ଆରବିଆଇରେ ଓଡିଆଙ୍କ ଆଧିପତ୍ୟ, ମାଇକେଲ ଦେବବ୍ରତ ପାତ୍ର ହେଲେ ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ,୧୪।୧:   ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର  ପୁଣି ଜଣେ ଓଡିଆଙ୍କ ଆଧିପତ୍ୟ। ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି   ଓଡିଶାର ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପାତ୍ର  ଆରବିଆଇର ୪ର୍ଥ ଡେପୁଟି ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିବେ। ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇବା ପରେ ଏବେ ପାତ୍ର ହୋଇଛନ୍ତି ଡେପୁଟି ଗର୍ଭନର। ଏହା ଓଡିଶା ପାଇଁ ପୁଣିଥରେ ଗୌରବର ବିଷୟ।

ଗତବର୍ଷ ଜୁଲାଇ ୨୩ରେ ଡେପୁଟି ଗଭର୍ଣ୍ଣର ପଦରୁ ବିରଳ ଆଚର୍ଯ୍ୟ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦ ଖାଲି ପଡ଼ିଥିଲା। ଏବେ ଓଡିଶାର  ମାଇକେଲ ଦେବବ୍ରତ ପାତ୍ର ଏହି ପଦରେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ।   ପୂର୍ବରୁ ସେ  ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି। ଏବେ ତାଙ୍କ ପାଖରେ ମନିଟାରୀ ପଲିସି ବିଭାଗ ରହିବ। ମାଇକେଲ ଦେବବ୍ରତ ପାତ୍ର ଏମପିସି (ମନିଟାରୀ ପଲିସି କମିଟି)ର ସଦସ୍ୟ ରହିସାରିଛନ୍ତି।  ସେ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ପାଇଁ ନିଆ ଯାଉଥିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

କଟକରେ ଜନ୍ମଗ୍ରହଣ କରିଥିବା ପାତ୍ର ଆଇଆଇଟି ମୁମ୍ବାଇରେ ଅର୍ଥନୀତିରେ ପିଏଚ୍‌ଡି କରିଥିଲେ। ଅକ୍ଟୋବର ୨୦୦୫ରେ ସେ ମନିଟାରୀ ପଲିସି ବିଭାଗକୁ ଯିବା ପୂର୍ବରୁ ଅର୍ଥନୀତି ବିଶ୍ଲେଷଣ ବିଭାଗ ଓ ଅନ୍ତର୍ଜାତୀୟ ଫାଇନାନ୍ସ ପଲିସି ଇନଚାର୍ଜ ଭାବେ କାର୍ଯ୍ୟ କରିଥିଲେ। ସେ ଆରବିଆଇରେ ୧୯୮୫ ମସିହାରୁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଆଉ ସେବେଠାରୁ ବିଭିନ୍ନ ପଦବୀରେ କାମ କରିସାରିଛନ୍ତି। ସେ ଫାଇନାନ୍ସିଆଲ ଷ୍ଟାବିଲିଟି ଉପରେ ସେ ହାଓ୍ବାର୍ଡ ୟୁନିଭର୍ସିଟିରେ ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚ କରିଛନ୍ତି।

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଦେଶରେ ୬ ଜୁଲାଇରୁ ଖୋଲିବ ସମସ୍ତ ସ୍ମାରକୀ, ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା