PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡା- ଛତିଶଗଡକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଗୁଡାରୀ ଏବଂ କେନ୍ଦୁଗୁଡା ପୋଲିସର କୁଟ୍ରାଧର ରାସ୍ତା ନିକଟରେ ଚଡାଉ। ମିନିଟ୍ରକ ସହ ୨କ୍ବୁଣ୍ଟାଲ ୪୫ କେଜି ଗଞ୍ଜେଇ ଜବତ। ଜଣେ ଗିରଫ
  • ||
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

ମହାଖଳାକୁ ଆସିବେ ଅନୁପ ଜଲୋଟା

ଭୁବନେଶ୍ୱର,୧ ।୩(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଅବସରରେ ମହାଖଳାରେ ଭଜନ ପରିବେଷଣ କରିବାକୁ ଏଥର ଭଜନ ସମ୍ରାଟ ଅନୁପ ଜଲୋଟା ଆସୁଛନ୍ତି । ତାଙ୍କ ସହିତ ବଲିଉଡ୍‌ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୁୱାଲ ମଧ୍ୟ ଆସିବେ ବୋଲି ଆୟୋଜକ ସଂଗଠନ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ କୁହାଯାଇଛି ।
ଆଜି ଅପରାହ୍ଣରେ ମହାଖଳାସ୍ଥିତ ପ୍ରକାଶନୀର କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସଂଗଠନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ କାର୍ଯ୍ୟକ୍ରମ ଉପରେ ଅଧିକ ସୂଚନା ଦେଇ ସେ କହିଥିଲେ ମୁମ୍ବାଇର କଳାକାର ଲାଲାଜୀ ଶର୍ମା ଓ ନେହା କାକ୍କର ମଧ୍ୟ ଭଜନ ପରିବେଷଣ କରିବାକୁ ଆସୁଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଏଥିରେ ଓଡ଼ିଶାର ନାମୀ କଳାକାରଙ୍କ ମଧ୍ୟରେ ସୌରଭ ନାୟକ, କୁମାର ବାପି, ଶାନ୍ତିଲତା ଛୋଟରାୟ, ରବି ମହାପାତ୍ର, ଶ୍ରୀଚରଣ ମହାନ୍ତି, କ୍ରିଷ୍ଣା ମିଶ୍ର, ଦିବ୍ୟା ଦାସ, ସୁଧାକର ମିଶ୍ର, ପିନାକୀ ନାୟକ, ପ୍ରଭୁପ୍ରସାଦ ନନ୍ଦ, ଅଞ୍ଜଳି ମିଶ୍ର, ଅର୍ପିତା ଚୌଧୁରୀ, ଅନ୍ତରା ଚକ୍ରବର୍ତ୍ତୀ, ପ୍ରଦୀପ ପଲାଇ, ଆଲୋକ କୁଣ୍ଡୁ, ଅମରେଶ ମିଶ୍ର, ପ୍ରଫୁଲ୍ଲ ବେହେରା ପ୍ରମୁଖ ଭଜନ ପରିବେଷଣ କରିବେ ।
ସେହିଭଳି ଶିବରାତ୍ରି ଅବସରରେ ଭକ୍ତଙ୍କ କଷ୍ଟ ଲାଘବ ନିମନ୍ତେ ସଂଗଠନ ପକ୍ଷରୁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଶିବରାତ୍ରି ପ୍ରତ୍ୟୁଷ ୪ଟାରେ ଶଙ୍ଖଧ୍ୱନିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏହାପରେ ବେଦ ପାଠ, ଶିବ ସହସ୍ରନାମ, ଭାଗବତ ପାଠ, ଶିବଚେତନା, ହରିହର ଭଜନ, ରାମ ଚରିତ ମାନସ, ପ୍ରବଚନ ଆଦି ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଦିନତମାମ ଲାଗିରହିବ ।
ସନ୍ଧ୍ୟାରେ ଏହି ଜାତୀୟସ୍ତରୀୟ ଭଜନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ । ଅନ୍ୟ ଅତିଥିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରକାଶନୀର ସମ୍ପାଦକ ସନତ ମିଶ୍ର ସୂଚନା ଦେଇଛନ୍ତି ।