PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ବିବନ ନାଁରେ ଆଉ ଏକ ଓ୍ବାରେଣ୍ଟ, ସିିବିଆଇ ନେଲା ନକଲି ପରିଚୟପତ୍ର

ଭୁବନେଶ୍ବର, ୨୪/ ୦୨: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାରେ ଶେଷଫର୍ଦ୍ଦ ଖୋଲିଛି । ଶେଷଫର୍ଦ୍ଦର୍ର ମୁଖ୍ୟ ଚରିତ୍ର ତଥା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ତଥା ‘ବାରଙ୍ଗ କିଙ୍ଗ’ ଶେଷରେ ପୁଲିସ୍‌ ପଞ୍ଝାରେ ପଡିିଛି । ବିବନ ଧରାପଡ଼ିବା ପରେ ତାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବାରଙ୍ଗ କିଙ୍ଗ ବୋଲାଉଥିବା ବିବନର ଅପରାଧିକ ପୃଷ୍ଠଭୂମିର ଫର୍ଦ୍ଦ ଧୀରେ ଧୀରେ ଖୋଲିବାରେ ଲାଗିଛି ।
ତଦନ୍ତରୁ କମିଶନରେଟ୍‌ ପୁଲିସ୍‌ ଜାଣିବାକୁ ପାଇଛି ଯେ, ବାରଙ୍ଗ ଥାନାରେ ତା’ ନାଁରେ ଅନ୍ୟ ଏକ ଜାମିନ୍‌ ବିହୀନ ପରୱାନା ବା ୱାରେଣ୍ଟ ଥିଲା । ଯାହାକି, ଏହି ଜଘନ୍ୟ କାଣ୍ଡ ଘଟିବା ପୂର୍ବର । ଅର୍ଥାତ ୧୯୯୯ ମସିହା ପୂର୍ବରୁ ତା’ର କୌଣସି ଅପରାଧିକ ମାମଲାରେ ସମ୍ପୃକ୍ତି ଥିଲା । ଯେଉଁ ମାମଲା ପାଇଁ ବିବନ କୋର୍ଟରେ ସାକ୍ଷୀ ଭାବେ ହାଜର ହେବା କଥା । କିନ୍ତୁ ଉକ୍ତ ମାମଲା ପରେ ସେ କୋର୍ଟରେ ହାଜର ହୋଇନାହିଁ । ପରେ ବଳାତ୍କାର ମାମଲା ଯୋଗୁଁ ସେ ଫେରାର୍‌ ହୋଇଯାଇଥିଲା ।

ବିବନର ଅନ୍ୟ ଏକ ନାଁ ହେଉଛି “ବାରଙ୍ଗ କିଙ୍ଗ’ । ସେତେବେଳେ ବାରଙ୍ଗ ଅଞ୍ଚଳରେ ତା’ର ବେଶ୍‌ କାଟ୍‌ତି ଚାଲୁଥିବା ସ୍ଥାନୀୟ ପୁରୁଖା ବାସିନ୍ଦା କହିଛନ୍ତି । ତେଣୁ ବିବନର ଅନ୍ୟ ଅପରାଧରେ ଲିପ୍ତ ରହୁଥିଲା ବୋଲି ପୁଲିସକୁ ସୂଚନା ମିଳିଛି । ପୁଲିସ ସନ୍ଦେହ କରୁଛି ଯେ, ସେତେବେଳେ ବାରଙ୍ଗ ଜଙ୍ଗଲରେ କାଠ ଚୋରା ଚାଲାଣଠାରୁ କୁଆଖାଇ ନଈ ପଠାରେ ବାଲି ଚୋରା ଚାଲାଣରେ ମଧ୍ୟ ତା’ର ସମ୍ପୃକ୍ତି ରହୁଥିଲା । ଉକ୍ତ ଅଞ୍ଚଳ ବାଦ୍‌ ରାଜଧାନୀର ଅନ୍ୟ ଅଞ୍ଚଳର କୁଖ୍ୟାତ ଅପରାଧୀଙ୍କ ସହ ସେ ସବୁବେଳେ ବସାଉଠା କରୁଥିଲା ।

ଏନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ପୁଲିସ୍‌ କହିଛି । ୧୯୯୯ ବେଳେ ବାରଙ୍ଗ ଥାନାରେ ଥିବା ପୁଲିସ ଅଧିକାରୀଙ୍କ ସହ ସମ୍ପର୍କ କରାଯାଉଛି । ଥାନାରେ ଥିବା ପୁରୁଣା ଫାଇଲ୍‌କୁ ଉଣ୍ଡାଳିବା ଆରମ୍ଭ ହୋଇଛି । ବାରଙ୍ଗ ଥାନା ବାଦ୍‌ ତା’ ନାଁରେ ପୂର୍ବରୁ ଅନ୍ୟ କେଉଁ ଥାନାରେ ଅଭିଯୋଗ ଥିଲା, ଏନେଇ ତଥ୍ୟ ସଂଗ୍ରହରେ ଲାଗିଛି ପୁଲିସ୍‌ । ଆଗକୁ ଆହୁରି କିଛି ନୂଆ ରୋଚକ ତଥ୍ୟ ମିଳିବାର ଆଶା ରଖିଛି ।

ହାଇ ସିକ୍ୟୁରିଟି ୱାର୍ଡ ନଂ-୭ରେ ବିବନ:
ବିବନକୁ ପୁଲିସ୍‌ ଗିରଫ କରି ଝାରପଡ଼ା ଜେଲକୁ ପଠାଇ ଥିଲା । ସୁରକ୍ଷା ଦୃଷ୍ଟିରୁ ତାକୁ ଜେଲ୍‌ କର୍ତ୍ତୃପକ୍ଷ ହାଇସିକ୍ୟୁରିଟି ୱାର୍ଡ ନଂ-୭ରେ ରଖିଛନ୍ତି । ଉକ୍ତ ୱାର୍ଡରେ କୌଣସି ବିଚାରାଧୀନ କଏଦୀ ନାହାନ୍ତି । ତାକୁ ଏକୁଟିଆ ରଖାଯାଇଛି । ମଙ୍ଗଳବାର ତାକୁ ଭେଟିବାକୁ ତାଙ୍କ ପରିବାର କୌଣସି ସଦସ୍ୟ ଆସି ନଥିବା ଜେଲ୍‌ ଅଧୀକ୍ଷକ ଡି.ଏନ୍‌ ବାରିକ କହିଛନ୍ତି ।
ମଧ୍ୟପ୍ରଦେଶରେ ୮ ମାସ ଲୁଚିଥିଲା:
ଓଡ଼ିଶାରୁ ଫେରାର୍‌ ହେବା ପରେ କେଉଁଠି ରହିବ ଠିକ୍‌ କରିପାରିନଥିଲା ବିବନ୍‌ । ଏଣେତେଣ କିଛି ଦିନ ବୁଲିଥିଲା । ତା’ପରେ ଯାଇଥିଲା ମଧ୍ୟପ୍ରଦେଶ । ସେଠାରେ ୮ ମାସ ରହିବା ପରେ ଚାଲି ଯାଇଥିଲା ନଭି-ମୁମ୍ବାଇର ଲୋନାୱାଲା ଆମ୍ବିଭାଲିରୁ । ସେଠାରେ ସେ ପ୍ରଥମେ ପାଣି ପାଇପ୍‌ ମିସ୍ତ୍ରୀ ଭାବେ କାମ ଆରମ୍ଭ କରିଥିଲା । କିଛି ବର୍ଷ କାମ କରିବା ପରେ ତାକୁ କମ୍ପାନି ପକ୍ଷରୁ ଏକ କ୍ୱାର୍ଟର୍ସ ମିଳିଥିଲା । ସେ ଲୋନାୱାଲା ଅଞ୍ଚଳରେ ସ୍ୱାଇଁ ମିସ୍ତ୍ରୀ ଭାବେ ବେସ୍‌ ପରିଚିତ ଥିଲା । ସ୍ଥାନୀୟ ଭାଷା ସୁଦ୍ଧ ଭାବେ କହୁଥିଲା ।
ବ୍ୟାଙ୍କ୍‌ରେ ନକଲି କାଗଜପତ୍ର:
ଓଡ଼ିଶାରୁ ଫେରାର୍‌ ବେହା ପରେ ପ୍ରଥମେ ସେ ବିଭିନ୍ନ ଜାଗା ବୁଲିଛି । ତା’ପରେ ଥଇଥାନ ହୋଇଛି ନଭି-ମୁମ୍ବାଇର ଲୋନାୱାଲା ଆମ୍ବିଭାଲିର ଅଞ୍ଚଳରେ । ସେଠାରେ ନିଜକୁ ଜଳନ୍ଧର ସ୍ୱାଇଁ ବୋଲି ପରିଚୟ ଦେଇଥିଲା । ସେଠାରେ ରହିବାର ୧୦ ବର୍ଷ ପର୍ଯ୍ୟନ୍ତ ସେ ତା’ ପରିବାର ଲୋକଙ୍କୁ ସହ ଯୋଗାଯୋଗ ରଖି ନଥିଲା । ପରେ ସେ ନକଲି କାଗଜପତ୍ରରେ ଆଧାର କାର୍ଡ, ପାନ୍‌ କାର୍ଡ ତିଆରି କରିଥିଲା । ଉକ୍ତ ନକଲ କାଗଜପତ୍ର ଜରିଆରେ ସେ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିଥିଲା । ବ୍ୟାଙ୍କ୍‌ ପକ୍ଷରୁ ମଧ୍ୟ କିଛି ଯାଞ୍ଚ କରାଯାଇ ନଥିଲା ।
ସିବିଆଇ ନେଲା ନକଲି ପରିଚୟପତ୍ର:
ପୁଲିସ୍‌ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦୁଇ ଜଣିଆ ସିବିଆଇ ଟିମ୍‌ ଆଜି ଭେଟି ବିବନ୍‌ର ନକଲି ପରିଚୟପତ୍ର ନେଇଛନ୍ତି । ଏହା ମାମଲାର ଚାର୍ଜସିଟ୍‌ ଦାଖଲ ବେଳେ ବଳିଷ୍ଠ ପ୍ରମାଣ ସାଜିବ । ଡ. ଷଡ଼ଙ୍ଗୀ କହିବା ପରେ ସିବିଆଇ ଟିମ୍‌ ମହାରାଷ୍ଟ୍ର ସରକାରର ଆଧାର କାର୍ଡ, ପ୍ୟାନ୍‌ କାର୍ଡ, ଅଫିସ ନକଲି ଆଇଡିକୁ ତଦନ୍ତକାରୀ ଅଧିକାରୀଙ୍କଠାରୁ ସଂଗ୍ରହ କରିଛି ।
ବାପା ନାମ ପି. ଜେନା:
ବିବନ୍‌ର ବାପାଙ୍କ ନାଁ ପୁନାନନ୍ଦ ବିଶ୍ୱାଳ । କିନ୍ତୁ ସେ ଅତି ଚାଲାକ୍‌ର ସହ ତା’ ନକଲି ଆଧାର କାର୍ଡରେ ବାପାଙ୍କ ନାଁ ରଖିଥିଲା ପି. ଜେନା । ଯାହାକି, ତଦନ୍ତକାରୀ ଟିମ୍‌କୁ ଅଧିକ ସୁରାକ୍‌ ଯୋଗାଇଥିଲା । ପ୍ରଥମ ଅକ୍ଷର ‘ପି’ ଲେଖାଯିବା ଯୋଗୁଁ ଏହାର ପୂରା ନାମ ପୁନାନନ୍ଦ ହେବାର ସନ୍ଦେହ ତଦନ୍ତକାରୀ ଟିମ୍‌ ପାଇଁ ଅଧିକ ଘନୀଭୂତ ହୋଇଥିଲା ।