ରକ୍ତରେ ଥିବା ଆଣ୍ଟିବଡି କରୋନାକୁ ରୋକିପାରିବନି: ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ ୧୯/୪: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି କି ଏବେ ଅନେକ ଦେଶ କରୋନା ରୋଗୀଙ୍କୁ ଚିହ୍ନଟ କରିବା ଏବଂ କିଏ ଏହାର ମୁକାବିଲା କରିପାରିବ ତାହା ଜାଣିବା ପାଇଁ ଆଂଟିବଡି ଟେଷ୍ଟ କରୁଛନ୍ତି । ଏହାକୁ ସିରୋଲୋଜି ଟେଷ୍ଟ ବୋଲି କୁହାଯାଉଛି । ଏହି ଟେଷ୍ଟ ଜରିଆରେ ରକ୍ତରେ ଥିବା ବ୍ଲଡ୍‌ ପ୍ଲାଜମାରେ ଆଂଟିବଡିର ମାତ୍ରା ଆକଳନ କରାଯାଇଥାଏ । ଯଦି କାହାର ରକ୍ତରେ ଆଂଟିବଡି ଥାଏ, ତାହାହଲେ ସିଏ କରୋନା ଭାଇରସର ମୁକାବିଲା କରିପାରିବ ବୋଲି କୁହାଯାଉଛି । କିନ୍ତୁ ଏହା ଠିକ୍‌ ନୁହେଁ । ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ବି ଆଉ ଥରେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇପାରିବ । ଅନେକ ଦେଶ ଏବେ ସିରୋଲୋଜି ଟେଷ୍ଟ କରାଉଛନ୍ତି ସତ । କିନ୍ତୁ ଏଥିରୁ ସେମାନେ ବାହାର କରୁଥିବା ସିଦ୍ଧାନ୍ତ ଠିକ୍‌ ନୁହେଁ । ଏହି ଟେଷ୍ଟ ଜରିଆରେ ରକ୍ତରେ ଆଂଟିବଡିର ମାତ୍ରା ଜଣାପଡିବ । ହେଲେ ଏଥିରୁ ତାହାର ରୋଗ ପ୍ରତିରୋଧକ କ୍ଷମତା କେତେ ଏବଂ ସିଏ କରୋନା ଭାଇରସର ମୁକାବିଲା କରିପାରିବ କି ନାହିଁ ତାହା ଜଣାପଡିବ ନାହିଁ ।

ସୂଚନାଯୋଗ୍ୟ ଯେ, ବ୍ରିଟେନ, ଆମେରିକା ଏବଂ ଜର୍ମାନୀ ଭଳି ଅନେକ ଦେଶ ଏବେ ନିଜ ନାଗରିକମାନଙ୍କର ଆଂଟିବଡି ଟେଷ୍ଟ କରାଉଛନ୍ତି । ଯେଉମାନଙ୍କ ରକ୍ତରେ ଆଂଟିବଡି ରହିଛି, ସେମାନଙ୍କୁ ଇମ୍ୟୁନିଟି ପ୍ରମାଣପତ୍ର ଦିଆଯାଉଛି । ଏଭଳି ପ୍ରମାଣପତ୍ର ପାଇଥିବା ବ୍ୟକ୍ତିଙ୍କ ପ୍ରତି ଲକ୍‌ଡାଉନ ସମୟରେ କୋହଳ ଆଭିମୁଖ୍ୟ ଗ୍ରହଣ କରାଯାଉଛି । ତେବେ ଚୀନ୍‌ ଠାରୁ କିଣାଯାଉଥିବା ସିରୋଲୋଜି ଟେଷ୍ଟକିଟ୍‌ଗୁଡିକ ତ୍ରୁଟିପୂର୍ଣ୍ଣ ବୋଲି ଅନେକ ଦେଶ ଅଭିଯୋଗ କରୁଛନ୍ତି । ବ୍ରିଟେନ ନିକଟରେ ଚୀନ୍‌ର ଦୁଇଟି କଂପାନିଙ୍କ ଠାରୁ ୩.୫ ନିୟୁତ ସିରୋଲୋଜି ଟେଷ୍ଟକିଟ୍‌ କିଣିଥିଲା ଏବଂ ସେଥିପାଇଁ ୨୦ ନିୟୁତ ଡଲାର ବ୍ୟୟ କରିଥିଲା । ତେବେ ସେଗୁଡିକ ଭିତରୁ ଅଧିକାଂଶ ତ୍ରୁଟିପୂର୍ଣ୍ଣ ଫଳ ଦେଉଥିବାର ବ୍ରିଟିଶ ଗବେଷକମାନେ ମତ ଦେଇଛନ୍ତି । ଏହାପରେ ଚୀନ୍‌ ଠାରୁ ବ୍ରିଟେନ ଏ ବାବଦ ଅର୍ଥ ଫେରସ୍ତ ମାଗିଛି ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର