ଅଭିନେତ୍ରୀ ହେବା ସ୍ବପ୍ନ ଭାଙ୍ଗିବା ପରେ ବିଫଳତାକୁ ସଫଳତାର ପାହାଚ କରିଥିଲେ ‘ଅନୁମିତା’: ଆଙ୍କରିଂ ଦେଇଥିଲା ସଫଳତାର ପରିଚୟ

କଟକ ୧୮/୧୦: ସ୍ୱପ୍ନ ଥିଲା ଓଲିଉଡ୍‌ର ଜଣେ ଭଲ ଅଭିନେତ୍ରୀ ହେବେ । ବିଟେକ୍‌ କରୁଥିବା ସମୟରେ ‘ରଜ କୁଇନ୍‌’ ଓ ‘କିଏ ହେବ ମୋ ହିରୋଇନ୍‌’ ରିୟଲିଟି ସୋ’ରେ ଭାଗ ନେଇଥିଲେ। ତେବେ ଭାଗ୍ୟ ସାଥ୍‌ ଦେଇନଥିଲା । ଏଥିରେ ବିଫଳ ହେବାପରେ ସାଙ୍ଗସାଥୀ ତାଙ୍କୁ ବହୁ ଟାହି ଟାପରା କରିଥିଲେ । ଜୀବନରେ ସେ କିଛି କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଥିଲା । ତେବେ ସେ ଭାଙ୍ଗି ପଡ଼ିନଥିଲେ । ଜୀବନର ଏହି ବିଫଳତାକୁ ସେ ତାଙ୍କ ସଫଳତାର ପାହାଚ କରିଥିଲେ । ଆଉ ଆଜି ସେ ଜଣେସଫଳ ଆଙ୍କର୍‌ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏ ହେଉଛନ୍ତି ଅନୁମିତାଙ୍କ କାହାଣୀ ।

‘ରଜ କୁଇନ୍‌’ରେ ବିଫଳ ହେବାପରେ ଅନୁମିତା ମଡେଲିଂ କ୍ଷେତ୍ରରେ ଚେଷ୍ଟା କରିଥିଲେ। ପରେ ସେ ବିପିୟୁଟି ଦ୍ୱାରା ଆୟୋଜିତ ଫ୍ୟାସନ୍‌ ସୋ’ରେ ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ମନୋନୀତ ହୋଇ କ୍ୟାଟ୍‌ ୱାକ୍‌ କରିଥିଲେ । ଏହା ତାଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା । ପରେ ସେ ‘ଆମ ସାର୍ଥକ ପରିବାର’ ସିଜନ୍‌-୧ ରିୟଲିଟି ସୋ’ ପରିଚାଳନା କରିବାର ସୁଯୋଗ ମିଳିଥିଲା ।

‘ଜି ସାର୍ଥକ ସଂସାର ଆୱାର୍ଡ’ର ରେଡ୍‌ କାର୍ପେଟ୍‌ରେ ଆଙ୍କରିଂ କରିଛନ୍ତି । ଏଥିସହ ଦୂରଦର୍ଶନରେ ‘କୃଷି ଦର୍ଶନ’, ‘ଯୁବାଲୋକ’ ଏବଂ ‘ନୁପୂର ସିନିୟର୍‌ ସିଜନ୍‌ -୨’ ଆଦି ଅନେକ ରିୟଲିଟି ସୋ’ରେ ଆଙ୍କରିଂ କରିଛନ୍ତି ।

ସେହିପରି ‘ସିନ୍ଦୁରବିନ୍ଦୁ’ ଧାରାବାହିକର ତାନିଆ ଚରିତ୍ର ତାଙ୍କୁ ଘରେ ଘରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ସେହିପରି ‘ଫ୍ରେସର୍‌’ କଲେଜ୍‌ ସୋ’ ତାଙ୍କୁ ଯୁବବର୍ଗଙ୍କ ସ୍ନେହ ଓ ଭଲପାଇବା ଆଣି ଦେଇଥିଲା । ନିକଟରେ ସେ ‘ଓଲିଉଡ୍‌ ସିନେମା ସୁପରଫାଷ୍ଟ୍‌’ ଫିଲ୍ମ ଅପ୍‌ଡେଟ୍‌ ସୋ’ ପରିଚାଳନା ତାଙ୍କୁ ଜଣେ ପ୍ରତିଷ୍ଠିତ ଆଙ୍କର୍‌ର ପରିଚୟ ଆଣିଦେଇଛି । ଭବିଷ୍ୟତରେ ଜଣେ ଟପ୍‌ ଆଙ୍କର୍‌ ଭାବେ ନିଜକୁ ପ୍ରତିଷ୍ଠିତ କରିବାର ଲକ୍ଷ୍ୟ ରଖିଛନ୍ତି ଅନୁମିତା ।

   ସମ୍ବନ୍ଧିତ ଖବର


ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଗୋଟିଏ ରାତିରେ ସଟର ଭାଙ୍ଗି ୮ଟି ଦୋକାନ ଲୁଟିଲେ ଦୁର୍ବୃତ୍ତ: ନଗଦ ଟଙ୍କା ଓ ସମଗ୍ରୀ ଲୁଟ୍

ଭସାଣି ପୂର୍ବରୁ ଆକ୍ସନ୍ ମୋଡ୍‌ରେ ପୋଲିସ: ବେଆଇନ ମଦ କାରବାର ଆଡ୍ଡାରେ ଚଢ଼ଉ, ଦେଶୀ ଓ ବିଦେଶୀ ମଦ ଜବତ, ଜଣେ ଗିରଫ

ଆଜି ଭସାଣ ଉତ୍ସବ: ବିନା ରୋଷଣୀରେ, ବିନା ଶୋଭାଯାତ୍ରାରେ ମେଲାଣି ନେବେ ଜଗତଜନନୀ ମା’ଦୁର୍ଗା

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ