PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଚୀନ୍‌ରେ ପ୍ଲେଗ୍‌ ଯୋଗୁ ଆଉ ଜଣଙ୍କର ମୃତ୍ୟୁ, ଗୋଟିଏ ଗ୍ରାମ ସମ୍ପୂର୍ଣ୍ଣ ସିଲ୍

ବେଜିଂ,୦୮/୦୮: ଚୀନ୍‌ର ଇନର ମଙ୍ଗୋଲିଆ ଅଞ୍ଚଳରେ ପୁଣି ଥରେ ପ୍ଲେଗ୍‌ ରୋଗ ମୁଣ୍ଡ ଟେକିଛି । ଏହାଯୋଗୁ ଏବେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇବା ପରେ ସେଠାକାର ଗୋଟିଏ ଗ୍ରାମକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇଛି । ଇନର ମଙ୍ଗୋଲିଆର ବାଟୋଉ ସହରରେ ରବିବାର ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲାବେଳେ ଗୁରୁବାର ସେ ବ୍ୟୁବୋନିକ୍‌ ପ୍ଲେଗରେ ଆକ୍ରାନ୍ତ ହୋଇଥିବାର ସ୍ପଷ୍ଟ ହୋଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ପ୍ଲେଗ୍‌ ବ୍ୟାପିବାକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଉକ୍ତ ଗ୍ରାମକୁ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ କରାଯାଇଛି । ଉକ୍ତ ଗ୍ରାମର ସମସ୍ତ ବାସିନ୍ଦାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । କିନ୍ତୁ ସବୁ ନମୁନା ନେଗେଟିଭ୍‌ ବାହାରିଛି । ମୃତ ବ୍ୟକ୍ତିଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଥିବା ୯ ଜଣ ବ୍ୟକ୍ତି ଏବଂ ପରୋକ୍ଷ ଭାବେ ସଂସ୍ପର୍ଶରେ ଆସିଥିବା ଆଉ ୨୬ ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ।

ଚଳିତ ବର୍ଷ ଚୀନ୍‌ରେ ପ୍ଲେଗ୍‌ ସଂକ୍ରମଣ ଦେଖାଦେବାର ଏହା ହେଉଛି ଦ୍ୱିତୀୟ ଘଟଣା । ଗତ ଜୁଲାଇ ମାସରେ ସେଇ ଇନର ମଙ୍ଗୋଲିଆର ବାୟାନୁର ଅଞ୍ଚଳରେ ବି ପ୍ଲେଗ୍‌ ସଂକ୍ରମଣ ଯୋଗୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ବ୍ୟାକ୍ଟେରିଆ ଯୋଗୁ ସୃଷ୍ଟି ହେଉଥିବା ପ୍ଲେଗ୍‌ର ତିନିଟି ରୂପ ଭିତରୁ ବ୍ୟୁବୋନିକ୍‌ ପ୍ଲେଗ୍‌ ହେଉଛି ଗୋଟିଏ । ଏହାଯୋଗୁ ରୋଗୀକୁ ଜ୍ୱର ଓ କାଶ ହେବା ସହିତ ତା’ର ଆଙ୍ଗୁଠି କଳା ପଡି ସଢି ଯାଇଥାଏ । ଉପଯୁକ୍ତ ସମୟରେ ଚିକିତ୍ସା ନକଲେ ପ୍ଲେଗ୍‌ ମୃତ୍ୟୁର କାରଣ ହୋଇଥାଏ । ବିଶ୍ୱରେ ପ୍ରାୟ ତିନି ଥର ପ୍ଲେଗ୍‌ ମହାମାରୀ ରୂପ ଧାରଣ କରିଛି । କିଛି ଶତାଦ୍ଦୀ ତଳେ ୟୁରୋପରେ ଏହି ରୋଗ ବ୍ୟାପିବା ଯୋଗୁ ୫୦ ନିୟୁତ ଲୋକ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର