PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଅନନ୍ୟ ଭାଇଚାରା: ନମାଜ ବନ୍ଦ କରି ସବରୀମାଳା ଭକ୍ତଙ୍କୁ ରାସ୍ତା ଛାଡିଲେ ପ୍ରଦର୍ଶନକାରୀ, ଦେଖନ୍ତୁ ଭିଡିଓ

କୋଏମ୍ବାଟୁର, ୨୨|୧୨:  ନାଗରିକତା ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭିଆଉଛନ୍ତି। ଏହା ମଧ୍ୟରେ ଏକ ଫଟୋ ସାମ୍ନାକୁ ଆସିଛି। ସିଏଏ ବିରୋଧରେ ପ୍ରଦର୍ଶନ ପରେ ମଧ୍ୟ ହିନ୍ଦୁ ଓ ମୁସଲିମଙ୍କ ଏକତା ଅଖଣ୍ଡ ରହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସିଏଏ ବିରୋଧରେ ପ୍ରଦର୍ଶନ କରୁଥିବା ଲୋକ ନମାଜ ବନ୍ଦ କରି ସବରିମାଳାର ଭକ୍ତଙ୍କୁ ରାସ୍ତା ଦେଇଛନ୍ତି।

ଏହି ଭିଡିଓ ତାମିଲନାଡୁ କୋଏମ୍ବାଟୁରର ଅଟେ। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନେ ରାସ୍ତାରେ ନମାଜ ପାଠ କରୁଥିଲେ। ଏହା ମଧ୍ୟରେ ସବରୀମାଳା ଯାଉଥିବା କିଛି ଯାତ୍ରୀ ସେହି ରାସ୍ତା ଅତିକ୍ରମ କରୁଥିଲେ। ସେଠାରେ ବହୁତ ଗହଳି ଥିଲା। ଏହା ମଧ୍ୟରେ ଜଣେ ବ୍ୟକ୍ତି ବାହାରକୁ ଆସି ସବରୀମାଳା ଭକ୍ତଙ୍କୁ ଆଗକୁ ଯିବାକୁ ରାସ୍ତା ଦେଖାଇଥିଲେ।

https://twitter.com/arjundsage/status/1208445121735217152?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1208445121735217152&ref_url=https%3A%2F%2Fhindi.news18.com%2Fnews%2Fnation%2Fanti-caa-protesters-pause-namaz-in-coimbatore-to-make-way-for-sabarimala-devotees-2709751.html

ସୂଚନାଯୋଗ୍ୟ, କୋଏମ୍ବାଟୁରରେ ସିଏଏ ବିରୋଧରେ ପ୍ରଦର୍ଶନରେ ପ୍ରାୟ ୧୫ହଜାର ଲୋକ ସାମିଲ ହୋଇଛନ୍ତି। ଏହି ପ୍ରଦର୍ଶନ ଅଲ୍ ଜମାତ୍ ଓ ଇସଲାମିକ ସଙ୍ଗଠନ କରୁଛି। ତାମିଲନାଡୁର ଅନେକ ସହରରେ ଏକ ସପ୍ତାହ ଧରି ପ୍ରଦର୍ଶନ ଜାରି ରହିଛି।

ସମ୍ବନ୍ଧିତ ଖବର