ପୁଣି ଜଣେ କରୋନା ପଜିଟିଭ୍‌ : ଏବେ ବିଡିଏ, ବିଏମ୍‌ସି ଅଫିସ୍‌କୁ ପଶିବା ମନା

ଭୁବନେଶ୍ୱର, ୧।୭ : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କାର୍ଯ୍ୟାଳୟରୁ ପୁଣି ଜଣେ କରୋନା ପଜିଟିଭ୍‌ ବାହାରିଛନ୍ତି । ଏଥର ଇଞ୍ଜିନିୟରିଂ ସେକ୍ସନକୁ ପଶିଛି କରୋନା । ଇଞ୍ଜିନୟରିଂ ବିଭାଗର ଡିଭିଜନ୍‌-୩ର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଆଜି ଅପରାହ୍ନରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପରେ ପୂରା ଅଫିସକୁ ଗୁରୁବାର ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି । ଶୁକ୍ରବାର ଅଫିସ ଖୋଲିବ । ଏହା ମଧ୍ୟରେ ଅଫିସକୁ ସାନିଟାଇଜ୍‌ କରାଯିବ ।

୫ ଦିନ ଭିତରେ ୨ ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ବିଡିଏ ଅଫିସରେ ପୂରା ଆତଙ୍କ ଖେଳି ଯାଇଛି । ଅଫିସ୍‌ ଆସିବାକୁ କର୍ମଚାରୀ ଭୟ କଲେଣି । ବିଡିଏ କର୍ତ୍ତୃପକ୍ଷ କହିଛନ୍ତି, ଦ୍ୱିତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କିଛି କର୍ମଚାରୀଙ୍କ ସମ୍ପର୍କରେ ଖୋଳତାଡ଼ କରାଯାଉଛି । ଏହା ସହ ଅଫିସକୁ ସାନିଟାଇଜ କରାଯାଇଛି । ପୂର୍ବରୁ ବିଡିଏ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ପ୍ଲାନିଂ ସେକ୍ସନ୍‌ରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ କରୋନା ପଜିଟିଭ୍‌ ଆସିଥିଲା । ଏହା ପରେ ବିଡିଏ କର୍ତ୍ତୃପକ୍ଷ ପ୍ଲାନିଂ, ଏଷ୍ଟାବ୍ଲିସମେଣ୍ଟ ଓ ଆଲର୍ଟମେଣ୍ଟ ସେକ୍ସନ୍‌କୁ ରାତି ବେଳା ସିଲ୍‌ କରିଥିଲେ । ଆଜି ଚତୁର୍ଥ ମହଲାକୁ ଡେଇଁଛି କରୋନା । ତେବେ ଏହି ବ୍ୟକ୍ତି ଜଣଙ୍କ ପୂର୍ବରୁ ଚିହ୍ନଟ ସିକ୍ୟୁରିଟି ଗାର୍ଡଙ୍କ ସଂସ୍ପର୍ଶରେ ଆସିଥିଲେ ନା ଅନ୍ୟ ଉତ୍ସରୁ ସଂକ୍ରମିତ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇନି ।

କରୋନା ମାଡୁଛି ଦ୍ରୁତ ଗତିରେ । ବିଡିଏ ଅଫିସରେ ବି ପଶିଲାଣି । ଏମିତିରେ ରାଜଧାନୀର ଦାୟିତ୍ୱ ମୁଣ୍ଡାଇଥିବା ବିଏମ୍‌ସି ଓ ବିଡିଏ ଅଫିସକୁ ସଂକ୍ରମଣର ବେଶି ଭୟ ରହିଛି । ଏଥିପାଇଁ ବିଡିଏ ଓ ବିଏମ୍‌ସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି । ଜରୁରି କାମ ଥିଲେ, ହେଲପ୍‌ ଲାଇନ ନମ୍ବର ୧୯୨୯ରେ ଫୋନ୍‌ କରି ଜଣାଇବାକୁ ଅନୁରୋଧ କରିଛନ୍ତି ବିଏମ୍‌ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚାନ୍ଦ ଚୌଧୁରୀ ।
ଶ୍ରୀ ଚୌଧୁରୀ ଅପିଲ୍‌ କରି କହିଛନ୍ତି, ସହରରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଛି । ତେଣୁ ଆସନ୍ତା ୧୫ ଦିନ ଯାଏଁ, ବିଡିଏ ଓ ବିଏମ୍‌ସି ଅଫିସ ନ ଆସି ବିଭିନ୍ନ ସେବା ପାଇଁ ଅନ୍‌ଲାଇନରେ ଆବେଦନ କରନ୍ତୁ । ଭଷଙ୍କଭବଦ୍ଭରଗ୍ଦଙ୍ଗବକ୍ସ.ଜ୍ଞର ୱେବସାଇଟ୍‌କୁ ଯାଇ ସମସ୍ତ ସେବା ବାବଦରେ ଅଭିଯୋଗ କରିପାରିବେ । ବିଡିଏ ଅଫିସରେ କରୋନା ପଜିଟିଭ୍‌ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି ।

   ସମ୍ବନ୍ଧିତ ଖବର


ଆୟୁଷ ନିର୍ଦ୍ଦେଶକଙ୍କୁ ଗିରଫ ଘଟଣାରେ ଟୁଇଷ୍ଟ୍: OASଙ୍କୁ ବଞ୍ଚାଇବା ପାଇଁ ଗଠନ ହେଲା ହାରାସ୍‌ମେଣ୍ଟ କମିଟି, ପୁଲିସ୍‌ ସ୍କାନରରେ ପ୍ରମୋଦ !

ପ୍ରମେୟ ପ୍ରଭାବ: ଖବର ପ୍ରକାଶ ପାଇବା ପରେ ବଦଳିଲା ପୂର୍ତ୍ତ ବିଭାଗ ଫଳକ

ବସ୍ତିରେ ହୋମ୍‌ କ୍ୱାରେଣ୍ଟାଇନ୍‌ ମନା, କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବିଏମ୍‌ସିର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯିବ

କରୋନା ଭୟ: ଏଣିକି ଟ୍ରାଫିକ୍‌ ପୋଷ୍ଟରେ ଆଉ ଜଗିବେନି ଟ୍ରାଫିକ୍‌ ଷ୍ଟୁଡେଣ୍ଡ ଭଲ୍ୟୁଣ୍ଟିୟର, ସ୍ଥିତି ନିୟନ୍ତ୍ରଣ ପରେ ନିଆଯିବ ନିଷ୍ପତ୍ତି

ଓଡ଼ିଶାରେ କରୋନା ନେଲା ୩ ଆକ୍ରାନ୍ତଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

ରାଜ୍ୟର ୨୧ଜିଲ୍ଲାରୁ ଆଉ ୫୯୫ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଟପିଲା