PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗରେ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି , ୫୭ଟି ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ , ନନ୍ଦୀଗ୍ରାମରେ ମମତାଙ୍କ ବିରୋଧରେ ଲଢ଼ିବେ ଶୁଭେନ୍ଦୁ ଅଧିକାରୀ
  • ||
  • ସୋନପୁର: ସୁବୁଳିଆ ଗାଁରେ ଗୋଷ୍ଠୀ ସଂଘର୍ଷ, ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର
  • ||
  • ପୁଣି ରାଜଧାନୀରେ ୪୦ ଡ଼ିଗ୍ରୀ ଟପିଲା ତାତି
  • ||
  • ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୧୬ଟି ପ୍ରସ୍ତାବରେ ବାଜିଲା ମୋହର
  • ||
  • ବାସୁଦେବପୁର : ତାରିଣୀ ଛକ ସ୍ଥିତ ଟ୍ରାକ୍ଟର ଗ୍ୟାରେଜ୍‌ରେ ଅଘଟଣ , କାମ କରୁଥିବା ବେଳେ ଟ୍ରାକ୍ଟର ଟାୟାର ଫାସି ଗ୍ୟାରେଜ୍‌ ମେକାନିକଙ୍କ ମୃତ୍ୟୁ
  • ||
  • ଓଡ଼ିଶାର ୧୦ ଜିଲ୍ଲାରେ କରୋନା ଚିନ୍ତା , ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଏନେଇ ଟେଷ୍ଟିଂ ଟ୍ରାକିଂ ଓ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ
  • ||
  • ବଲାଙ୍ଗିର: ବାହାର ରାଜ୍ୟରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି ପାଟଣାଗଡ଼ ଅଞ୍ଚଳର ୨୫ ଶ୍ରମିକ
  • ||
  • ଅହମ୍ମଦାବାଦ ଟେଷ୍ଟ : ଭାରତ ୩-୧ରେ ସିରିଜ୍ ବିଜୟୀ
  • ||
  • ଟିଟିଲାଗଡ଼: ଟିଟିଲାଗଡରେ ଉତ୍କଟ ଜଳ ସମସ୍ୟା, ସିରଭଟା ପଡାରେ ପାଣି ପାଇଁ ରାସ୍ତାରୋକ
  • ||
  • ଆସ୍ଥା ଭୋଟ୍ ଜିତିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ, ଜଗମୋହନରେ ବାନ୍ତି କଲେ ଭକ୍ତ
  • ||
  • ସମ୍ବଲପୁର: ହୀରାକୁଦ ଅଶୋକ ନିବାସରେ ହାଇକୋର୍ଟ ବିଚାରପତି ସି.ଆର୍ ଦାସଙ୍କ ସମୀଖ୍ୟା ବୈଠକ, ସାମିଲ ହୋଇଛନ୍ତି ବିଭିନ୍ନ ଜିଲ୍ଲାର ବିଚାରପତି
  • ||
  • ସମ୍ବଲପୁର: ହାତୀ ଆକ୍ରମଣରେ ଜଣେ ମୃତ
  • ||
  • କେନ୍ଦୁଝର: ଇସ୍ପାତ କାରଖାନା ଦାବିରେ କେନ୍ଦୁଝରରେ ବିଜେପି ଯୁବ ମୋର୍ଚ୍ଚାର ପକ୍ଷରୁ ବିକ୍ଷୋଭ
  • ||
  • ଭୁବନେଶ୍ବର: ରାଜଧାନୀରେ ବିଚ୍ ରାସ୍ତାରେ ମର୍ଡର, ସିଆର୍‌ପିଏପ୍ ଛକ ନିକଟରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଲକ୍ଷ୍ମୀପୁର: ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କଲା ଲକ୍ଷ୍ମୀପୁର ପୋଲିସ, ଯୁବକ ଅଟକ
  • ||
  • ଭବାନୀପାଟଣା: ଜିଲ୍ଲା ସେସନ ଜଜ କୋର୍ଟ ଉଦ୍‌ଘାଟନ୍ କଲେ ମୁଖ୍ୟ ବିଚାରପତି ହାଇକୋର୍ଟ ଡ଼. ଏସ ମୁରଲୀଧର
  • ||
  • ବଲାଙ୍ଗୀର: ଶନି ମନ୍ଦିରରେ ଦୀପ ଜଳିବା ସମୟରେ ଶ୍ରଦ୍ଧାଳୁଙ୍କୁ ଲାଗିଗଲା ନିଆଁ, ହସ୍ପିଟାଲରେ ଭର୍ତ୍ତି
  • ||
  • ଭୁବନେଶ୍ବର: ରାତି ୧୦ଟାରେ ଉଠିବ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ
  • ||
  • ବୌଦ୍ଧ: ପୁରୁଣାକଟକ ଥାନା ଅନ୍ତର୍ଗତ କୋରଡ଼ାକୋଠା ଠାରେ କାର- ଟ୍ରଲର ମଧ୍ୟରେ ଧକ୍କା, ଜଣେ ମୃତ, ୪ ଗୁରୁତର
  • ||

ଶିଳ୍ପାୟନ, ନିଯୁକ୍ତିରେ ବିଜେଡି ଫେଲ୍‌: ଅପରାଜିତା

source:m.dailyhunt.in

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡ଼ିଶାର ବିକାଶ, ଶିଳ୍ପାୟନ ଏବଂ ନିଯୁକ୍ତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି । ଦୀର୍ଘ ୧୯ ବର୍ଷର ନିରଙ୍କୁଶ କ୍ଷମତା ଥାଇ ବି ସବୁ କ୍ଷେତ୍ରରେ ବିଜେଡି ସରକାର ବିଫଳ ହୋଇଛନ୍ତି । ଯୁବକ ଯୁବତୀଙ୍କ ହାତକୁ ରୋଜଗାର ଯୋଗାଇବା ହେଉ ବା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା, ସବୁଥିରେ ଓଡ଼ିଶା ସମଗ୍ର ଦେଶରେ ପଛରେ ପଡ଼ିଛି ବୋଲି ଅଭିଯୋଗ କରିଛନ୍ତିି ଅପରାଜିତା ଷଡ଼ଙ୍ଗୀ ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଓଡ଼ିଶା ଭଳି ପ୍ରାକୃତିକ ଖଣିଜ ସମ୍ପଦରେ ଭରା ରାଜ୍ୟରେ ବିନିର୍ମାଣ କ୍ଷେତ୍ରର ଜିଡିପିରେ ଅବଦାନ ଦିନକୁ ଦିନ ଖସିବାରେ ଲାଗିଛି । ଏହା ୧୮% ରୁ ଖସି ଆସି ୧୬%ରେ ପହଞ୍ଚିିଲାଣି । ଏଥିରୁ ରାଜ୍ୟର ବିକାଶ କେଉଁ ଆଡ଼କୁ ଯାଉଛି ତାହା ଜଳଜଳ । ଓଡ଼ିଶାର ହେଉଥିବା ମୋଟ ରପ୍ତାନୀର ୪% ହେଉଛି ପ୍ରାଇମେରି ଗ୍ରେଡ ଲୁହାପଥର ଓ ବକ୍ସାଇଟ । ଏହାଦ୍ୱାରା ରାଜ୍ୟର କିଛି ଲାଭ ହେଉନାହିଁ । ଓଡ଼ିଶାରେ କ’ଣ ପାଇଁ ଲୁହାପଥରରୁ ଇସ୍ପାତ କିମ୍ବା ଅନ୍ୟ ଉପକରଣ ରପ୍ତାନୀ ଦିଗରେ ରାଜ୍ୟ ସରକାର ଉଦ୍ୟମ କରୁନାହାନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି, ରାଜ୍ୟ ସରକାରଙ୍କ ସରକାରୀ ତଥ୍ୟ ଅନୁସାରେ ରାଜ୍ୟର ୬୬% ପ୍ରତିଶତ ଗ୍ରାମୀଣ ଲୋକ ହେଉଛନ୍ତି ଆର୍ଥିକ ଦୃଷ୍ଟିରୁ ପଛୁଆ । କାହିଁକି ଓଡ଼ିଶାରେ ଦୀର୍ଘସୂତ୍ରୀ ବିକାଶ ପାଇଁ ଚିନ୍ତା କରାଯାଉନାହିଁ । ନିର୍ବାଚନ ବେଳେ କେବଳ ପଇସା ବାଣ୍ଟିଲେ ରାଜ୍ୟର ବିକାଶ ହୋଇପାରିବ ନାହିଁ । ରାଜ୍ୟ ସରକାରଙ୍କ ନିଯୁକ୍ତି ସୃଷ୍ଟି କଲା ଭଳି ଶିଳ୍ପ ପ୍ରତିଷ୍ଠାରେ ସଫଳତା କାହିଁକି ନାହିଁ? ବିଭିନ୍ନ ଶିଳ୍ପ କ୍ଷେତ୍ର ଯଥା ଅଟୋ କମ୍ପୋନେଣ୍ଟସ, ଜେମ୍‌ସ ଆଣ୍ଡ ଜୁଏଲାରୀ, ଖାଦ୍ୟ ପ୍ରକିୟାକରଣ, ପୋଷାକ ନିର୍ମାଣ, ଟେକ୍ସଟାଇଲ ପାର୍କ, ଔଷଧ ଶିଳ୍ପ ଓ ବାୟୋଟେକ ଆଦି କ୍ଷେତ୍ରରେ ଆଜି ଓଡ଼ିଶା ଶୂନ । ୧୯ ବର୍ଷର ବିଜେଡି ସରକାର ଏହି ଶିଳ୍ପ କ୍ଷେତ୍ରଗୁଡ଼ିକରେ ପୁଜିଂ ନିର୍ମାଣରେ ସମ୍ପୃର୍ଣ୍ଣ ବିଫଳ ହୋଇଛି । ଓଡ଼ିଶାରେ ରୋଜଗାରର ସୁଯୋଗ ଅଭାବରୁ ଓଡ଼ିଶାର ଯୁବପିଢ଼ି ଅନ୍ୟ ରାଜ୍ୟରେ ଥିବା ଶିଳ୍ପ ସଂସ୍ଥାରେ କମ୍‌ ପଇସାରେ କାମ କରିବା ପାଇଁ ବାଧ୍ୟ ହେଉଛି । ସୁରଟ, ବେଙ୍ଗାଲୁରୁ, ଜାମସେଦପୁର ଆଦି ସ୍ଥାନରେ ଓଡ଼ିଆ ଯୁବକକୁ ନିଜ ଭିଟାମାଟି ଛାଡ଼ି ବାଧ୍ୟରେ କାମ କରିବା ପାଇଁ ପଡୁଛି ବୋଲି ଅପରାଜିତା କହିଛନ୍ତି ।
ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି, ମେକ ଇନ୍‌ ଓଡ଼ିଶା ସମ୍ପୂର୍ଣ୍ଣ ବିଫଳ ହୋଇଛି । ମେକ ଇନ୍‌ ଓଡ଼ିଶା ନାଁରେ ଓଡ଼ିଆ କରଦାତାଙ୍କ କଷ୍ଟ ଲବ୍ଧ ରୋଜଗାରରେ ଏକ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି । ମେକ ଇନ୍‌ ଓଡ଼ିଶା ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟିର ପୁଜିଂନିବେଶ ସହ ୧.୪ ଲକ୍ଷ ଚାକିରି ସୃଷ୍ଟିର ପ୍ରତିଶ୍ରୁତି ଦିଆଯାଇଥିଲା । ଏହା କୁଆଡ଼େ ଗଲା? ଏ ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଚାକିରି ଓ ରୋଜଗାର ସୃଷ୍ଟିରେ ବିଫଳ ଓଡ଼ିଶା ସରକାର ଦୃଷ୍ଟି ଏଡ଼ାଇବା ପାଇଁ ବିଜୁ ଯୁବ ବାହିନୀର ବାହାନା କରୁଛି । ଓଡ଼ିଶା ସ୍କିଲ୍‌ ଡେଭଲପମେଣ୍ଟ ଅଥରିଟି ୬.୯୫ ଲକ୍ଷ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କରିଛି ବୋଲି ଦାବି କରୁଥିବା ବେଳେ ସେଥିରୁ ମାତ୍ର ୭୭ ହଜାରଙ୍କୁ ଚାକିରି ମିଳିଛି । ଏ ସରକାର ପୂରାକୁ ପୂରା ଫେଲ୍‌ ମାରିଛି ବୋଲି ଅପରାଜିତା କହିଛନ୍ତି ।