ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

୨ରୁ ଅଧିକ ପେପର୍‌ ବ୍ୟାକ୍‌ ଥିଲେ ଦେବେ ନିୟମିତ ପରୀକ୍ଷା: ମାର୍କ ବଢ଼ାଇବାକୁ ଚାହୁଁଥିଲେ, ୟୁଜି-ପିଜି ପାସ୍‌ ପରେ ବି ଦେଇପାରିବେ ପରୀକ୍ଷା

ଭୁବନେଶ୍ୱର ୧୯/୦୬: କରୋନା ସଂକ୍ରମଣରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସମସ୍ତ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ତା ବଦଳରେ ବିକଳ୍ପ ମୂଲ୍ୟାୟନର ବ୍ୟବସ୍ଥା କରାଯାଇଛି । ଚଳିତ ମାସ ୧୧ ତାରିଖରେ କୁଳପତି ଓ ଅଧ୍ୟକ୍ଷମାନଙ୍କର ଅନଲାଇନ୍‌ ବୈଠକର ସୁପାରିସ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗ ସୂଚନା ଦେଇଛି ।

ଅପରପକ୍ଷେ ଶେଷ ସେମିଷ୍ଟର୍‌ କିମ୍ବା ଶେଷ ବର୍ଷ ଛାତ୍ର/ଛାତ୍ରୀର ଦୁଇଟି ବ୍ୟାକ୍‌ ପେପର୍‌ ଥିଲେ, ତାଙ୍କ ପାଇଁ ସେହି ବ୍ୟାକ୍‌ ପେପର୍‌ ପରୀକ୍ଷା ବାତିଲ କରାଯିବ । ଆନୁପାତିକ ହାର (ପି-କ୍ୟୁ) ବା ଅନ୍ୟ କୌଣସି ପ୍ରକ୍ରିୟାରେ ବ୍ୟାକ୍‌ ପେପର୍‌ ମୂଲ୍ୟାୟନ ହେବ । ଯେଉଁ ଛାତ୍ର କିମ୍ବା ଛାତ୍ରୀର ଦୁଇରୁ ଅଧିକ ବ୍ୟାକ୍‌ ପେପର୍‌ ଥିବ, ସେମାନେ ସବୁ ବ୍ୟାକ୍‌ ପେପର୍‌ ପାଇଁ ସାଧାରଣ ପରୀକ୍ଷା ଦେବେ । ଯାହାର କାର୍ଯ୍ୟସୂଚୀ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ କରୋନା ପରିସ୍ଥିତିକୁ ଦେଖି ଧାର୍ଯ୍ୟ କରିବେ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ କୁଳପତି ଓ ସରକାରୀ ଡିଗ୍ରୀ କଲେଜକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ।

ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି, ଚଳିତ ବର୍ଷ ୟୁଜି ଓ ପିଜି ପାଠ୍ୟକ୍ରମର ଶେଷ ସେମିଷ୍ଟରର ବାକି ଥିବା ଥିଓରି ଓ ପ୍ରାକ୍ଟିକାଲର ସବୁ ପରୀକ୍ଷା ବାତିଲ କରାଯିବ । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ୟୁଜିସି ସୁପାରିସ ଅନୁସାରେ ମୂଲ୍ୟାୟନ କରି ଅଗଷ୍ଟ ଶେଷ ସୁଦ୍ଧା ଫଳ ପ୍ରକାଶ କରିବେ । ସୁପାରିସ ହୋଇଥିବା ୱେଟେଜ୍‌ ଅନୁସାରେ ସମ୍ପୃକ୍ତ ବିଷୟର ଇଣ୍ଟରନାଲ୍‌ ମାର୍କ ଓ ପୂର୍ବ ସେମିଷ୍ଟର୍‌ଗୁଡ଼ିକର ହାରାହାରି ମାର୍କକୁ ମିଶାଇ ଶେଷ ସେମିଷ୍ଟର୍‌ ମାର୍କ ଦିଆଯିବ ।

ଯେଉଁ ଛାତ୍ରଛାତ୍ରୀ ଶେଷ ସେମିଷ୍ଟର୍‌ ବିକଳ୍ପ ମୂଲ୍ୟାୟନରେ ପାଇଥିବା ମାର୍କରୁ ଅଧିକ ମାର୍କ ପାଇବା ପାଇଁ ହକଦାର, ସେମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ନଭେମ୍ବରରେ ସାଧାରଣ ରୀତିରେ ପରୀକ୍ଷା କରାଇବେ । ଯାହାର ମାର୍କ ଅନୁସାରେ ସେହି ଛାତ୍ରଛାତ୍ରୀଙ୍କ ସଂଶୋଧିତ ପରୀକ୍ଷା ଫଳ ଡିସେମ୍ବରରେ ପ୍ରକାଶ କରାଯିବ। ଯେଉଁ ବିଶ୍ୱବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟଗୁଡିକ ୟୁଜି ଓ ପିଜିର ଥିଓରି କିମ୍ବା ପ୍ରାକ୍ଟିକାଲ୍‌ ପରୀକ୍ଷା ପୂର୍ବରୁ ସରିଛି, ସେହି ପରୀକ୍ଷା ପାଇଁ ଉପରୋକ୍ତ ନିଷ୍ପତ୍ତି ଲାଗୁ ହେବନାହିଁ । ସେହି ପରୀକ୍ଷା ସବୁ ସାଧାରଣ ମୂଲ୍ୟାୟନ ହେବ । ଅପରପକ୍ଷେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ନିଷ୍ପତ୍ତି ଲାଗୁ ହୋଇଥିଲେ ମଧ୍ୟ ମେଡିକାଲ୍‌ ପାଠ୍ୟକ୍ରମ ବାଦ୍‌ ପଡ଼ିବ ।

ମେଡିକାଲ୍‌/ପାରାମେଡିକାଲ୍‌ ଓ ଫାର୍ମାସି ପାଠ୍ୟକ୍ରମର ସମସ୍ତ ପରୀକ୍ଷା ଧାର୍ଯ୍ୟ ତାରିଖରେ ହେବ । ମାର୍କ ବଢ଼ାଇବାକୁ ଚାହୁଁଥିଲେ, ୟୁଜି/ପିଜି ପାସ୍‌ ପରେ ବି ଛାତ୍ରଛାତ୍ରୀ ଯେବେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ହେବ ଦେଇପାରିବେ । ଉପରୋକ୍ତ ସମସ୍ତ ନିୟମ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଡିଡିସିଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଦିଆଯାଉଥିବା ୨ବର୍ଷିଆ ବିଇଡି ଡିଗ୍ରୀ/୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଇଡି/ଏମଇଡି, ୪ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏବିଇଡି/ବିଏସସି ବିଇଡି ସମେତ ସମସ୍ତ ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ମଧ୍ୟ ନିୟମଗୁଡିକ ଲାଗୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.