ଏକାମ୍ରରେ ବିଜେପିର ପ୍ରଚାର: ପଦଯାତ୍ରାରେ ବାବୁ ସିଂହ, ଅପରାଜିତା

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଏକାମ୍ର ନିର୍ବାଚନମଣ୍ଡଳୀରେ ଜୋର୍ ଧରିଛି ପ୍ରଚାର । ବିଜେପିର ବିଧାୟକ ଓ ସାଂସଦ ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଥିବାବେଳେ ‘ଘରେ ଘରେ ଶଙ୍ଖ’ ଅଭିଯାନକୁ ଜୋରଦାର କରିଛି ବିଜେଡି । ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଭାବେ ବାବୁ ସିଂହ ଆଜିଠୁ ଭୋଟ୍ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ପ୍ରଚାରରେ ସାମିଲ ହୋଇଥିଲେ ।
ଏକାମ୍ର କଲେଜ ପାଖ କାଳିଆ ଶନି ମନ୍ଦିର ପାଖରୁ ପଦଯାତ୍ରା ଆରମ୍ଭ କରିଥିଲେ । ଏହି ପଦଯାତ୍ରା କପିଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ପଦଯାତ୍ରାରେ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏକାମ୍ରରୁ ବାବୁ ସିଂଙ୍କୁ ବିଜୟୀ କରାଇବା ପାଇଁ ସଂକଳ୍ପ ନେଇଥିଲେ ବିଜେପି କର୍ମକର୍ତ୍ତା । ପଦଯାତ୍ରାରେ ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ, ସୁଭାଷିନୀ ପୃଷ୍ଟି, ରୀତା ଚୌଧୁରୀ, ରଜନୀ ବାଳା, ବନ୍ଦନା କାନୁନଗୋ, ସୁରେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ସ୍ୱାଇଁ, ଲିଙ୍ଗରାଜ ମଣ୍ଡଳ, ଅଜିତ ସେଠୀ, ସୂର୍ଯ୍ୟକାନ୍ତ ରାଉତରାୟ ଓ ବିଶ୍ୱରଞ୍ଜନ ବଳ ଯୋଗ ଦେଇଥିଲେ ।