ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଜୟପୁର: ପ୍ରଥମେ ପ୍ରେମ ଏବଂ ପରେ ପ୍ରତାରଣା କରି ଜଣେ ନାବାଳିକାକୁ ଦୁଷ୍କର୍ମ । ଏ ସମ୍ପର୍କରେ ନାବାଳିକା ଜଣଙ୍କ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ କୁନ୍ଦୁରା ବ୍ଲକ ଭୂଷାଙ୍ଗଗୁଡ଼ାର ମଦନ ଗାଦବା(୨୧)କୁ ଗିରଫ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି ।


 ପୁଲିସ ସୂଚନା ଅନୁଯାୟୀ, ମଦନ ଜଣେ ୧୫ ବର୍ଷୀୟା ନାବାଳିକାକୁ ବର୍ଷେ ହେଲା ପ୍ରେମ କରୁଥିଲା । ଏ ସମ୍ପର୍କରେ ପରିବାର ଲୋକ ଅବଗତ ଥିଲେ । କଥା ଆଗକୁ ବଢିବା ପରେ ନାବାଳିକାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଗତ ଏପ୍ରିଲ ୨୦ରେ ନାବାଳିକାକୁ ନେଇ ସେ ଫେରାର ହୋଇଯାଇଥିଲା । ବୋରିଗୁମ୍ମା କଙ୍କଡାଗୁଡାରେ ଜଣେ ସମ୍ପର୍କୀୟଙ୍କ ଘରେ ୪ ଦିନ ରଖିଥିଲା । ନାବାଳିକାର ବିରୋଧ ସତ୍ତେ୍ୱ ଶାରୀରିକ ସମ୍ପର୍କ ରଖିଥିଲା । ପରେ ସେଠାରେ ଛାଡି ଦେଇ ଚମ୍ପଟ ମାରିଥିଲା । ଏ ସମ୍ପର୍କରେ ନାବାଳିକା ପରିବାରଲୋକଙ୍କୁ ଜଣାଇବା ପରେ ସେମାନେ ଆସି ଉଦ୍ଧାର କରିଥିଲେ । ପରେ ଗାଁରେ ବିଚାର କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ମଦନ ଏ କଥାକୁ ଏଡାଇ ଯିବାରୁ ସେପ୍ଟେମ୍ବର ୨୬ରେ ନାବାଳିକା ମହିଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ମଦନକୁ ଗିରଫ କରିଛି । ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ନାବାଳିକାଙ୍କ ବୟାନ ରେକର୍ଡ ପରେ ତାଙ୍କ ବାପାମା’ଙ୍କୁ ହସ୍ତାନ୍ତର କରାଯାଇିବା ଥାନା ଅଧିକାରୀ କହିଛନ୍ତି । ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଛନ୍ତି ଏସ୍‌.ଆଇ ମୀନାକ୍ଷୀ ଦଳବେହେରା ।

   ସମ୍ବନ୍ଧିତ ଖବର


ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଚନ୍ଦ୍ରରେ 4G ନେଟଓ୍ୱର୍କ ସ୍ଥାପନ କରିବ ନୋକିଆ- ନାସାଠାରୁ ପାଇଁ ୧୪.୧ ମିଲିୟନ ୟୁଏସ୍‌ ଡଲାର ଅର୍ଡର ପାଇଲା

କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିମଳା ପରିବାର ପୋଷିବା ପାଇଁ କରୁଛନ୍ତି ଦେଶୀ ମଦ ବିକ୍ରି

ଘର ରଙ୍ଗ କରୁଥିବା ବେଳେ କରେଣ୍ଟ ଲାଗି ଶ୍ରମିକ ମୃତ

ବର୍ଷେ ହେବ ଝିଅ ନିଖୋଜ, ସନ୍ଧାନ ପାଉନି ପୋଲିସ, ମୃତ କୁ ଜୀବିତ ସେ ନେଇ ଚିନ୍ତାରେ ପରିବାର

ଭିଡ଼ିଓ କଲ୍‌ରେ ଉଲଗ୍ନ ହେବାକୁ ଯୁବତୀଙ୍କୁ ଜିଦ୍ କରୁଥିଲେ ! ବାହୁବଳୀ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ….