PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ରିଲ୍‌ ହିରୋଙ୍କ ରିଅଲ୍‌ ଲଢ଼େଇ: ବାବୁସାନ-ଅନୁଭବ ମୁହାଁମୁହିଁ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଓଲିଉଡ୍‌ ଥରହର । ପୁଣିଥରେ ଦେଖିବାକୁ ମିଳିଛି ରିଲ୍‌ ହିରୋଙ୍କ ରିଅଲ୍‌ ଲଢ଼େଇ । ଏଥର କିନ୍ତୁ ବ୍ୟାନର୍‌ ଅଲଗା ଆଉ ପ୍ରଯୋଜକ ବି । ମୁହାଁମୁହିଁ ହୋଇଛନ୍ତି ଓଲିଉଡ୍‌ର ସବକା ସାନ୍‌ ବାବୁସାନ ଏବଂ ଭାଇଜାନ୍‌ ଅନୁଭବ । ପରଦାରେ ନୁହେଁ, ପଦାରେ ସାମ୍ନାସାମ୍ନି ହୋଇଛନ୍ତି ଦୁଇ ଷ୍ଟାର୍‌ । ପ୍ରେକ୍ଷାଳୟ ଛାଡ଼ି ରାଜନୀତି ମଞ୍ଚରେ ଦୁହିଁଙ୍କୁ ଦେଖିବାକୁ ମିଳିଛି । ସିନେମା ସଂଳାପ ବଦଳରେ ଶୁଭୁଛି ରାଜନୀତି ବାଣୀ ।

ତିନିଦିନ ତଳେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲାଗି ପ୍ରଚାର କରିବାକୁ ଯାଇଥିଲେ ଓଲିଉଡ ଷ୍ଟାର୍‌ ବାବୁସାନ । ସେଠାରେ ନିଜ ଭାଷଣରେ କହିଥିଲେ, ଯେଉଁଠି ସ୍ୱାଭିମାନ କଥା ଆସିବ, ଇଜ୍ଜତ୍‌ର କଥା ଆସିବ, ସମ୍ମାନର କଥା ଆସିବ, ସେଠି ଡାଏଲଗ୍‌ ବାଜି ଚଳିବନି । ସେଠି ଓରିଜିନାଲ୍‌ ହିରୋ ଦରକାର, ରିଅଲ୍‌ ହିରୋ ଦରକାର । ମାଟିର ପୁଅ ଦରକାର । ସେଠି ବୈଜୟନ୍ତ ପଣ୍ଡା ଦରକାର । ଏହାର ଉତ୍ତରରେ ଅନୁଭବ ବାବୁସାନଙ୍କୁ ଇଙ୍ଗିତ କରି କହିଛନ୍ତି, ସେ ନିଜ ବିଷୟରେ ନିଜେ କହିକି ଯାଇଛନ୍ତି । ମୁଁ ହେଉଛି ଜଣେ ରାଜ୍ୟସଭା ସାଂସଦ । ଲୋକସଭା ପ୍ରାର୍ଥୀ କେନ୍ଦ୍ରାପଡ଼ାର । ସେ କହିଲେ, ରିଲ୍‌ ହିରୋ ଏଠି ଚଳିବେ ନାହିଁ । ସେ ଜଣେ ରିଲ୍‌ ହିରୋ । ସେ ଯେଉଁ ଲୋକଙ୍କ ସାଙ୍ଗରେ ଆସିଥିଲେ ତାଙ୍କ ସହିତ କିଛି ଫିଲ୍ମ କରିଛନ୍ତି । ଆଉ ଆଗକୁ କରିବେ । କିଛି ଫିଲ୍ମ ଘୋଷଣା ହେବାର ଅଛି । ଆୱାର୍ଡ ପାଇବେ । ଯେଉଁଥିପାଇଁ ସେ ପଳାଇ ଆସିଛନ୍ତି । କିଛି ପଇସା ନେଇକି ଆସିଥିବେ । ତେଣୁ ତାଙ୍କ ବିଷୟରେ ମୋର କଛି କହିବାର ନାହିଁ । କେବଳ ଏତିକି କହିବାର ଅଛି, ବରଂ ବୈଜୟନ୍ତ ବାବୁ ଯଦି ଏତେ ବିକାଶମୂଳକ କାର୍ଯ୍ୟକ୍ରମ କରିଛନ୍ତି, ୧୦ବର୍ଷ ସାଂସଦ ରହି ଲୋକସଭାରେ ଏବଂ ତାଙ୍କର ଯଦି ନିଜ ଉପରେ ଭରସା ଏତେ ଥିଲା ତାହାଲେ ତାଙ୍କୁ କ’ଣ ଦରକାର ପଡ଼ିଲା କଳାକାରକୁ ଆଣିବା ପାଇଁ ପଇସା ଦେଇକି ନିଜର ପ୍ରଚାର କରିବା ଲାଗି । ବୈଜୟନ୍ତବାବୁ ଚିନ୍ତା କରିବା ଦରକାର । ସେଥିରେ ମୁଁ ଖୁସି । ଯଦି ଆଗକୁ ସେ ଏଭଳି କଳାକାରକୁ ପ୍ରଚାର କରିବାକୁ ଆଣିବେ ତେବେ ମୋର ଜିତିବା ସୁନିଶ୍ଚିତ ହେଇଯିବ ।

ଓଲିଉଡ୍‌ର ଆଗଧାଡ଼ିର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବାବୁସାନ ଏବଂ ଅନୁଭବଙ୍କ ମଧ୍ୟରେ ଏ ବାକ୍‌ ଯୁଦ୍ଧ ସଧିାସଳଖ ନହେଲେ ବି ବୁଲେଇ ବଙ୍କେଇ ପରସ୍ପରକୁ ଆକ୍ଷେପ, ପ୍ରତିଆକ୍ଷେପ ସ୍ୱରୂପ ହୋଇଛି । ବାବୁସାନ ଖାଲି ରିଲ୍‌ ଆଉ ରିଅଲ୍‌ ହିରୋ କହି କଥା ଚୁପ୍‌ ରହିନାହାନ୍ତି, ବରଂ ଆଜି ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତା’ପଛରେ ବୈଜୟନ୍ତ ପଣ୍ଡା ଏବଂ ଜାଗି ମଙ୍ଗତ ପଣ୍ଡାଙ୍କ ହାତ ରହିଛି । ସେ ତରଙ୍ଗ ସିନେ ପ୍ରଡକ୍ସନ୍‌ ବ୍ୟାନରରେ ଅନେକ ସିନେମା କରି ଆଜି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ଲୋକଙ୍କ ପାଖରେ ପହଞ୍ଚିବାରେ ସେ ହେଉଛନ୍ତି ମାଧ୍ୟମ । ତେଣୁ ସେ କହିଛନ୍ତି, ‘ମୁଁ ବେଇମାନ କରିଥାନ୍ତି କେମିତି, ତେଣୁ ତାଙ୍କ ପାଇଁ ପ୍ରଚାର ଲାଗି ଚାଲି ଆସିଲି’ । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ବାବୁସାନଙ୍କ ପ୍ରଚାରକୁ ନେଇ ଏକ ଖବର ଭାଇରାଲ୍ ହେଉଥିଲା ଯେ, ବାବସୁାନ କୌଣସି ରାଜନୈତିକ ଦଳରେ ଯୋଗ ଦେଇନାହାନ୍ତି, ସେ ନିଜ ମା’ଙ୍କ ପାଇଁ ପ୍ରଚାର କରୁଛନ୍ତି । କିନ୍ତୁ ପରେ ତାଙ୍କୁ ବୈଜୟନ୍ତ ପଣ୍ଡାଙ୍କ ଲାଗି ପ୍ରଚାର କରିବାର ଦେଖିବାକୁ ମିଳିଥିଲା । କଥା କିନ୍ତୁ ବାବୁସାନ ଏବଂ ଅନୁଭବଙ୍କ ଲଢେଇ଼କୁ ନେଇ । ସବୁବେଳେ ବୈଜୟନ୍ତଙ୍କ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ଉଭୟଙ୍କ ସିନେମା ଏକକାଳୀନ ରିଲିଜ୍ ହେଉଥିଲା । ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହୋଲି, ରଜ, ଗଣେଶ ପୂଜା, ଦଶହରାରେ ଉଭୟଙ୍କୁ ପରଦାରେ ମୁହାଁମୁହିଁ ହେବାର ଦେଖିବାକୁ ମଳୁଥିଲା । ଏଥର କିନ୍ତୁ ଗଣତି ଟିକେ ବଦଳିପାରେ ।

ଗତ ଦୁଇବର୍ଷ ହେଲା ରଜ ବଜାରରେ ତରଙ୍ଗ ଓଲିଉଡର ଦୁଇ ଲୋକପ୍ରିୟ ତାରକା ଅନୁଭବ ଓ ବାବୁସାନଙ୍କୁ ନେଇ ସିନେମା କରିବାର ପରମ୍ପରା ସୃଷ୍ଟି କରିଆସୁଥିଲା । ବାବୁସାନଙ୍କ ‘ସିଷ୍ଟର୍‌ ଶ୍ରୀଦେବୀ’ ଓ ଅନୁଭବଙ୍କ ‘ଅଭୟ’ରୁ ଏଇ ପରମ୍ପରା ଆରମ୍ଭ କରିଥିଲା । ଗତବର୍ଷ ରଜରେ ବାବୁସାନଙ୍କ ‘ସୁନ୍ଦରଗଡ଼ ସଲ୍‌ମାନ୍‌ ଖାନ୍‌’ ଓ ଅନୁଭବଙ୍କ ‘ପ୍ରେମ୍‌କୁମାର’ ଏକାଠି ରିଲିଜ୍‌ ହେବାର ଥିଲା । ମାତ୍ର ଅନୁଭବଙ୍କ ଦୁର୍ଘଟଣା ଯୋଗୁ ତରଙ୍ଗ ଦୁହିଁଙ୍କୁ ଏକାସଙ୍ଗେ ରିପିଟ୍‌ କରିଥିଲା ଦଶହରାରେ । ବାବୁସାନଙ୍କ ‘ଶ୍ରୀମାନ୍‌ ସୁରଦାସ୍‌’ ସହ ରିଲିଜ୍‌ ହୋଇଥିଲା ଅନୁଭବଙ୍କ ‘ପ୍ରେମ୍‌କୁମାର’ । ଏଥର ରଜକୁ ମଧ୍ୟ ଦୁହିଁଙ୍କୁ ନେଇ ତରଙ୍ଗ ଦୁଇଟି ଚିତ୍ର ତିଆରି କରିବା କଥା ସିନେପ୍ରେମୀ ଆଶା କରି ବସିଥିଲେ । ମାତ୍ର ଶୁଣିବାକୁ ମିଳୁଛି ବାବୁସାନଙ୍କ ସାଙ୍ଗରେ ଅନୁଭବଙ୍କୁ ନୁହେଁ ସ୍ୱରାଜଙ୍କ ସିନେମାକୁ ରଜରେ ଏକାଠି ରିଲିଜ୍‌ କରିବାକୁ ଅଣ୍ଟା ଭିଡ଼ୁଛି ତରଙ୍ଗ ।