିବାହ
ଏହି ବର୍ଷ ଆପଣଙ୍କ ପ୍ରେମ ଜୀବନ ପାଇଁ ଉତ୍ତମ ସାବ୍ୟସ୍ତ ହେବ । ବର୍ଷର ଆରମ୍ଭରେ ଲଭ୍ ପାର୍ଟନରଙ୍କ ସହିତ ରୋମାନ୍ସ କରିବାର ସୁଯୋଗ ମିଳିବ । ପରସ୍ପର ମଧ୍ୟରେ ଛୋଟମୋଟ କଥା, ଝଗଡା ଲାଗିରହିବ ଏବଂ ପ୍ରେମ ମଧ୍ୟ ରହିବ । ଯଦି ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ତେବେ ଫେବୃୟାରୀ ମାର୍ଚ୍ଚରେ ଆପଣଙ୍କୁ କୌଣସି ଲଭ୍ ପାର୍ଟନର୍ ମିଳିପାରେ । ଯଦି ଆପଣ ବିବାହିତ ତେବେ ଏକ୍ସଟ୍ରା ମାରିଟେଲ୍ ଅଫେୟାର୍ ଆପଣଙ୍କୁ ବଦନାମ କରିପାରେ ।

ସ୍ୱାସ୍ଥ୍ୟ
ନୂଆ ବର୍ଷରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରିବାକୁ ପଡିପାରେ । ସ୍ୱାସ୍ଥ୍ୟକୁ ନେଇ ଆପଣଙ୍କ ଖର୍ଚ୍ଚ ବଢିପାରେ । ଏହି ବର୍ଷ ଆପଣ ଟାଇଫଏଡ୍, ଡେଙ୍ଗୁ, ଚିକେନ୍ ଗୁନିଆ କିମ୍ବା ଅନ୍ୟ କୌଣସି ରୋଗରେ ପଡିପାରନ୍ତି ।

ସିଂହ ରାଶି
ସିଂହ ରାଶିର ସ୍ୱାମୀ ସୂର୍ଯ୍ଯ ଅଟନ୍ତି । ରାଶିଚକ୍ରରେ ଏହା ୫ମ ସ୍ଥାନରେ ଆସିଥାଏ । ବିଶ୍ୱସ୍ଥ ଓ ନ୍ୟାୟପ୍ରିୟତାରେ ଏହି ରାଶିର ବିଶେଷ ଗୁଣ ରହିଥାଏ । କାର୍ଯ୍ଯରେ ବ୍ୟସ୍ତ ରହିବା ଆପଣଙ୍କୁ ବହୁତ ପସନ୍ଦ । କିନ୍ତୁ ଅଧିକ କଥାବାର୍ତ୍ତା ଆପଣଙ୍କୁ ପସନ୍ଦ ନୁହେଁ । ସାଙ୍ଗମାନଙ୍କ ସହି ମିଶି ରୁହନ୍ତି । କୌଣସି ବ୍ୟକ୍ତି ଛଳ କଲେ ଆପଣ କ୍ରୋଧିତ ହୋଇଯାନ୍ତି । ଏମାନଙ୍କ ସ୍ୱାଧୀନତା ପସନ୍ଦ । ଆପଣଙ୍କ ପାଇଁ କୌଣସି ବି କଥାକୁ ଗୋପନୀୟତା ରଖିବା ବହୁତ କଠିନ ହୋଇଥାଏ । ଆପଣ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ବୟସ୍କମାନଙ୍କୁ ବହୁତ ସମ୍ମାନ ଦେଇଥାନ୍ତି ।

ଆର୍ଥିକ ଜୀବନ
୨୦୨୦ରେ ସିଂହ ରାଶିର ଲୋକମାନଙ୍କୁ ମଜଭୁତ ଆର୍ଥିକ ପ୍ରବନ୍ଧନର ଆବଶ୍ୟକତା ରହିବ । ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ସମୟ ଆର୍ଥିକ ପକ୍ଷ ପାଇଁ ଉତ୍ତମ । ଏହି ବର୍ଷ ଆପଣଙ୍କୁ ଖର୍ଚ୍ଚରେ ଲଗାମ ଲଗାଇବା ଆବଶ୍ୟକତା ରହିଛି । ଏଥିରେ ଆପଣଙ୍କ ବଜେଟ୍ ବିଗିଡିବନି । ଧନ ସଞ୍ଚୟ ଅପେକ୍ଷା ଆପଣ ନୂଆ ଜାଗାରେ ଧନ ନିବେଶ କଲେ ଉତ୍ତମ ହେବ ।

କ୍ୟାରିୟର-ବ୍ୟାପାର
୨୦୨୦ରେ ସିଂହ ରାଶିର ଲୋକମାନେ କ୍ୟାରିୟରରେ ଅଧିକ ଉଚ୍ଚତାରେ ପହଞ୍ଚିବା ପାରନ୍ତି । ଏହି ବର୍ଷ ଆପଣଙ୍କୁ ନିଜ କାର୍ଯ୍ଯକ୍ଷେତ୍ରରେ ମନ ଚାହୁଁଥିବା ଫଳ ମିଳିବ । ଆପଣଙ୍କ କୁଣ୍ଡଳୀରେ ଏହି ବର୍ଷ ଶନି ଗ୍ରହ ୬ଷ୍ଠ ଭାବରେ ରହିବ ଯାହା ଫଳରେ କାର୍ଯ୍ୟକ୍ଷେତ୍ରରେ ଆପଣ ଶତ୍ରୁଙ୍କୁ ଦମନ କରିପାରିବେ । ଯଦି ଆପଣ ଏହି ବର୍ଷ କୌଣସି ପ୍ରତିଯୋଗିତାରେ ଭାଗନେବେ ତେବେ ଆପଣଙ୍କ ବିଜୟ ହେବା ନେଇ ପ୍ରବଳ ସମ୍ଭାବନା ରହିଛି ।

ପାରିବାରିକ ଜୀବନ
ଏହି ବର୍ଷ ଆପଣଙ୍କୁ ପରିବାର ଲୋକଙ୍କଠୁ ସହଯୋଗ ପ୍ରାପ୍ତ ହେବ । ମାତାଜୀଙ୍କ ପ୍ରେମ ଓ ଆର୍ଥିକ ଆଶୀର୍ବାଦ ପ୍ରାପ୍ତ ହେବ । ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଚିନ୍ତାରେ ରହିବେ । ପରିବାର ଲୋକଙ୍କ ସହ ବିଚାରରେ ମତଭେଦ ହେବ । ବର୍ଷର ମଧ୍ୟ ଭାଗରେ ନିଜ ସାଙ୍ଗମାନଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଏହା ମଧ୍ୟରେ ପିତା-ମାତାଙ୍କ ସେବା ପାଇଁ ଇଛା ଜାଗ୍ରତ ହେବ । ଏହା ମଧ୍ୟରେ ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ବର୍ଷର ଅନ୍ତରେ ଆପଣଙ୍କୁ ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । ବର୍ଷର ଅନ୍ତରେ ପରିବାରରେ ଶାନ୍ତି ବିରାଜମାନ କରିବ ।

ପ୍ରେମ-ବିବାହ
ନୂଆ ବର୍ଷରେ ଆପଣଙ୍କୁ ଲଭ୍ ପାର୍ଟନରର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କ ସାଥି ଆପଣଙ୍କୁ ସବୁ କାମରେ ହାତ ବଢାଇବେ । ଏହି ବର୍ଷ ଆପଣ ନିଜ ସାଥି ସହିତ କୌଣସି ଉତ୍ତମ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ବର୍ଷର ମଧ୍ୟରେ ଆପଣଙ୍କ ଲଭ୍ ଲାଇଫ୍ ଅଧିକ ମଧୁର ହେବ । ଆପଣ ନିଜ ସମ୍ପର୍କକୁ ଅଧିକ ଆଗକୁ ବଢାଇବା ପାଇଁ ବିବାହ ପ୍ରସ୍ତାବ ଦେଇପାରନ୍ତି ।

ସ୍ୱାସ୍ଥ୍ୟ-ଜୀବନ
୨୦୨୦ରେ ସ୍ୱାସ୍ଥ୍ୟ ଜୀବନ ପାଇଁ ଶୁଭ ସଙ୍କେତ । ଏହି ବର୍ଷ ଆପଣଙ୍କ ମାନସିକ ଓ ଶାରିରୀକ ସ୍ଥିତି ଶୁଭ ହେବ । ଏପ୍ରିଲ-ଜୁଲାଇ ଏହି ୨ ମାସରେ ଆପଣଙ୍କୁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡିବ । ବର୍ଷର ଅନ୍ତରେ ପରିବାରର କାହାର ସ୍ୱାସ୍ଥ୍ୟ ବିଗିଡିପାରେ ।

କନ୍ୟା ରାଶି
କନ୍ୟା ରାଶିର ସ୍ୱାମୀ ହେଉଛନ୍ତି ବୁଧ । ରାଶିଚକ୍ର ଅନୁସାରେ ଏହା ୬ଷ୍ଠ ସ୍ଥାନରେ ରହିଥାଏ । ଏହି ରାଶିର ବ୍ୟକ୍ତି ପରିବାରର ଭଲ ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି । ଏମାନେ ସବୁବେଳେ ନିଜ କର୍ତ୍ତବ୍ୟକୁ ବୁଝି ଥାନ୍ତି ଏବଂ ସେଥିପାଇଁ ଚେଷ୍ଟା କରନ୍ତି । ଏମାନେ ବହୁତ ସ୍ୱାଭିମାନୀ ହୋଇଥାନ୍ତି । ଏମାନେ ବୁଦ୍ଧିମତାର ସହ କାମ ହାସଲ କରିବା ଜାଣିଥାନ୍ତି । ଏମାନେ ବହୁତ ଭାବୁକ ହୋଇଥାନ୍ତି ଏବଂ ନିଜ କାର୍ଯ୍ୟ ପାଇଁ କୌଣସି ବି ପ୍ରକ୍ରିୟା କରିଥାନ୍ତି । ରାଜନୀତିରେ ଭାଗ ନେବାର ଅବସର ମଧ୍ୟ ପ୍ରାପ୍ତ ହୋଇପାରେ ।

ଆର୍ଥିକ ଜୀବନ
୨୦୨୦ରେ ଆପଣଙ୍କ ଆର୍ଥିକ ପକ୍ଷ ମଜଭୁତ ହେବ । ଏହି ବର୍ଷ ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ । ଆପଣ ନୂଆ ଯାନ, ଘର କିମ୍ବା ଅନ୍ୟ କୌଣସି ସମ୍ପତ୍ତି କିଣିପାରନ୍ତି । ସମ୍ପର୍କୀୟମାନେ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରନ୍ତି ।


କ୍ୟାରିୟର-ବ୍ୟାପାର
୨୦୨୦ରେ କ୍ୟାରିୟର ଅତ୍ୟନ୍ତ ଚମକଦାର ହେବ । ଏହି ବର୍ଷ ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରେ । ଅଫିସରେ ସିନିୟରଙ୍କ ସହଯୋଗ ଆପଣଙ୍କ ସଫଳତାର ସିଢି ପାଲଟିବ । କିନ୍ତୁ ଅଫିସ କିମ୍ବା କାର୍ଯ୍ୟସ୍ଥଳରେ ନିଜ ବିରୋଧୀଙ୍କଠୁ ବଞ୍ଚିକି ରୁହନ୍ତୁ ।

ପାରିବାରିକ ଜୀବନ
ଏହି ବର୍ଷ ଆପଣଙ୍କ ପାରିବାରିକ ଜୀବନ ସାଧାରଣ ରହିବ । ବର୍ଷର ଆରମ୍ଭରେ ପରିବାର ଲୋକଙ୍କ ସହଯୋଗ ପ୍ରାପ୍ତ ହେବ । କିନ୍ତୁ ବ୍ୟସ୍ତତା ଯୋଗୁଁ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେଇପାରିବେନି । ମାର୍ଚ୍ଚରେ ସନ୍ତାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ । କାରଣ ପାଠପଢାରୁ ତାଙ୍କ ଧ୍ୟାନ ହଟିପାରେ । ଯଦି ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଚାଲିଛି ତେବେ ତାହା ଦୂର ହୋଇଯିବ । ଜୁଲାଇରେ ସନ୍ତାନଙ୍କ ତରଫରୁ କୌଣସି ଖବର ପ୍ରାପ୍ତ ହେବ । ବର୍ଷର ଅନ୍ତରେ ମାତା-ପିତାଙ୍କ ସେବା କରିବା ଫଳରେ ମନକୁ ଶାନ୍ତି ମିଳିବ । ଏହି ବର୍ଷ ଆପଣଙ୍କ ଘରେ କୋଣସି ମଙ୍ଗଳ କାର୍ଯ୍ୟ ଅନୁଷ୍ଠିତ ହେବ ।

ପ୍ରେମ ବିବାହ
ନୂଆ ବର୍ଷରେ ଆପଣଙ୍କ ଲଭ୍ ପାର୍ଟନରର ପୂର୍ଣ୍ଣ ସହଯୋଗ ମିଳିବ । କଷ୍ଟ ମୂହୁର୍ତ୍ତରେ ମଧ୍ୟ ସାଥି ଆପଣଙ୍କ ସାଥ୍ ଦେବ । ଏହି ବର୍ଷ ଆପଣ ନିଜ ସାଥି ସହିତ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବର୍ଷର ମଧ୍ୟରେ ଲଭ୍ ଲାଇଫ୍ ଅଧିକ ମଧୁର ହେବ । ୨୦୨୦ ମସିହାରେ ଏହି ରାଶିର ଜାତକରେ ବ୍ୟକ୍ତି ବିଶେଷଙ୍କ ପାଇଂ ଖୁସି ପୂର୍ବକ ହେବ , ଯଦି ଆପଣ ନିଜ ଜୀବନରେ ପ୍ରେମର ସନ୍ଧାନରେ ଅଛନ୍ତି ତେବେ ତାହା ମିଳିଯିବ । ଏହା ପୁରା ଗ୍ୟାରେଣ୍ଟି ଅଛି,  ଏହି ବର୍ଷ ବୋଧେ ଆପଣଙ୍କ ବାହାଘର୍ ହୋଇନପାରେ , କିନ୍ତୁ ଯେଉଁ ବ୍ୟକ୍ତି ସହ ପ୍ରେମରେ ପଡିବେ , ତାହା ଆପଣ ସ୍ୱପ୍ନରେ ଭାବିନଥିବେ।

ସ୍ୱାସ୍ଥ୍ୟ ଜୀବନ
୨୦୨୦ରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ଆପଣଙ୍କ ମନୋବଳ ଅଧିକ ଉଚ୍ଚ ହେବ । ପାଣିପାଗ ପରିବର୍ତ୍ତନ ସମୟରେ ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ନଜର ଆସିବ । କାମରେ ବ୍ୟସ୍ତତା ଯୋଗୁଁ ମାନସିକ ଚାପ ଲାଗିରହିବ ।

ତୁଳା ରାଶି
ତୁଳା ରାଶିର ସ୍ୱାମୀ ଶୁକ୍ରଦେବ । ରାଶିଚକ୍ରରେ ଏହି ରାଶି ୭ମ ସ୍ଥାନରେ ଅଛି । ଏହି ରାଶିର ଲୋକମାନେ ଭାରି ମନମୌଜି ଟାଇପର ହୋଇଥାନ୍ତି । ଏମାନେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରି ଚାଲିଥାନ୍ତି । ଏମାନେ ଯୋଜନା ପ୍ରସ୍ତୁତ କରିବାରେ ମାହିର ହୋଇଥାନ୍ତି । କିନ୍ତୁ ଅନ୍ୟମାନଙ୍କୁ ଯେମିତି କୌଣସି କ୍ଷତି ନହେବ ସେଥିପାଇଁ ଧ୍ୟାନ ଦେଇଥାନ୍ତି । କୌଣସି ବି କାମକୁ ଏମାନେ ବିବେକ ସହିତ କରିଥାନ୍ତି । ଏମାନେ ବହୁତ ନ୍ୟାୟପ୍ରିୟ ହୋଇଥାନ୍ତି । ମିଛ ଏମାନଙ୍କୁ ପସନ୍ଦ ନୁହେଁ । ଅନ୍ୟ ମାନଙ୍କ ଭଲ ପାଇଁ ଏମାନେ ସବୁବେଳେ ତତ୍ପର ଥାନ୍ତି । ଏହି ରାଶିର ମହିଳା କିମ୍ବା ପୁରୁଷମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଆର୍ଥିକ ଜୀବନ
ନୂଆ ବର୍ଷରେ ତୁଳା ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ପକ୍ଷ ସାମାନ୍ୟ ହେବ । ନିଜ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ଲଗାତର ଆପଣ ଚେଷ୍ଟା କରିବାକୁ ପଡିବ । କାର୍ଯ୍ୟକ୍ଷେତ୍ରରେ ଏହି ବର୍ଷ ନିଜ ସାଲାରୀ ବଢାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣଙ୍କୁ ଆୟ ପାଇଁ ଅନ୍ୟ ସ୍ରୋତ ମଧ୍ୟ ଦେଖିବାକୁ ପଡିବ ।

କ୍ୟାରିୟର ବ୍ୟାପାର
ତୁଳା ରାଶିର ଲୋକମାନଙ୍କୁ ଏହି ବର୍ଷ ଅଧିକ ପରିମାଣର ପରିଶ୍ରମ କରିବାକୁ ପଡିବ । କମ୍ୟୁନିକେଶନ ସ୍କିଲ୍ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଏହା ଫଳରେ କର୍ମକ୍ଷେତ୍ରରେ ସଫଳତା ମିଳିବ ।

ପାରିବାରିକ ଜୀବନ
ବର୍ଷର ଆରମ୍ଭରେ ମାତା-ପିତାଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ଏହି ସମୟରେ ଆପଣ ନିଜ ପରିବାର ଲୋକଙ୍କ ସହି କୌଣସି ବୈବାହିକ ସମାରୋହରେ ଯାଇପାରନ୍ତି । ସନ୍ତାନ ଏବଂ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ଦେଖାଦେଇପାରେ । ମେ ମାସରେ ସନ୍ତାନଙ୍କ ତରଫରୁ କୌଣସି ଶୁଭ ଖବର ଶୁଣିବାକୁ ମିଳିପାରେ । ବର୍ଷର ମଧ୍ୟ ଭାଗରେ ସମ୍ପର୍କୀୟଙ୍କ ସହ ସମ୍ପର୍କ ସୁଧୁରିବ । ଘରେ କୌଣସି ଧାର୍ମିକ ଆୟୋଜନ ହୋଇପାରେ । ବର୍ଷର ଅନ୍ତରେ ପ୍ରପୋର୍ଟିକୁ ନେଇ ଘରେ ଅଶାନ୍ତି ବାତାବରଣ ଦେଖାଦେଇପାରେ ।

ପ୍ରେମ ବିବାହ
ଏହି ବର୍ଷ ପ୍ରେମ ପାଇଁ ଜିଦ୍ କରନ୍ତୁନି । କାରଣ ଏଥିପାଇଁ ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇଯାଇପାରେ । ନିଜ ଲଭ୍ ପାର୍ଟନରଙ୍କୁ ନେଇ କୌଣସି ବି ଚାପ ପକାନ୍ତୁନାହିଁ । ଯଦି ଏହି ବର୍ଷ ଆପଣ ନିଜ ଲଭ୍ ପାର୍ଟନରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି ତେବେ ଆଗକୁ ବଢିପାରିବେ । ମେ-ସେପ୍ଟେମ୍ବର ମଧ୍ୟରେ ଆପଣଙ୍କୁ ପ୍ରେମର ଭଲ ଫଳ ମିଳିବ ।

ସ୍ୱାସ୍ଥ୍ୟ ଜୀବନ
ନୂଆ ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମିଶାମିଶି ରହିବ । ଏହି ବର୍ଷ ଆପଣଙ୍କୁ କୌଣସି ବି ଅଧିକ ସମୟ ଧରି ଚାଲିଥିବା ରୋଗରୁ ମୁକ୍ତି ମିଳିବ । କିନ୍ତୁ ବର୍ଷ ଆରମ୍ଭରୁ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭୋଗିପାରନ୍ତି । ଏହି ସମୟରେ ପେଟ ଯନ୍ତ୍ରଣା ଭୋଗିପାରନ୍ତି ।

ବିଛା ରାଶି
ବିଛା ରାଶିର ସ୍ୱାମୀ ମଙ୍ଗଳ ଗ୍ରହ । ରାଶି ଚକ୍ରରେ ଏହା ୮ମ ସ୍ଥାନରେ ରହିଥାଏ । ଏହି ରାଶିର ବ୍ୟକ୍ତିମାନେ ଗରମ ସ୍ୱଭାବର ହୋଇଥାନ୍ତି । ଏମାନଙ୍କ କ୍ରୋଧ ଯେତେ ହେଲେ ବି ହୃଦୟରେ ବହୁତ ଦୟାଭାବ ରହିଥାଏ । ଏହି ରାଶିର ଲୋକମାନେ ଅଯଥାରେ ଅନ୍ୟମାନଙ୍କ କାମରେ ହସ୍ତକ୍ଷେପ କରନ୍ତି ନାହିଁ ଏବଂ ନିଜ କାମରେ ଅନ୍ୟ କାହାର ହସ୍ତକ୍ଷେପକୁ ପସନ୍ଦ କରନ୍ତିନାହିଁ । ଏହି ରାଶିର ବ୍ୟକ୍ତିମାନଙ୍କ ଇଛା ବିଳମ୍ବରେ ପୂର୍ଣ୍ଣ ହୋଇଥାଏ ।

ଆର୍ଥିକ ଜୀବନ
୨୦୨୦ରେ ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ । ଆପଣଙ୍କ ଆୟ ବୃଦ୍ଧି ହେବ । ଯଦି ଆପଣ କାହାଠୁ ବି ଧନ ଉଧାର ନେଇଥିବେ ତେବେ ତାକୁ ସୁଝି ଦେବେ । ଯଦି କୌଣସି ବଡ ଆର୍ଥିକ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି ତେବେ କୌଣସି ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ ।

କ୍ୟାରିୟର-ବ୍ୟାପାର
ଚାକିରୀ-ପେସା ପାଇଁ ୨୦୨୦ ମିଶାମିଶି ରହିବ । ଏହି ସମୟରେ ଆପଣଙ୍କୁ କୌଣସି ବି କାର୍ଯ୍ୟକ୍ଷେତ୍ରରେ ଦୁର୍ବଳ ପଡିବେ ତେବେ ଆପଣଙ୍କ ଆତ୍ମବିଶ୍ୱାସ ଆପଣଙ୍କୁ ନୂଆ ମାର୍ଗ ଦେଖାଇବ । କିଛି ମାମଲାରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ନିଜ କାର୍ଯ୍ୟର ପରିଣାମ ପାଇଁ ନିରାଶ ହେବା କିଛି ଆବଶ୍ୟକ ନାହିଁ । ବରଂ ସେଥିରୁ ଶିଖନ୍ତୁ ଏବଂ ନିଜ ଭୁଲ୍ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ।

ପାରିବାରିକ ଜୀବନ
ବର୍ଷର ଆରମ୍ଭରେ ପରିବାର ଲୋକଙ୍କ ସହିତ ଭଲ ସମୟ ବିତାଇବେ । ଯଦି ସନ୍ତାନ ବିବାହ ଯୋଗ୍ୟ ତେବେ ତା ବିବାହ ନେଇ ଆଲୋଚନା ଚାଲିପାରେ । ଯଦି ଘରେ କୌଣସି ପ୍ରକାର ଅଶାନ୍ତି ଚାଲିଛି ତେବେ ତାହା ଦୂର ହୋଇଯିବ । ଆପଣ ନିଜ ପରିବାର ପ୍ରତି ନିଜ କର୍ତ୍ତବ୍ୟକୁ ଭଲ ଭାବେ ବୁଝିପାରିବେ । ସମାଜରେ ଆପଣଙ୍କ ପରିବାରର ମାନ ସମ୍ମାନ ବଢିବ । ଅକ୍ଟୋବରରେ ପରିବାର ସହିତ ସୁଖ ସମୟ ବିତାଇବେ । ନଭେମ୍ବରରେ ପରିବାରର ଆବଶ୍ୟକତା ବଢିବାରୁ ଅଧିକ ଧନ ଖର୍ଚ୍ଚ ହେବ । ବର୍ଷର ଅନ୍ତିମ ମାସରେ ଆପଣଙ୍କୁ ନିଜ ସନ୍ତାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡିବ । ସାଙ୍ଗମାନଙ୍କ ସହ କେଉଁଠିକି ବୁଲିବା ପାଇଁ ଯୋଜନା କରିପାରନ୍ତି ।

ପ୍ରେମ ବିବାହ
ପ୍ରେମ ଜୀବନ ପାଇଁ ନୂଆ ବର୍ଷ ଆପଣଙ୍କ ପାଇଁ ମିଶାମିଶି ରହିବ । ଏହି ବର୍ଷ ଆପଣଙ୍କ ଲଭ୍ ଲାଇଫରେ ଭଲ ଖରାପ ଲାଗିରହିବ । ପ୍ରେମ ଜୀବନରେ ସନ୍ଦେହ ଲାଗି ରହିବ । ପ୍ରିୟତମାଙ୍କ ସହ ମତଭେଦ ଯୋଗୁଁ ଚିନ୍ତାରେ ପଡିପାରନ୍ତି । ଲଭ୍ ପାର୍ଟନର୍ ଉପରେ ସନ୍ଦେହ ଯୋଗୁଁ ବ୍ରେକଅପ୍ ହେବାର ସମ୍ଭାବନା ରହିଛି ।

ସ୍ୱାସ୍ଥ୍ୟ ଜୀବନ
ଏହି ବର୍ଷ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସାମାନ୍ୟ ଫଳ ମିଳିବ । ମାନସିକ ଚିନ୍ତା ଲାଗିରହିବ । ଏଭଳି ସ୍ଥିତିରେ ଦୈନିକ  ରୂପେ ଧ୍ୟାନ ଓ ଯୋଗ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ ।

ଧନୁ ରାଶି:

ଏହି ରାଶିର ସ୍ବାମୀ ଗୁରୁ ବୃହସ୍ପତି ଅଟନ୍ତି। ଏହି ରାଶିର ବ୍ୟକ୍ତି ଅଧିକ ଖର୍ଚ୍ଚି ହୋଇଥାନ୍ତି। ଏମାନଙ୍କୁ ଧନ ଏକତ୍ରିତ କରିବାରେ ଅନେକ କଷ୍ଟ ମଧ୍ୟ ସହିବାକୁ ପଡ଼ିଥାଏ। ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ପ୍ରଥମେ ପ୍ରଥମେ ଅନେକ କିଚି କଷ୍ଟ ସହିବାକୁ ପଡ଼ିପାରେ। ଚେଷ୍ଟା କରନ୍ତୁ ସବୁବେଳେ ସ୍ପଷ୍ଟ କହିବାକୁ। କାରଣ ବେଳେବେଳେ କାର୍ଯ୍ୟରେ ବାଧାବିଘ୍ନ ଆସିପାରେ। ଏହି ରାଶିର ଜାତକ ଜୌତିଷ, ଆଇନ କାର୍ଯ୍ୟ, ଶିକ୍ଷା କିମ୍ବା କଳା କ୍ଷେତ୍ରରେ ଅଧିକ ତଥ୍ୟ ଜାଣିଥିବା ଦରକାର। ବ୍ୟାପାର କ୍ଷେତ୍ର ଆପଣଙ୍କ ପାଇଁ ଅଧିକ ଲାଭଦାୟୀ।

ଆର୍ଥିକ ଜୀବନ:

ଧନ ସହିତ ଜଡ଼ିତ ମାମଲାରେ କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ଜୀବନରେ ଯେତେ ସମ୍ଭବ ବାଦ ବିବାଦଠାରୁ ଦୂରେଇ ରହିବା ଭଲ। ଚେଷ୍ଟା କରନ୍ତୁ ନିଜ ନିଷ୍ପତ୍ତି ନିଜେ ନେବା ପାଇଁ। କାହାରି କଥା ଉପରେ ବିଶ୍ବାସ କରନ୍ତୁ ନାହିଁ। ଚଳିତ ବର୍ଷ ଆପଣଙ୍କ ରାଶିରେ ଧନ ବର୍ଷା ହୋଇପାରେ।

କ୍ୟାରିଅର ବ୍ୟାପାର :

କାର୍ଯ୍ୟକ୍ଷେତ୍ର ପାଇଁ ୨୦୨୦ ଭଲ ସଙ୍କେତ ଦେବ। ଆସନ୍ତା ବର୍ଷ ଆପଣଙ୍କୁ ବିଦେଶ ଯାତ୍ରା ପାଇଁ ଅଫର୍ ମିଳିପାରେ। ଗତ ବର୍ଷ ଅପେକ୍ଷା ଏହି ବର୍ଷ ଆପଣଙ୍କ ପାଇଁ ଅଧିକ ଫଳଦାୟୀ ରହିବ। ଏହି ବର୍ଷ ଆପଣଙ୍କ ଆୟ ବୃଦ୍ଧି ମଧ୍ୟ ହେବ ଏବଂ ପ୍ରମୋସନ ମିଳିବାର ମଧ୍ୟ ସମ୍ଭାବନା ରହିଛି।

ପାରିବାରିକ ଜୀବନ :

ବର୍ଷର ଆରମ୍ଭରେ ପରିଜନଙ୍କ ସମୟ ବିତାଇବାକୁ ସୁଯୋଗ ମିଳିବ। କିଛି କାର୍ଯ୍ୟକ୍ରମରେ ଆପଣ ବ୍ୟସ୍ତ ବି ରହିପାରନ୍ତି। ସନ୍ତାନମାନଙ୍କ ଉପରେ ଧନ ଖର୍ଚ୍ଚ ହୋଇପାରେ। ହୋଇପାରେ କିଛି ଲୋକଙ୍କଠାରୁ ଆପଣ ଦୂରେଇ ଯାଇପାରନ୍ତି। ଏପ୍ରିଲ ରେ ମାତା ପିତାଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଜୁନ ମାସରେ ବାପା ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସନ୍ତାନଙ୍କ ତରଫରୁ କୌଣସି ଶୁଭଫଳ ପ୍ରାପ୍ତି ହୋଇପାରେ।

ପ୍ରେମ ବିବାହ :

୨୦୨୦ ବର୍ଷ ଅନୁସାରେ, ନୂଆ ପ୍ରେମ ଜୀବନ ପାଇଁ ଭଲ ରହିବ। ପ୍ରେମ କାହାଣୀରେ ଟିକେ କମ ବେଶି ବି ଆସିପାରେ। କିନ୍ତୁ ବିଶେଷ ପ୍ରଭାବ ପକାଇବ ନାହିଁ। ବର୍ଷର ମଧ୍ୟମରେ ପ୍ରେମ ଜୀବନ ପାଇଁ ପରିସ୍ଥିତି ଅନୁକୂଳ ରହିବ। ଏହି ସମୟ ଆପଙ୍କ ସମସ୍ତ ଚିନ୍ତା ଦୂର ହୋଇଯିବ। ଯଦି ନୂଆ ସମ୍ପର୍କରେ ପାଦ ଦେଉଛନ୍ତି ତାହେଲେ ଏହାକୁ ଦ୍ବନ୍ଦ୍ବରେ ରୁହନ୍ତୁ ନାହିଁ।

  
ସ୍ବାସ୍ଥ୍ୟ ଜୀବନ :

ସ୍ବାସ୍ଥ୍ୟ କ୍ଷେତ୍ରରେ ମିଶାମିଶି ଭାବେ ପରିଣାମ ପ୍ରାପ୍ତି ହୋଇପାରେ। ଏହି ବର୍ଷ ଆପଣଙ୍କ ମାନସିକ ଚିନ୍ତା ବଢ଼ିପାରେ। ଏଭଳି ସ୍ଥିତିରେ ପ୍ରତିଦିନ ଧ୍ୟାନ ଓ ଯୋଗ କରନ୍ତୁ। ସ୍ବାସ୍ଥ୍ୟ ପ୍ରତି କୌଣସି ଅବହେଳା କରନ୍ତୁ ନାହିଁ।

ମକର ରାଶି :

ଏହି ରାଶିର ସ୍ବାମୀ ଶନି ଅଟନ୍ତି। ରାଶିଚକ୍ର ଅନୁସାରେ ଏହା ଦଶକ ରାଶି। ଏହି ରାଶିର ବ୍ୟକ୍ତି ଅଧିକ ଚିନ୍ତାଶୀଳ ହୋଇଥାନ୍ତି। ଧନ ଏବଂ ବ୍ୟାପାର କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ବହୁତ ସାବଧାନ ରହିଥାନ୍ତି। ଏହି ବ୍ୟକ୍ତିମାନେ ଅଧିକ ମନୋରଞ୍ଜନ କରିବାକୁ ପସନ୍ଦ କରନ୍ତି। ଏହି ରାଶିର ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସକ୍ଷମ ହୋଇଥାନ୍ତି। ବେଳେବେଳେ ଏହି ରାଶିର ବ୍ୟକ୍ତି ନିଜ ସ୍ବାର୍ଥକୁ ଆଗରେ ରଖନ୍ତି ଆଉ ନିଜ ଉପରେ ଭରୋସା ନଥାଏ।

ଆର୍ଥିକ ଜୀବନ :

୨୦୨୦ରେ ଆପଣ କେବଳ ନିଷ୍ପତ୍ତି ନେବାରେ ବ୍ୟସ୍ତ ରହିଯିବେ। ଧନ ହାନି ହୋଇପାରେ। ଏଥିପାଇଁ ପୂର୍ବରୁ କିଛି ଯୋଜନା କରିନିଅନ୍ତୁ। ଲାଳସାରେ ଆସି ଏଭଳି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ଅସୁବିଧାରେ ପଡ଼ିପାରନ୍ତି।

କ୍ୟାରିଅର ଜୀବନ:

ମକର ରାଶିର ବ୍ୟକ୍ତିଙ୍କୁ  ଏହି ବର୍ଷ ସମାନ୍ୟ ପରିଣାମ ମିଳିବ। କିନ୍ତୁ ନିଜ କଷ୍ଟରେ ସଫଳ ହେବେ। ଏହି ରାଶିର ଲୋକମାନେ ଯେଉଁମାନେ ଏମଏନସି କମ୍ପାନିରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଦରମାରେ ବୃଦ୍ଧି ହୋଇପାରେ। ବ୍ୟବସାୟ ସହିତ ଜଡ଼ିତ ଲୋକମାନଙ୍କୁ କାର୍ଯ୍ୟରେ ସଫଳତା ମିଳିପାରେ। ଜୁନ୍ ମାସରେ ଆପଣଙ୍କ ସଫଳତାରେ ଆହୁରି ଅଧିକା ବୃଦ୍ଧି ଆସିବାର ସମ୍ଭାବନା ରହିଛି।

ପାରିବାରିକ ଜୀବନ:

ବର୍ଷ ଆରମ୍ଭରେ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଘରେ ଖୁସି ମାହୋଲ ସୃଷ୍ଟି ହେବ। ଘରୁକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି। ଯେଉଁ କାରଣ ପାଇଁ ପରିବାର ଲୋକ ଖୁସିରେ ନାଚି ଉଠିବେ। ଜୁଲାଇରେ ପରିବାର ଲୋକଙ୍କ ମଉଜ ମସ୍ତି କରିବାର ଅବସର ମିଳିବ। ଏହା ସହିତ ଘର ଲୋକଙ୍କ ମଧ୍ୟରେ ଭଲ ତାଳମେଳ ରହିବ। ସମାଜରେ ଉଚ୍ଚ ପଦର ପ୍ରାପ୍ତି ହେବ।

ପ୍ରେମ ବିବାହ: 

ନୂଆ ବର୍ଷରେ ଆପଣଙ୍କ ଲଭ୍ ଲାଇଫ୍ ମଧୁର ରହିବ। ଲଭ୍ ପାର୍ଟନର ସହିତ ସମ୍ବନ୍ଧ ସ୍ଥାପିତ ହେବ। କିନ୍ତୁ ଏହା ମଧ୍ୟରେ ସାଥୀଙ୍କର କୌଣସି କଥାକୁ ମନ ଦୁଃଖ ହୋଇପାରେ। ତଥାପି ବର୍ଷ ସାରା ଆପଣଙ୍କୁ ସକରାତ୍ମକ ଫଳ ମିଳିବାର ଆଶା ରହିଛି। ଯଦି ପ୍ରେମ ବିବାହ କରିବାକୁ ଭାବୁଛନ୍ତି ତାହେଲା ଆଗକୁ ବଢ଼ିପାରନ୍ତି।

ସ୍ବାସ୍ଥ୍ୟ ଜୀବନ:

ସ୍ବାସ୍ଥ୍ୟ ସେତେଟା ଭଲ ରହିବ ନାହିଁ। ମିଶାମିଶା ହୋଇ ଚାଲିବ। ଆଳସ୍ୟ ଆପଣଙ୍କ ପିଛା ଛାଡ଼ିବ ନାହିଁ। ଚେଷ୍ଟା କରନ୍ତୁ ଏହା ଠାରୁ ଦୂରେଇ ରହିବା ପାଇଁ। ବର୍ଷ ଶେଷରେ ଟିକେ ଆରାମ ମିଳିପାରେ। ଯାହାକୁ ନେଇ ଆପଣ ବହୁତ ଖୁସିରେ ରହିବେ।

କୁମ୍ଭ ରାଶି:

କୁମ୍ଭ ରାଶିର ସ୍ବାମୀ ଶନି ଅଟନ୍ତି। ରାଶିଚକ୍ର ମଧ୍ୟରେ ଏହା ୧୧ତମ ରାଶି। ଏହି ରାଶିର ବ୍ୟକ୍ତିଙ୍କ ସବୁଠୁ ବଡ଼ ଗୁଣ ହେଉଛି ସେମାନଙ୍କର ପ୍ରଗତୀଶୀଳତା। ଏହି ରାଶିଣ ବ୍ୟକ୍ତିଙ୍କ ସଫଳତାର ଶୀର୍ଷକରେ ପହଞ୍ଚିବାର ସମ୍ଭାବନା ରହିଛି। ଏମାନେ ଅଧିକ ପରିଶ୍ରମ କରି ଜୀବନ ଯାପନ କରିଥାନ୍ତି। କେବେ କେବେ ସ୍ବାଭବରେ ଉଗ୍ରତା ଦେଖାଦିଏ। କିନ୍ତୁ ଏମାନେ ପ୍ରକୃତରେ ଶାନ୍ତ ସ୍ବାଭାବର। ଏମାନଙ୍କ ଜୀବନରେ କିଛିନା କିଛି କଷ୍ଟ ଲାଗିରହିଥାଏ।

ଆର୍ଥିକ ଜୀବନ:

୨୦୨୦ରେ ଶୁଭ ସଙ୍କେତ ଦେଉଛି। ଆପଣଙ୍କ ଆମଦାନୀରେ ବୃଦ୍ଧି ହୋଇପାରେ। ଧନ ବର୍ଷାର ସମ୍ଭାବନା ରହିଛି। ଜୁନରୁ ନଭେମ୍ବର ପର୍ଯ୍ୟନ୍ତ ଆପଣଙ୍କୁ ଆର୍ଥିକ ନିଷ୍ପତ୍ତି ନେବାକୁ ପଡ଼ିବ।

କ୍ୟାରିଅର ବ୍ୟାପାର:

ନିଜ କାର୍ଯ୍ୟକୁ ନେଇ ମନରେ ହୀନଭାବନା ଆସିପାରେ। ଯଦି ଆପଣ ଏହି ବର୍ଷ ପାର୍ଟନରସିପରେ କୌଣସି କାରବାର ଆରମ୍ଭ କରୁଛନ୍ତି ତାହେଲେ ଆପଣଙ୍କୁ ସଫଳତା ମିଳିପାରେ। ଏଥିପାଇଁ ଏପ୍ରିଲ ଜୁନ୍ ମାସ ଠିକ୍ ରହିବ।

ପାରିବାରିକ ଜୀବନ:

ବର୍ଷ ଆରମ୍ଭରେ ମିତ୍ରଙ୍କ ସହ ମିଳାମିଶା ବଢ଼ିବ। ସେମାନଙ୍କ ସହିତ ବୁଲିବାକୁ ଯାଇପାରନ୍ତି। ସମ୍ପର୍କୀୟଙ୍କ ବାହାଘରରେ ଯାଇପାରନ୍ତି। ମାର୍ଚ୍ଚରେ ମାଆଙ୍କର ଶରୀର ପ୍ରତି ଧ୍ୟାନ ଦେବେ। ସମ୍ପର୍କୀୟଙ୍କ ସହି ମିଳାମିଶା ବଢ଼ିବ। ସମାଜରେ ପ୍ରତିଷ୍ଠିତ ଲୋକଙ୍କ ସହିତ ଭେଟ ହେବ। ଯାହାଦ୍ବାରା ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ହେବ।

ପ୍ରେମ ବିବାହ:

୨୦୨୦ ଆପଣଙ୍କ ପାଇଁ ମିଶାମିଶି ରହିବ। ପ୍ରେମ ଜିବନରେ ଅଳ୍ପ କଷ୍ଟ ମିଳିପାରେ। ତଥାପି ସମ୍ପର୍କ ଭଲ ରହିବ। ପ୍ରିୟତମଙ୍କୁ ଆପଣଙ୍କର କୌଣସି ବ୍ୟବହାର ଖରାପ ଲାଗିପାରେ। ତେଣୁ ଚେଷ୍ଟା କରିବେ ଆପଣଙ୍କୁ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ। ରିଲେସନସିପ ଆରମ୍ଭରେ ନିଜ ଭାବନାକୁ କାବୁରେ ରଖନ୍ତୁ।

ସ୍ବାସ୍ଥ୍ୟ ଜୀବନ:

ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କାରଣ ଏହି ବର୍ଷ ଆପଣଙ୍କ ଶରୀରରେ ସାମାନ୍ୟ ପୀଡ଼ା ଆସିପାରେ। ଖାସକରି ଫେବ୍ରୁଆରୀରୁ ମେ ମାସରେ ମଧ୍ୟରେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଦିନଚର୍ଯ୍ୟାରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ।

ମୀନ ରାଶି:

ମୀନ ରାଶିର ସ୍ବାମୀ ଗୁରୁ ଅଟନ୍ତି। ରାଶିଚକ୍ରରେ ଏହା ୧୨ତମ ରାଶି। ଏହି ରାଶିର ବ୍ୟକ୍ତି କୌଣସି ପ୍ରକାରର ଲାଳସାରେ ପଶିବାକୁ ପସନ୍ଦ କରନ୍ତି ନାହିଁ। ତର୍କ ବିତର୍କ ସ୍ତିତିରେ ନିର୍ଣ୍ଣୟ ନେଲେ ଅସୁବିଧାରେ ପଡ଼ିପାରନ୍ତି। ଏମାନଙ୍କର କାର୍ଯ୍ୟକ୍ଷମତା ଭଲ ଥିବାରୁ ପାରିଶ୍ରାମିକ ପୂର୍ବକ ନିଜ କାମ ସହ ନିଭାଇ ପାରନ୍ତି। ଆଇନ କାର୍ଯ୍ୟରେ ଅସୁବିଧାରେ ପଡ଼ିପାରନ୍ତି। ବେଳେବେଳେ ଆର୍ଥିକ ବୋଝି ମାନଙ୍କ ମୁଣ୍ଡ ଉପରେ ଥାଏ।

ଆର୍ଥିକ ଜୀବନ:

୨୦୨୦ରେ ଆର୍ଥିକ ରୂପରେ ଲାଭକାରୀ ହେବ। ଯଦି ଆପଣଙ୍କ ଧନ କେଉଁଠାରେ ଅଟକି ରହିଛି ଏହି ବର୍ଷ ଆପଣଙ୍କୁ ତାହା ମିଳିପାରେ। ବିଦେଶ କାର୍ଯ୍ୟରେ ଆପଣ ଯାତ୍ରା କରିପାରନ୍ତି।

କ୍ୟାରିୟର ବ୍ୟାପାର


ଏଥର ଆପଣ କ୍ୟରିରରେ ଅନେକ ପରିବର୍ତ୍ତନ ଆସିବ । ଚାକିରୀ  ପାଇଁ ନୂଆ ଅବସର ଆସିପାରେ । ବ୍ୟାପାର କ୍ଷେତ୍ରରେ ମାର୍ଚ୍ଚ ମାସରେ ଆପଣଙ୍କ ବଡ଼ ବଡ଼ ଚାଲେଞ୍ଜ ସାମ୍ନା କରିବାକୁ ପଡ଼ିପାରେ । ଏପ୍ରିଲ ମାସରେ ବ୍ୟାପାରକୁ ନେଇ କୌଣସି ବଡ ଡିଲ୍ ହୋଇପାରେ । ସାହିତ୍ୟ ରଚନାତ୍ମକ କାର୍ଯ୍ୟରେ ମନ ଲାଗିପାରେ । ବର୍ଷର ଅନ୍ତରେ ବ୍ୟାପାରରେ ନୂଆ ଯୋଜନାରେ ସଫଳତା ମିଳିବ । ୨୦୨୦ ଆପଣଙ୍କ ପାଇଁ ଶୁଭଫଳ ନେଇ ଆସିବ।

ପାରିବାରିକ ଜୀବନ


ଚଳିତ ବର୍ଷ ଆପଣଙ୍କ ପାଇଁ ବେଶ୍ ଶୁଭମୟ ହେବ। ବେଳେବେଳେ ବାଧାବିଘ୍ନ ଆସିପାରେ। ତଥାପି ମଧୁର କଥା କହି ଲୋକଙ୍କୁ ନିଜର କରିପାରିବେ । ଏଭଳି ହୋଇପାରେ କାମରେ ବ୍ୟସ୍ତତା ଯୋଗୁଁ ପରିବାର ଲୋକଙ୍କୁ ସମୟ ଦେଇପାରିବେନି । ଏଥିପାଇଁ ପରିବାର ଲୋକ ମନ ଉଣା କରିପାରନ୍ତି । ତଥାପି ଚେଷ୍ଟା କରିବେ ସେମାନଙ୍କୁ ଯଥାସମ୍ଭବ ସମୟ ଦେବା ପାଇଁ। ଏପ୍ରିଲରେ ପରିବାର ଲୋକଙ୍କ ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ କଥାକୁ ନେଇ ଆଲୋଚନା ହୋଇପାରେ । ଏହି ବର୍ଷ ଆପଣ ସାମାଜିକ କାର୍ଯ୍ୟରେ ଭାଗ ନେବେ ।

ପ୍ରେମ ବିବାହ


ବର୍ଷର ଆରମ୍ଭରେ ପ୍ରେମ ଜୀବନରେ ସୁଧାର ଆସିବ । ଯଦି ଆପଣଙ୍କ ପାର୍ଟନର କୌଣସି କକଥାରେ ମନ ଉଣା କରିଛନ୍ତି ତାହେଲେ ଏଥର ସବୁ ରାଗ ରୁଷା ଭୁଲି ଆପଣଙ୍କୁ ପୁଣି ନିଜର କରିବେ। ଉଭୟ ପାଇଁ ଚଳିତ ବର୍ଷ ବହୁତ ଭଲ ରହିବ। ଯଦି ଆପଣ ବିବାହ ଯୋଗ୍ୟ ତେବେ ମେ ମାସରେ ଆପଣଙ୍କୁ ବିବାହ ଚିନ୍ତା ଘାରିପାରେ । ବର୍ଷର ଶେଷ ଆଡକୁ ପ୍ରେମ ଓ ବୈବାହିକ ଜୀବନ ପାଇଁ ପରିସ୍ଥିତି ଅନକୁଳ ରହିବ । ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତାହେଲେ ଆଉ ଡେରି କରିବେ ନାହିଁ କି ସୁଯୋଗକୁ ହାତ ଛଡ଼ା କରିବେ ନାହିଁ।

ସ୍ୱାସ୍ଥ୍ୟ ଜୀବନ

ସ୍ବାସ୍ବକୁ ନେଇ ୨୦୨୦ ଆପଣଙ୍କ ପାଇଁ ସେତେଟା ଭଲ ରହିବ ନାହିଁ। ମିଶାମିଶି ରହିପାରେ। ତଥାପି ସ୍ୱାସ୍ଥ୍ୟ ପାଇଁ ଜମାରୁ ଅଣଦେଖା କରନ୍ତୁ ନାହିଁ । ନଚେତ୍ ଅସୁବିଧାରେ ପଡିପାରନ୍ତି । ସ୍ୱାସ୍ଥ୍ୟରେ ଭଲ ଖରାପ ତ ଲାଗିରହିବ । ଉତ୍ତମ ସ୍ୱାସ୍ଥ୍ୟ ପା ପ୍ରତିଦିନ ଯୋଗ କ ନଚେତ୍ ଜିମ୍ ଯାଆନ୍ତୁ । ବର୍ଷର ଆରମ୍ଭରେ ଖରାପ ଖାଦ୍ୟପେୟକୁ ନେଇ ସ୍ୱାସ୍ଥ୍ୟ ବିଗିଡିପାରେ । ବର୍ଷର ଶେଷ ଆଡକୁ ନିଜ ସ୍ୱାସ୍ଥ୍ଯ ଉପରେ ଧ୍ୟାନ ଦିଅନ୍ତୁ । ନେହେଲା ଅସୁବିଧାରେ ପଡିବାର ବହୁତ ସମ୍ଭାବନା ରହିଛି। ସେମିତି ନାହିଁ ବହୁତ ବଡ଼ ବଡ଼ ରୋଗ ମାଡ଼ି ବସିବ। ତଥାପି ଥଣ୍ଡା ଜର ନିଶ୍ଚୟ ଲାଗି ରହିବ। ଦରକାର ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ବି ନେଇପାରିବେ।