ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଦୁଃଖ ପ୍ରକାଶ କଲେ ଅନୁଭବ

ଭୁବନେଶ୍ୱର ୮/୧୧: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଦୁଃଖ ପ୍ରକାଶ କଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଶୁକ୍ରବାର ସନ୍ଧ୍ୟାରେ ଅନୁଭବ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ ‘ଗଣମାଧ୍ୟମ ପ୍ରତି ମୋର ସମ୍ମାନ ରହିଛି । ମୁଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସବୁବେଳେ ସହଯୋଗ କରିଆସିଛି । ୨ ଦିନ ତଳେ ଘଟିଥିବା ଘଟଣା ପାଇଁ ମୁଁ ଦୁଃଖିତ । ଏହା ଉଦ୍ଦେଶ୍ୟ ମୂଳକ ନଥିଲା ।‘ ସେହି ଘଟଣା ପାଇଁ ସେ ଦୁଃଖିତ ବୋଲି କହିଛନ୍ତି । ୨ ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ସର୍ବସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ ଅନୁଭବ । ଏନେଇ କେନ୍ଦ୍ରାପଡା ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଘଟଣାର ପ୍ରତିବାଦରେ କେନ୍ଦ୍ରାପଡାର କାର୍ଯ୍ଯରତ ସାମ୍ବାଦିକ ସଙ୍ଘ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ।

   ସମ୍ବନ୍ଧିତ ଖବର


ନନ୍ଦନକାନନ ବ୍ୟାଟେରି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦମ୍ପତିଙ୍କୁ ଧକ୍କାଦେଇ ବେଞ୍ଚକୁ ପିଟିଲା, ୬ ପର୍ଯ୍ୟଟକ ଆହତ

ଭାତ ବଦଳରେ ମିଳୁଛି ଲାତ! ତେଲଙ୍ଗାନାରେ ବନ୍ଧା ପଡ଼ିଛନ୍ତି ୩୫ ଦାଦନ ଶ୍ରମିକ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି

ନବୀନ ପଟ୍ଟନାୟକ ପୁଣି ହେଲେ ବିଜୁ ଜନତା ଦଳର ସଭାପତି

ଝିଅ ସହ କଥା ହେବାରୁ ପତ୍ନୀଙ୍କୁ ୩୦୦ ଖଣ୍ଡ କରିଥିଲେ ଲେଫ୍ଟନାଣ୍ଚ କର୍ଣ୍ଣେଲ୍