PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଦିଲ୍ଲୀରେ ଝୁଲିଲା କଂଗ୍ରେସ ଟିକେଟ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୧ା୩(ସ୍ୱପ୍ର/ବ୍ୟୁରୋ): ଦିନରୁ ନେଇ ରାତି ୯ଟା ଯାଏ ତୁହାକୁ ତୁହା ବୈଠକ ବସିଲା । କିନ୍ତୁ କିଛି ନିଷ୍କର୍ସ ବାହାରିଲାନି । ଆସନ୍ତାକାଲି ଗୁଜରାଟର ଅହମ୍ମଦାବାଦରେ ଏଆଇସିସିର ଜାତୀୟ କାର୍ଯ୍ୟକାରିଣୀ ବସିବ । ଏଥିପାଇଁ ଆଲୋଚନା ଅଧାରେ ଛାଡ଼ି ନେତାମାନେ ଅହମ୍ମଦାବାଦ ମୁହାଁଇଲେ । ସେଥିପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପୁଣି ଝୁଲିଛି ।
ଆଜି ଦିନତମାମ ନୂଆଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ବୈଠକ ବସିଥିଲା । କେରଳର ବରିଷ୍ଠ କଂଗ୍ରେସ ନେତା ଭି. ଡି ସାଥିସଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ବୈଠକରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ନେତା ଭକ୍ତ ଦାସ, ପ୍ରଦୀପ ମାଝି ଓ ଚିରଞ୍ଜିବୀ ବିଶ୍ୱାଳଙ୍କ ସମେତ ରାଜ୍ୟ କଂଗ୍ରେସର ଅନେକ ନେତା ଉପସ୍ଥିତ ଥିଲେ । ଓଡ଼ିଶା ଲୋକସଭା ଓ ବିଧାନସଭା ଆସନରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ଆଲାଚନା ହେଲା । ପ୍ରଥମ ପର୍ଯ୍ୟାୟରେ ନିର୍ବିବାଦୀୟ ଆସନରେ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରି ଘୋଷଣା କରିବାକୁ ମତ ଆସିଥିଲା । କିନ୍ତୁ ପୁଣି ଅଧିକାଂଶ ଆସନରେ ପ୍ରାର୍ଥୀ ଚୟନକୁ ନେଇ ଅସହମତି ଉଠିଥିଲା । ଚୂଡ଼ାନ୍ତ ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିରେ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।
ରାଜ୍ୟର ପ୍ରତି ଲୋକସଭା ଆସନ ପାଇଁ ସ୍କ୍ରିନିଂ କମିଟି ଜଣେ କିମ୍ବା ଦୁଇ ଜଣଙ୍କ ନାମ ଚୟନ କରିଛି । ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା ଆସନରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଥିବା ଜଣାପଡ଼ିଛି । କିଛି ଆସନରେ ପ୍ରାର୍ଥୀଙ୍କ ନାମ ଚୟନକୁ ନେଇ ବିବାଦ ରହିଛି । ଆସନ୍ତାକାଲିର ଜାତୀୟ କାର୍ଯ୍ୟକାରିଣୀ ପାଇଁ ଏହା ଉପରେ ଅଧିକ ଆଲୋଚନା ହୋଇପାରିନି । ଆସନ୍ତାକାଲିର ବୈଠକ ସରିବା ଯାଏ ରାଜ୍ୟ ନେତାମାନେ ଅପେକ୍ଷା କରିଛନ୍ତି । ଏଥିପାଇଁ ଦୁଇ ଦିନ ପାଇଁ ନେତାମାନେ ଦିଲ୍ଲୀରେ ଡେରା ପକାଇ ରହିବେ ବୋଲି ଜଣାପଡ଼ିଛି ।
ରାଜ୍ୟର ୧୪୭ ବିଧାନସଭା ଆସନରୁ ଅଧିକାଂଶ ସ୍ଥାନରେ ତିନି ଜଣରୁ ଅଧିକ ପ୍ରାର୍ଥୀ ସ୍କ୍ରିନିଂ କମିଟି ତାଲିକାରେ ଅଛନ୍ତି । ଲୋକସଭା ଆସନ ଅପେକ୍ଷା ବିଧାନସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ନେଇ ଅଧିକ ମତଭେଦ ଥିବା ଜଣାପଡ଼ିଛି । ସ୍କ୍ରିନିଂ କମିଟିର ଜଣେ ସଦସ୍ୟ କହିଛନ୍ତି , ଏଭଳି ବିବାଦ ଯୋଗୁ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମରେ ସହମତି ହୋଇପାରୁନି । ଫଳରେ ଯେଉଁ ତାଲିକା ପ୍ରଦେଶ ନିର୍ବାଚନ କମିଟିରୁ ଆସିଥିଲା ସେଥିରେ କିଛି ସଂଶୋଧନ କରି କିଛି ନୂଆ ନାମ ଯୋଡ଼ାଯାଇଛି । ଦୁଇଦିନ ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିବ । ଏଥିରେ ଓଡ଼ିଶା ପ୍ରାର୍ଥୀମାନଙ୍କ ନାମ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର