କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ବର୍ଲିନ୍‌: କରୋନା ଭୂତାଣୁ ବିରୋଧରେ ଲଢ଼ିବା ଭଳି କ୍ଷମତା ରଖୁଥିବା କିଛି ଅତି ପ୍ରଭାବୀ ଆଣ୍ଟିବଡି ଠାବ କରିଛନ୍ତି ଜର୍ମାନ୍‌ ବୈଜ୍ଞାନିକ । ଏହି ଆଣ୍ଟିବଡି ସହାୟତାରେ କୋଭିଡ-୧୯ ନିମନ୍ତେ ଏକ ‘ପ୍ୟାସିଭ୍‌ ଭାକ୍ସିନେସନ୍‌’ ବିକାଶ କରାଯାଇ ପାରିବ ବୋଲି ସେମାନେ ଦାବି କରିଛନ୍ତି ।

ସେମାନଙ୍କ ମୁତାବକ ପ୍ୟାସିଭ୍‌ ଭାକ୍ସିନେସନ୍‌ ଦ୍ୱାରା ରୋଗୀଙ୍କର ତୁରନ୍ତ ଚିକିତ୍ସା କରାଯାଇ ପାରିବ । ସଂକ୍ରମିତ ରୋଗୀଙ୍କୁ ଏହି ଟିକା ଦିଆଯିବା ଦ୍ୱାରା ସେମାନେ ଆରୋଗ୍ୟ ଲାଭ କରିବେ । ଆକ୍ଟିଭ୍‌ ଭାକ୍ସିନେସନ୍‌ କ୍ଷେତ୍ରରେ ପ୍ରଥମେ ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାକୁ ପଡ଼ିଥାଏ, ଯାହା କି ସମୟସାପେକ୍ଷ । କିନ୍ତୁ ପ୍ୟାସିଭ୍‌ ଭାକ୍ସିନେସନ୍‌ ଜରିଆରେ ରେଡିମେଡ୍‌ ଆଣ୍ଟିବଡି ବ୍ୟବହାର କରାଯିବ, ଯାହା ତ୍ୱରିତ ଭାବେ କରୋନା ଭୂତାଣୁକୁ ନିଷ୍କ୍ରିୟ କରିଦେଇ ପାରିବ ।

ଜର୍ମାନ୍‌ ସେଣ୍ଟର୍‌ ଫର୍‌ ନ୍ୟୁରୋଡିଜେନେରେଟିଭ୍‌ ଡିଜିଜେସ୍‌ (ଡିଜେଡ୍‌ଏନ୍‌ଇ)ର ବୈଜ୍ଞାନିକମାନେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ରକ୍ତରୁ ୬୦୦ ବିଭିନ୍ନ ପ୍ରକାର ଆଣ୍ଟିବଡିର ସନ୍ଧାନ କରିଥିଲେ । ଏହାକୁ ସେମାନେ ପୃଥକ୍‌ ରଖିଥିଲେ । ଲାବୋରେଟୋରିରେ ବ୍ୟାପକ ପରୀକ୍ଷା ପରେ ସେମାନେ ତନ୍ମଧ୍ୟରୁ ଅଳ୍ପ କେତୋଟି ଆଣ୍ଟିବଡି ବାଛିଥିଲେ, ଯାହା କି ଭୂତାଣୁ ଉପରେ ଅଧିକ ପ୍ରଭାବୀ । ଏହାପରେ ଗବେଷକମାନେ ସେଲ୍‌ କଲ୍‌ଚରକୁ ବ୍ୟବହାର କରି କୃତ୍ରିମ ଉପାୟରେ ସମାନ ପ୍ରକାର ଆଣ୍ଟିବଡି ସୃଷ୍ଟି କରିଥିଲେ । ସଂକ୍ରମଣ ପରେ ଯଦି ଏହି ଆଣ୍ଟିବଡିକୁ ରୋଗୀକୁ ଦିଆଯାଏ, ତେବେ ଲକ୍ଷଣକୁ ଏହା ସୀମିତ କରିଦେଇ ପାରିବ । ଏମିତି କି ସଂକ୍ରମଣ ପୂର୍ବରୁ ବି ଏହାକୁ ଦିଆଯାଇ ପାରିବ । ପଶୁମାନଙ୍କ ଉପରେ ଏହାକୁ ପ୍ରୟୋଗ କରି ଦେଖାଯାଇଛି ବୋଲି ଗବେଷକମାନେ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ

ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା