‘ପୋଲିସ ନିର୍ଯ୍ୟାତନା ଆମ ପୁଅକୁ ଆତଙ୍କବାଦୀ ସଜାଇଦେଲା’ : ପୁଲଓ୍ବାମା ମାନବବୋମା ପରିବାର ଏବେ ବି ଝୁରୁଛନ୍ତି

ନୂଆଦିଲ୍ଲୀ,୧୪।୨: ଆଜିଠାରୁ ଠିକ୍ ୧ ବର୍ଷ ପୂର୍ବେ ସାଉଥ୍ କଶ୍ମୀରର ପୁଲଓ୍ବାମାରେ ସିଆରପିଏଫର କନଭୟ ଉପରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ ହୋଇଥିଲେ। ଏହି ଆକ୍ରମଣରେ ଜୈଶ-ଇ-ମହମ୍ମଦର ୨୩ ବର୍ଷୀୟ ଆତଙ୍କବାଦୀ ଆଦିଲ ଅହମ୍ମଦ ଡାର ଥିଲା ଆକ୍ରମଣକାରୀ। ୨୦୧୮ରେ ଜୈଶରେ ସାମିଲ ହୋଇଥିବା ଆଦିଲ ଏହି ଆକ୍ରମଣ ପୂର୍ବରୁ ସମସ୍ତଙ୍କ ପାଇଁ ଅଜଣା ରହିଥିଲା, କିନ୍ତୁ ଘଟଣା ପରେ ସମସ୍ତେ ତାକୁ ଜାଣିଥିଲେ। ଦ୍ବାଦଶ ଶ୍ରେଣୀରେ ପଢୁଥିବା ଆଦିଲକୁ ଆକ୍ରମଣ ପରେ ଜୈଶ ତାକୁ ଏକ ବାହାଦୁର କମାଣ୍ଡୋ ବୋଲି କହିଥିଲା।

ଆକ୍ରମଣ ପରେ ଯେତେବେଳେ ଆଦିଲର ନାଁ ସାମନାକୁ ଆସିଥିଲା ତା’ର ପରିବାର ଲୋକ ବିଶ୍ବାସ କରିପାରିନଥିଲେ। ସେ ନିଜର ବାପାଙ୍କର ମାରୁତି କାରର ଚାବି ନେଇ ଦକ୍ଷିଣ କଶ୍ମୀରର ଗୁଣ୍ଡିବାଗ ଗାଁ ପାଖାପାଖି ଚଳାଉଥିଲା। ସେ କେବେ ବି ଦୂରକୁ ଯାଇନଥିଲା କାରଣ ତା ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା। ତାକୁ ପୁଲଓ୍ବାମାର ସବୁ ରାସ୍ତା ବିଷୟରେ ଜଣାଥିଲା। ଆଦିଲର ବାପା ଜଣେ ଭେଣ୍ଡର ଓ ସେ ନିଜର ବାପା-ମାଙ୍କର ୩ ପୁଅଙ୍କ ଭିତରକୁ ସବୁଠୁ ସାନ ଥିଲା।

ଆଦିଲକୁ କ୍ରିକେଟ୍ ଖେଳିବାକୁ ଖୁବ୍ ଭଲ ଲାଗୁଥିଲା ଓ ମହେନ୍ଦ୍ର ସିଂ ଧୋନି ତା’ର ସବୁଠାରୁ ପ୍ରିୟ ଖେଳାଳ ଥିଲେ। ତା’ର ବାପା ଗୁଲାମ ହସନ ଡାର କୁହନ୍ତି, ପାକିସ୍ତାନ ସହିତ ଯେତେବେଳେ କେବେ ଭାରତର ମ୍ୟାଚ୍ ହେଉଥିଲା ସେ ଅନ୍ୟ କଶ୍ମୀରବାସୀଙ୍କଠାରୁ ଅଲଗା ଆଦିଲ ସବୁବେଳେ ଟିମ୍ ଇଣ୍ଡିଆ ପାଇଁ ଚିୟର କରୁଥିଲା। ପୁଲଓ୍ବାମା ଆକ୍ରମଣର ତୁରନ୍ତ ପର ଆଦିଲର କଥା ସାରା ଦେଶରେ ଆଲୋଚନା ହୋଇଥିଲା। ଆଦିଲ ବାରୁଦ ଭର୍ତ୍ତି ଏକ ମାରୁତି ଇକୋ କାରକୁ ସିଆରପିଏଫ୍ ଯବାନଙ୍କ ବସ୍ ସହିତ ମାଡ କରିଇେଥିଲା।

ଗୁଲାମ ହସନ କହିଛନ୍ତି, ଆମକୁ ତା’ର ଶରୀରର କୌଣସି ଟିକେବି ଖଣ୍ଡ ମିଳିନଥିଲା। ମୁଁ କେବଳ ତା’ର ଭିଡିଓ ଦେଖିଥିଲି, ଯେଉଁଥିରେ ସେ ନିଜକୁ ଆକ୍ରମଣ ପାଇଁ ଦାୟୀ ବୋଲି କହୁଛି ଓ ମୋତେ ସେତେବେଳେ ଜଣାପଡିଥିଲା ଏ ମୋ ପୁଅ।’ ଏହି କଥା ସେତେବେଳେ ଜଣାପଡିଥିଲା ଯେବେ ମାର୍ଚ୍ଚ ୨୦୧୮ରେ ଘର ଛାଡିବା ପରେ ସୋସିଆଲ ମିଡିଆରେ ଆଦିଲ ଫଟୋଗ୍ରାଫ ପୋଷ୍ଟ କରିଥିଲେ। ୧ ବର୍ଷ ପର୍ଯ୍ୟନ୍ତ ତା ବିଷୟରେ କୌଣସି ଖବର ନଥିଲା।

୧୯ ମାର୍ଚ୍ଚ ୨୦୧୮ରେ ଆଦିଲ ଘର ଛାଡି ଦେଇଥିଲା। ପରିବାର ଲୋକ ତାକୁ ଖୁବ୍ ଖୋଜାଖୋଜି କରିବା ପରେ ପୋଲିସ ନିକଟରେ ନିଖୋଜ ଖବର ଦେଇଥିଲେ। ଆଦିଲ ତା’ର ମା’ଙ୍କର ଖୁବ୍ ଗେହ୍ଲା ପୁଅ ଥିଲା। ମା’ଙ୍କୁ ଘର କାମ ଯେପରିକି ରୋଷେଇ କରିବା, ବାସନ ମାଜିବା ଏବଂ ସଫାସଫିରେ ଖୁବ୍ ସାହାର୍ଯ୍ୟ କରୁଥିଲା। ପାର୍ଟ ଟାଇମ୍ ଚାକିରି କରି ସେ ତା ମା’ଙ୍କୁ ସୁନା କାନଫୁଲ କିଣିକି ଦେଇଥିଲା। ଦ୍ବାଦଶ ଶ୍ରେଣୀରେ ପଢୁଥିବା ବେଳେ ସେ ୨୦୧୭ରେ ନିଜର ପାଠପଢା ଅଧାରେ ଛାଡି ଦେଇଥିଲା।

ପୋଲିସ ରେକର୍ଡ ଅନୁସାରେ ଡାର, ଘାଟିରେ କାଟାଗୋରୀ ସି’ର ଆତଙ୍କବାଦୀ ଥିଲା। ଆଦିଲ ଏକ ଦୋକାନରେ କାମ କରୁଥିଲା। ଯେଉଁଠି ସେ କାଠ ଡବା ତିଆରି କରିବାର କାମ କରୁଥିଲା। ପୋଲିସ ଅଧିକାରୀଙ୍କ ମତରେ ଆଦିଲ ଏକ ଦୋକାନରେ କାମ କରୁଥିଲା। ସେ କାଠ ଡବା ତିଆରି କରିବାର କାମ କରୁଥିଲା। ପରିବାର ଲୋକ ଜାଣିନଥିଲେ ଆଦିଲ ଆତଙ୍କବାଦୀ କିପରି ହେଲା।

ଆଦିଲର ବାପା ଗୁଲାମ ହସନଙ୍କ କହିବା ଅନୁସାରେ, ଯେଉଁ ସମୟରେ ଘାଟିରେ ପଥରମାଡ ଜାରିଥିଲା ଆଦିଲ ଗୋଟେ ଦିନ ସ୍କୁଲରୁ ଫେରୁଥିଲା। ଆଦିଲକୁ ପଥରଫିଙ୍ଗାଳି ଭାବି ପୋଲିସ ସମସ୍ତଙ୍କ ସାମନାରେ ଲଜ୍ଜିତ କରିବା ସହ ନିର୍ଯ୍ୟାତନା ଦେଇଥିଲା। ଏହି ଘଟଣା ତାକୁ ବିଦ୍ରୋହୀ କରିଦେଇଥିଲା। ଆଦିଲ ଏହାପରେ ସ୍କୁଲ ଯାଇନଥିଲା ଓ ପରେ ଏକ ମିଲରେ କାମ କରିଥିଲା। ସେ ମାସକୁ ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରୁଥିଲା ଓ ନିଜର ମା’ ପାଇଁ ଅନେକ ଗୁଡିଏ ଉପହାର ମଧ୍ୟ ଦେଉଥିଲା।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା