ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ମେ ୨୩ ବେଳକୁ ବାତ୍ୟା ନେବ ରୂପ !

ଭୁବନେଶ୍ବର ୧୮/୦୫: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୩ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି। ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଣ୍ଟର ଆଶଙ୍କା କରୁଛି । କିନ୍ତୁ ଏନେଇ ସଠିକ ଭାବେ ଏ ଯାଏଁ କିଛି ଆକଳନ କରାଯାଇନାହିଁ । ଆସନ୍ତାକାଲି ଆଡକୁ ଏନେଇ ଚିତ୍ର ସ୍ପଷ୍ଟ ହୋଇଯାଇପାରେ ବୋଲି ସୂଚନା ଦିଆଯାଇଛି ।

wp:html /wp:html

ତେବେ ଏହା ବାତ୍ୟାର ରୂପ ନେବକି ନାହିଁ। ଏହା କେଉଁ ଦିଗରେ ଗତି କରିବ ସେନେଇ ପାଣିପାଗ ବିଭାଗ ଅନୁଶୀଳନ କରୁଛି ।

ଆସନ୍ତା ୨୪ ତାରିଖବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । କେତେକ ପାଣିପାଗ ମଡେଲ ଏଭଳି ସଙ୍କେତ ଦେଖାଉଛନ୍ତି । ଏହି ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ ହେବ । ଏହା ମିଆଁମାର ଓ ବାଂଲାଦେଶ ଉପକୂଳରେ ପ୍ରବଳ ବର୍ଷା କରାଇପାରେ । ତେବେ ଓଡ଼ିଶାରେ ଏହାର କି ପ୍ରଭାବ ପଡ଼ିବ, ତାହା ୨୨ ତାରିଖବେଳକୁ ସ୍ପଷ୍ଟ ହେବ ।

ଭାରତ ମହାସାଗରରେ ମୌସୁମୀ ବର୍ଷା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି । ଚଳିତ ମାସ ଚତୁର୍ଥ ସପ୍ତାହରେ କେରଳରେ ଭାରି ବର୍ଷା ସମ୍ଭାବନା ଅଛି । ସମ୍ଭବତଃ ତାହା ମୌସୁମୀ ବର୍ଷା । ୨୭ ତାରିଖବେଳକୁ କେରଳ ଛୁଇଁପାରେ ମୌସୁମୀ, ଯାହାକି ସ୍ୱାଭାବିକଠାରୁ ୪ ଦିନ ଆଗୁଆ । ଓଡ଼ିଶାରେ କେବେ ମୌସୁମୀ ଆସିବ, ତାହା ଜୁନ୍‌ ୧ ତାରିଖ ପରେ ଅଧିକ ସ୍ପଷ୍ଟ ହେବ ।

କେତେକ ମଡେଲ୍‌ର ଦୀର୍ଘ ଅବଧି ଆକଳନ ଅନୁଯାୟୀ ଓଡ଼ିଶାରେ ଜୁନ୍‌-ସେପ୍ଟେମ୍ବର ମଧ୍ୟରେ ସମୁଦାୟ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି । ଜୁନ୍‌ ମାସରେ ଉପକୂଳର କିଛି ଅଞ୍ଚଳରେ ବର୍ଷା କମିପାରେ । ମାତ୍ର ଚାଷ କାମ ଆରମ୍ଭ ପାଇଁ ବର୍ଷା କମ୍‌ ହେବନି । ସେପ୍ଟେମ୍ବର ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଜୁଲାଇ ଓ ଅଗଷ୍ଟରେ ସ୍ୱାଭାବିକଠାରୁ ବର୍ଷା କମିବା ସମ୍ଭାବନା ନାହିଁ ।

ବାତ୍ୟା ତୌତେ ପ୍ରଭାବରେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ସହ ଗୁଜୁରାଟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.