ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର…

ଭୁବନେଶ୍ୱର,: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ମହିଳା ଅତ୍ୟାଚାର ପ୍ରସଙ୍ଗରେ ଓଡ଼ିଶା ସମଗ୍ର ଦେଶରେ ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଯେଉଁ ଅନୁପାତରେ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି ସେ ଅନୁସାରେ ଦୋଷୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେଉନି । ଓଡ଼ିଶାରେ ମହିଳାଙ୍କୁ ମର୍ଯ୍ୟାଦା ଏବଂ ଅତ୍ୟାଚାର ପ୍ରସଙ୍ଗ ଲୋକସଭାରେ ଉଠାଇ ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ସାଢ଼େ ୪ କୋଟି ଓଡ଼ିଆଙ୍କ ମଧ୍ୟରୁ ୫୦% ହେଉଛନ୍ତି ମହିଳା । ମାତ୍ର ୨୦୧୮ ନ୍ୟାସନାଲ କ୍ରାଇମ ରୋକର୍ଡ଼ ବ୍ୟୁରୋର ତଥ୍ୟ ଅନୁସାରେ ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ ଅଛନ୍ତି । ସେମାନେ ହିଂସାର ଶିକାର ହେଉଛନ୍ତି ।

ଏହାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ମାତ୍ର ଦୋଷୀଙ୍କ ଉପରେ ଦଣ୍ଡବିଧାନ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ପଡ଼ିଛି । ଦୋଷୀ ବିରୋଧରେ ଦଣ୍ଡ ବିଧାନ ୮.୩% ହୋଇଥିବା ବେଳେ ଶତକଡ଼ା ୯୪.୦୭ ମାମଲା ବିଚାରାଧୀନ ଥିବା ପ୍ରକାଶ କରିଥିଲେ । ଅପରାଜିତା ମାଲକାନଗିରି ଜିଲ୍ଲାରେ ଆଦିବାସୀ ମହିଳା ବଳାତ୍କାର ଏବଂ ବୀରମିତ୍ରପୁର ନାବାଳିକା ବଳାତ୍କାର ଘଟଣା ଉଠାଇଥିଲେ । ରାଜ୍ୟ ସରକାର ନିରବ ରହୁଥିବା ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି ।

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ