PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ସୁଶାନ୍ତ ସିଂ ମାମଲାରେ ମୁହଁ ଖୋଲିଲେ ଅନୁପମ୍ ଖେର୍, ମହେଶ ଭଟ୍ଟଙ୍କୁ କହିଲେ, ‘ମୁଁ ଅନ୍ଧ ନୁହେଁ, କିନ୍ତୁ…’

indiatimes.com

ମୁମ୍ବାଇ ୧୫।୮ : ବଳିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ଚୁପ୍‌ ଚାପ୍‌ ରହିଛନ୍ତି। ସବୁ ଦେଖୁଛନ୍ତି ମାତ୍ର କେହି ପାଟି ଫିଟାଉନାହାନ୍ତି । ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। ଏବେ ସୁଶାନ୍ତଙ୍କ ପରିବାର ତରଫରୁ ଆରମ୍ଭ ହୋଇଥିବା #CBIforSSR ଅଭିଯାନରେ କିଛି ସେଲିବ୍ରିଟି ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି। ଏହି ତାଲିକାରେ ଅଭିନେତା ଅନୁପମ୍‌ ଖେର୍‌ଙ୍କ ନାଁ ସାମିଲ ରହିଛି।  

ଅନୁପମ୍‌ ଖେର୍‌ ଏହି ଅଭିଯାନରେ କେବଳ ସହଯୋଗରେ ଟ୍ବିଟ୍‌ କରିନାହାନ୍ତି ବରଂ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାକୁ ନେଇ ଖୋଲାଖୋଲି ଭାବେ କିଛି କହିଛନ୍ତି। ମିଡ଼ିଆ ରିପୋର୍ଟସ ଅନୁସାରେ ସେ କଥାବାର୍ତ୍ତା ସମୟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଉପରେ ଉଠୁଥିବା ପ୍ରତିକ୍ରିୟା ଉପରେ ପ୍ରଶ୍ନ ମଧ୍ୟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ଅନୁପମ ଖେର ସୋସିଆଲ ମିଡ଼ିଆ ଜରିଆରେ #CBIforSSR ଅଭିଯାନକୁ ସପୋର୍ଟ କରିଛନ୍ତି। ଆଉ ଏକ ରିପୋର୍ଟରେ ମଧ୍ୟ କୁହାଯାଇଛି କି, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଉଠୁଥିବା ପ୍ରଶ୍ନ ଉପରେ ଅନୁପମ ଖେର କଥା ହୋଇଛନ୍ତି। ତାଙ୍କ କହିବାନୁସାରେ, କୌରସି ଜଜ୍‌ମେଣ୍ଟ ପାସ୍‌ କରିପାରିବେ ନାହିଁ।

ଅନୁପମ ଆହୁରି କହିଛନ୍ତି କି,  ‘ସେ ମୋ ପାଇଁ କରିଥିବା ସମସ୍ତ କାର୍ଯ୍ୟ ପାଇଁ ମୁଁ ତାଙ୍କୁ କୃତଜ୍ଞ। ଯେପର୍ଯ୍ୟନ୍ତ ସେ ଗୋଟିଏ ଦିନ ନିଜେ ଆସି ମୋତେ ନକୁହନ୍ତି କିମ୍ବା ତାଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ନହେବା ପର୍ଯ୍ୟନ୍ତ, ମୁଁ ତାଙ୍କୁ ଡାଉଟ୍ ର ଲାଭ ଦେବାକୁ ଚାହେଁ । ମୁଁ ଯେଉଁ ବ୍ୟାକ୍ଗ୍ରାଉଣ୍ଡରୁ ଆସିଛି କେବଳ ତାଙ୍କ ପାଇଁ। ମୁଁ ଅନ୍ଧ ନୁହେଁ କିନ୍ତୁ ମୁଁ କିଛି କହିବି ନାହିଁ । ମୋର ପିତାମାତା ମୋତେ ଶିଖାଇଛନ୍ତି – ଯେଉଁ ହାତ ତୁମକୁ ଖାଇବାକୁ ଦିଏ, ତାହାକୁ କାଟିବା ଉଚିତ୍ ନୁହେଁ । ମୁଁ ତାଙ୍କ ପାଇଁ କୃତଜ୍ଞ। ‘

ସମ୍ବନ୍ଧିତ ଖବର