ତାପସୀ ପନ୍ନୁ ଏବଂ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଚଢ଼ାଉ କଲା ଆୟକର ବିଭାଗ, ୨୦ଟି ସ୍ଥାନରେ ଏକକାଳୀନ ରେଡ୍

ମୁମ୍ବାଇ ୩।୩ : ଆୟକର ବିଭାଗ ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ମଧୁ ମଣ୍ଟେନାଙ୍କ ଘରେ ଚଢ଼ାଉ କରିଛି। ଆୟକର ଅଧିକାରୀମାନେ ମଧ୍ୟ ମଧୁ ମଣ୍ଟେନାଙ୍କ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କ୍ୱାନଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ଏହି ଚଢ଼ାଉ ଫେଣ୍ଟମ ଫିଲ୍ମର ଟ୍ୟାକ୍ସ ଚୋରି ଘଟଣାରେ କରାଯାଉଛି।

ଆୟକର ବିଭାଗର ସୂତ୍ରରୁ ଜଣାପଡିଛି ଯେ, ଟ୍ୟାକ୍ସ ଚୋରି ମାମଲାରେ ଫେଣ୍ଟମ ଚଳଚ୍ଚିତ୍ର ସହ ଜଡିତ ଲୋକଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି। ଏଥିରେ ଅନୁରାଗ କାଶ୍ୟପ, ତାପସୀ ପନ୍ନୁ, ବିକାଶ ବହଲ ଏବଂ ଅନ୍ୟମାନେ ସାମିଲ ଅଛନ୍ତି। ଆୟକର ବିଭାଗର ଟିମ୍ ମୁମ୍ବାଇ, ପୁଣେ ସମେତ ୨୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି। ଏଥିରେ ଚାରୋଟି କମ୍ପାନୀ ସାମିଲ ଅଛି।
