Apple ଲଞ୍ଚ କଲା ଶସ୍ତା iPhone SE, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୁଆଦିଲ୍ଲୀ ୧୬/୪: ଆପଲ୍ (apple)ନିଜ ଶସ୍ତା ସ୍ମାର୍ଟଫୋନ୍ ଆଇଫୋନ୍ SE 2020 ଲଞ୍ଚ କରିଛି । ନୂଆ ଆଇଫୋନର ସବୁଠାରୁ ଖାସ୍ କଥା ହେଉଛି ଏହାର ଦାମ୍ ସହିତ ଏହାର ଫିଚର୍ସ । ଏହି ନୂଆ ଆଇଫୋନ୍ ଏସଇରେ କମ୍ପାନୀର ଆଇଫୋନ୍ ୧୧ ସିରିଜର ପ୍ରୋସେସର ଦିଆଯାଇଛି । iPhone SE କୁ ୬୪ ଜିବି, ୧୨୮ ଜିବି, ୧୨୮ ଜିବି ଓ ୨୫୬ ଜିବି ଭେରିଏଣ୍ଟରେ ମାର୍କେଟକୁ ଆଣିଛି କମ୍ପାନୀ । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୪୨,୫୦୦ ଟଙ୍କା ରଖା ଯାଇଛି । ଆସନ୍ତୁ ଜାଣିବା ଏହାର ଫିଚର୍ସ ସମ୍ପର୍କରେ ।

ଫୋନରେ ୪.୭ ଇଞ୍ଚ ରେଟିନା ଏଚଡି ଡିସପ୍ଲେ ଟପ୍  ଓ ବଟମରେ ଚଉଡା ବ୍ୟଜେଲ୍ ସହିତ ଦିଆଯାଇଛି । ଫୋନରେ ହୋମ୍ ବଟନ ଗତ ମଡେଲ୍ସ ଭଳି ଟଚଆଇଡି ସହିତ ମିଳିବ । ଏହାର ଡିଜାଇନ୍ ପାଖାପାଖି ଆଇଫୋନ୍ ୮ ଭଳି ରହିଛି ।

ପୂର୍ବରୁ କୁହାଯାଇଥିଲା କି ନୂଆ ଆଇଫୋନ୍ ଆଇଫୋନ୍ ୧୧ ସିରିଜ୍ ସଫ୍ଟୱେୟାରରେ କାମ କରେ | ଏହି ନୂଆ ଆଇଫୋନରେ ଆପଲ୍ ର A୧୩ ବାୟୋନିକ୍ ଚିପ୍ ଅଛି, ଯାହାକି କମ୍ପାନୀର ମହଙ୍ଗା ଆଇଫୋନ୍ ୧୧ ଏବଂ ଆଇଫୋନ୍ ୧୧ ପ୍ରୋ ମଡେଲରେ ନଜର ଆସେ ।

ଏହାର ବାକି ଫିଚର୍ସ କଥା କହିବା ତ ଏହି ଫୋନ୍ ୱାଟର ଏବଂ ଡଷ୍ଟପ୍ରୁଫ୍ । ଏଥିପାଇଁ ନୂଆ ଆଇଫୋନକୁ IP 67 ରେଟିଂ ଦିଆଯାଇଛି । ଆପଲର ନୂଆ ଆଇଫୋନ୍ SE ବ୍ଲାକ୍, ହ୍ୱାଇଟ୍ ଓ ପ୍ରଡକ୍ଟ ରେଡ କଲର ଅପ୍ସନରେ ଲଞ୍ଚ କରାଯାଇଛି ।

କ୍ୟାମେରା କଥା କହିବା ତ ଏଥିରେ ସିଙ୍ଗଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି ଯାହା କି ୧୨ ମେଗାପିକ୍ସେଲର ଏବଂ ଏହାର ଆପ୍ରେଚର F/1.8 । ଏଥିରେ ୟୁଜର ୪କେ ଭିଡିଓଗ୍ରାଫି ମଧ୍ୟ କରିପାରିବେ । ସେଲ୍ଫି ପାଇଁ ଏଥିରେ ୭ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏହା ସହିତ ଆପଲ୍ ଏହି ଶସ୍ତା ଫୋନରେ ମଧ୍ୟ HDR ଏବଂ ପ୍ରୋଟ୍ରେଟ୍ ଭଳି ଫିଚର୍ସ ଦେଇଛି ।

ଦାମ୍
ଏହାର ୬୪ ଜିବି ଭେରିଏଣ୍ଟର ଦାମ୍ ୩୯୯ ଡଲାର୍ ରଖାଯାଇଛି । ଭାରତୀୟ ମୁଦ୍ରାରେ ଏହା ୪୨,୫୦୦ ଟଙ୍କା । ୧୨୮ ଜିବି ଭେରିଏଣ୍ଟରେ ମୂଲ୍ୟ ୪୪୯ ଡଲାର୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ମଡେଲର ଦାମ୍ ୫୪୯ ଡଲାର୍ ରଖାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୧୨୮ ଜିବି ଏବଂ ୨୫୬ ଜିବି ଷ୍ଟୋରେଜ୍ ଭେରିଏଣ୍ଟର ଭାରତୀୟ ଦାମ୍ ସମ୍ପର୍କରେ ଏପର୍ଯ୍ୟନ୍ତ ଖୁଲାସା ହୋଇନି ।

ପାୱର ପାଇଁ ଫୋନରେ ୱେୟାରଲେସ୍ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯାଇଛି । କମ୍ପାନୀର କହିବାନୁସାରେ iPhone SE 2 ର ବ୍ୟାଟେରୀ ୩୦ ମିନିଟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯିବ । ତେବେ ଏଥିପାଇଁ ଅଲଗା ଏକ ୧୮ ୱାଟର ଚାର୍ଜର କିଣିବାକୁ ପଡିବ ।

   ସମ୍ବନ୍ଧିତ ଖବର


ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ