PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ହଟିଲା

ନୂଆଦିଲ୍ଲୀ,୧୭।୨(ଏଜେନ୍ସି): ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର ଜମ୍ମୁ-କଶ୍ମୀରରେ ଥିବା ବିଚ୍ଛିନ୍ନତାବାଦୀ ନେତାଙ୍କ  ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ୫ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ମୀରଭାଇଜ୍ ଉମର ଫାରୁକ୍ , ଅବଦୁଲ ଗନି ବଟ୍ଟ, ହାସିମ କ୍ୟୁରେସି, ବିଲାଲ ଲୋନ୍, ଶବିର ଶାହା ରହିଛନ୍ତି। ଏହି ସମସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କ ଠାରୁ ସରକାର ସୁରକ୍ଷା ବ୍ୟବସ୍ଥା ଉଠାଇ ନେଇଛନ୍ତି। ଏଭଳି ଏକ ପଦକ୍ଷେପ ନେଇ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ସେ  ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ରହିଛନ୍ତି।

ଉଲ୍ଳେଖନୀୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ରାଜାନଥ ସିଂ ଗତ ଶୁକ୍ରବାର କହିଥିଲେ ପାକିସ୍ତାନ ଓ ଏହାର ଗୁଇନ୍ଦା ଏଜେନ୍ସି  ଆଇଏସ୍ଆଇ ଠାରୁ ଯେଉଁ ଲୋକ ଟଙ୍କା ପାଉଛନ୍ତି ସେମାନଙ୍କୁ ଦିଆଯାଇଥିବା ସୁରକ୍ଷା ଉପରେ ପୁଣିଥରେ ବିଚାର କରାଯିବ। କାହାର ନାଁ ନକହି ରାଜନାଥ କହିଛନ୍ତି ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ଜମ୍ମୁ-କଶ୍ମୀରରେ ଏଭଳି କିଛି ଲୋକ ରହିଛନ୍ତି ଯେଉଁମାନେ  ଆଇଏସ୍ଆଇ ଓ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଅଛନ୍ତି। ସରକାର ଏଭଳି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବେ। ଆତଙ୍କବାଦ ବିରୋଧରେ ଆମର ଲଢେଇ ଶେ​ଷ ପର୍ଯ୍ୟାୟରେ ପହଁଞ୍ଚିଛି ଓ  ଆମେ   ନିହାତି ଜିତିବୁ।