ଗୁଗଲ ସର୍ଚ୍ଚକୁ ଟକ୍କର ଦେବ ସଫାରୀ

ନୂଆଦିଲ୍ଲୀ ୨୯/୧୦: ଯଦି ଆପଣଙ୍କୁ କିଛି ଜାଣିବାର ଥାଏ ତେବେ ଆପଣ ଗୁଗଲ ସର୍ଚ୍ଚ କରନ୍ତି । ଗୁଗଲ ସର୍ଚ୍ଚ ଇଞ୍ଜନ ସାରା ବିଶ୍ୱରେ ବହୁତ ପପୁଲାର ହୋଇସାରିଛି । ଯଦି କାହାର କିଛି ଜାଣିବାର ଥାଏ ତେବେ ସେ ସିଧା ଗୁଗଲ ସର୍ଚ୍ଚକୁ ହିଁ ଯାଏ । କିନ୍ତୁ ଏବେ ସାରା ବିଶ୍ୱରେ ଗୁଗଲ ସର୍ଚ୍ଚ ଇଞ୍ଜିନକୁ ଟକ୍କର ଦେବା ପାଇଁ ଆପ୍ପଲ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆପ୍ପଲ ନିଜ ସର୍ଚ୍ଚ ଇଞ୍ଜିନ ସଫାରୀ(Safari) ସାରା ବିଶ୍ୱରେ ପପୁଲାର କରିବାକୁ ପ୍ରସ୍ତୁତ ହେଉଛି ।

iOS 14 ରେ ଡିଫଲ୍ଟ ସର୍ଚ୍ଚ ଅପ୍ସନ ହେଲା ସଫାରୀ
ଆପ୍ପଲ ନିଜ ନୂଆ iOS 14 ରେ ବଡ ପରିବର୍ତ୍ତନ ଆଣିଛି । ଟେକ୍ ସାଇଟ୍ wccftech.com ଅନୁସାରେ ଆପ୍ପଲ ନିଜ ସମସ୍ତ ଆଇଫୋନ୍ସର ଅପରେଟିଂ ସିଷ୍ଟମରେ ଡିଫଲ୍ଟ ସର୍ଚ୍ଚରେ ସଫାରୀକୁ ଆଡ୍ କରିଛି । ରିପୋର୍ଟ୍ସ ଅନୁସାରେ ଗୁଗଲକୁ ଟକ୍କର ଦେବା ପାଇଁ ଆପ୍ପଲ ନିଜ ସର୍ଚ୍ଚ ଇଞ୍ଜିନକୁ ବ୍ୟାପକ କରିବା ପାଇଁ ବହୁତ ପଇସା ନିବେଶ କରୁଛି ।  

କଣ ଏହି ସଫାରୀ
ଆପ୍ପଲ ନିଜ ଡେସ୍କଟପ ଓ ମୋବାଇଲ ପାଇଁ ଅଲଗା ସର୍ଚ୍ଚ ଇଞ୍ଜିନ ଚଳାଏ । ଏହି ସର୍ଚ୍ଚ ଇଞ୍ଜିନ ଖାସ୍ ଆପ୍ପଲ ୟୁଜର୍ସଙ୍କ ପାଇଁ ରହିଥାଏ । କିନ୍ତୁ ଗୁଗଲର ବଢୁଥିବା ଆୟ ଓ ପ୍ରଭାବକୁ ଦେଖି ଆପ୍ପଲ ମଧ୍ୟ ନିଜ ସର୍ଚ୍ଚ ଇଞ୍ଜିନକୁ ସାଧାରଣ ଲୋକଙ୍କୁ ଉପଲବ୍ଧ କରିବା ପାଇଁ ଯୋଜନା କରିଛି ।