ସୁନୀଲ ଗାଭାସ୍କରଙ୍କ ଟିପ୍ପଣୀକୁ ନେଇ କଡା ଜବାବ୍ ଦେଲେ ଅନୁଷ୍କା ଶର୍ମା, କହିଲେ ଏଭଳି

ଦୁବାଇ,୨୫।୯: ମହାନ କ୍ରିକେଟର ସୁନିଲ ଗାଭାସ୍କର ଏବେ ନିଜର ମନ୍ତବ୍ୟକୁ ନେଇ ବିବାଦରେ ଫଶିଛନ୍ତି।  ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ପ୍ରତି କଡା ଟିପ୍ପଣୀ ଦେଇ ଫଶିଛନ୍ତି ଗାଭାସ୍କର। ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ-୨୦୨୦) ମ୍ୟାଚ ପରେ କୋହଲିଙ୍କୁ ନେଇ ନିଜର ମନ୍ତବ୍ୟ ଦେଇଥିଲେ ଗାଭାସ୍କର।  ଏବେ ଗାଭାସ୍କରଙ୍କ ଟିପ୍ପଣୀର ଜବାବ୍ ରଖିଛନ୍ତି ଖୋଦ୍ ଅନୁଷ୍କା ଶର୍ମା। ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟାଟସ୍ ଜାରି କରି ଜବାବ୍ ଦେଇଛନ୍ତି।

ଅନୁଷ୍କା ଶର୍ମା କହିଛନ୍ତି, ମିଷ୍ଟର ସୁନିଲ ଗାଭାସ୍କର, ଆପଣଙ୍କୁ ମୁଁ ଏହା କହିବାକୁ ଚାହେଁ ଯେ, ଆପଣଙ୍କ ଦ୍ବାରା ଦିଆଯାଇଥିବା ଟିପ୍ପଣୀ ଖୁବ୍ ଅପ୍ରିୟ ଅଟେ। ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ, ଆପଣ ଏଭଳି କିଭଳି ମନ୍ତବ୍ୟ ଦେଇପାରିଲେ ଯେ, କ୍ରିକେଟରଙ୍କ ଖେଳ ପାଇଁ ତାଙ୍କର ପତ୍ନୀ ଦାୟୀ ରହିଥାନ୍ତି? ମୁଁ ଜାଣିଛି ଗତ ବର୍ଷ ଗୁଡିକରେ ଆପଣ ପ୍ରତି କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନର ସମ୍ମାନ କରିଛନ୍ତି, ତେବେ ଆପଣଙ୍କୁ ଏଭଳି ଲାଗେନି ଏହା ବିରାଟ ଓ ମୋ ସହିତ ବି ହେବା ଦରକାର।’

ମୁଁ ଜାଣିଛି ମୋ ସ୍ବାମୀଙ୍କ ଖେଳକୁ ନେଇ ଆପଣଙ୍କ ପାଖରେ ଅନେକ କିଛି ଶବ୍ଦ ରହିଛି। କ’ଣ ବିରାଟଙ୍କ ଉପରେ ସେତେବେଳେ କମେଣ୍ଟ ଠିକ୍, ଯେତେବେଳେ ଏଥିରେ ମୋ ନାଁକୁ ବ୍ୟବହାର କରାଯାଉଛି? ଏହା ୨୦୨୦ ଓ ଏବେ ବି ମୋ ପାଇଁ ବହୁତ କିଛି ଜିନିଷ ବଦଳି ନାହିଁ। ବିରାଟଙ୍କ ପ୍ରଦର୍ଶନକୁ ନେଇ କ୍ରିକେଟ ଜଗତରେ ମୋ ନାଁକୁ ଟାଣିବା କେବେ ବନ୍ଦ ହେବ? ଆଦରଣୀୟ ମିଷ୍ଟର ଗାଭାସ୍କର ଖେଳ ଦୁନିଆରେ ଆପଣଙ୍କର ନାଁ ଖୁବ୍ ଉଚ୍ଚରେ, ତେଣୁ ମୁଁ ଆପଣଙ୍କୁ ଏହା କହିବାକୁ ଚାହେଁ, ଆପଣଙ୍କ କମେଣ୍ଟ ପରେ ମୋତେ କିଭଳି ଅନୁଭବ ହେଉଛି।

ଉଲ୍ଲେଖନୀୟ ଯେ, କିଙ୍ଗ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍ ଦୁବାଇରେ ଗୁରୁବାର ଚାଲିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ୍ ଥିବା ବିରାଟ କୋହଲି ଭଲ ଖେଳିନଥିଲେ। ମ୍ୟାଚ ସମୟରେ ସେ ଦୁଇଟି କ୍ୟାଚ୍ ଛାଡିବା ସହ ବ୍ୟାଟିଂରେ ମଧ୍ୟ ବିଫଳ ରହିଥିଲେ। ମାତ୍ର ୫ ରନ୍ ହିଁ କରିପାରିଥିଲେ।କମେଣ୍ଟରୀ ବକ୍ସରେ ବସିଥିବା ସୁନୀଲ ଗାଭାସ୍କର ଏହି ସମୟରେ କୋହଲିଙ୍କ ପତ୍ନୀ ଅନୁଷ୍କାଙ୍କୁ ନେଇ ଟିପ୍ପଣୀ ଦେଇଥିଲେ। ଏହି ଟିପ୍ପଣୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନଙ୍କ ପ୍ରଶଂସକଙ୍କୁ ଭଲ ଲାଗିନଥିଲା ଓ ଏମାନଙ୍କ ଭିତରୁ କିଛି ବିସିସିଆଇରୁ ଗାଭାସ୍କରଙ୍କୁ କମେଣ୍ଟରୀ ପ୍ୟାନେଲରୁ ହଟାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି। କେବଳ ସେତିକି ନୁହେଁ, ଏହା ପୂର୍ବରୁ ଅନେକ ଥର ଖେଳ ପଡିଆରେ କୋହଲିଙ୍କ ଖରାପ ପ୍ରଦର୍ଶନ ପାଇଁ ଗତ କିଛି ବର୍ଷ ଧରି ତାଙ୍କ ପତ୍ନୀ ଅନୁଷ୍କାଙ୍କୁ ଦାୟୀ କରାଯାଉଛି।

   ସମ୍ବନ୍ଧିତ ଖବର


ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

IPL-2020: ବଦଳିଲା ସୁପର ଓଭର ନିୟମ, ମ୍ୟାଚ୍‌ ‘ଟାଇ’ ହେଲେ କ’ଣ ହେବା ଜାଣନ୍ତୁ…

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିମଳା ପରିବାର ପୋଷିବା ପାଇଁ କରୁଛନ୍ତି ଦେଶୀ ମଦ ବିକ୍ରି