ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

ମୁମ୍ୱାଇ – ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଓ ବିବେକ ଓବରୟେଙ୍କ ମଧ୍ୟରେ ଜାରି ବିବାଦ କୌଣସି ନୂଆ କଥା ନୁହେଁ । ୨୦୦୩  ମସିହାରେ ହୋଇଥିବା ଏକ ଘଟଣା ପରେ ବଲିଉଡ୍‌ର ଏହି ଦୁଇ ଷ୍ଟାର ପରସ୍ପର ଭିତରେ ସୋସିଆଲ ଡିଷ୍ଟାନ୍ସିଂ ରଖିଛନ୍ତି। ଉଭୟଙ୍କ ଭିତରେ ବିବାଦ ଏତେ ଗୁରୁତର ଯେ, ବିବେକ ଏମିତି କହି ସାରିଛନ୍ତି କି , ତାଙ୍କୁ ସଲମାନଙ୍କୁ ଡ଼ର ଲାଗୁଛି। ଏବେ ଏହି ବିବେକ ଓବରୟେଙ୍କ ସହ  ସଲମାନ ଖାନଙ୍କ ଭାଇ ଅରବାଜ ଖାନ୍‌ ଫିଲ୍ମ କରିବାକୁ ଯାଉଛନ୍ତି ।

କୁହାଯାଉଛି କି , ପ୍ରଥମ ଥର ଅରବାଜ ଖାନ୍‌ ଓ ବିବେକ ଓବରୟେ ଏକ ଫିଲ୍ମରେ ନଜର ଆସୁଛନ୍ତି । ଫିଲ୍ମ କ୍ୟାରିୟର ହିସାବରେ ଏହି ଦୁଇ କଳାକାରଙ୍କୁ ବର୍ତ୍ତମାନ ଏକ ହିଟ୍‌ ଫିଲ୍ମର ଆବଶ୍ୟକ । ଆଉ ଏହା  ଭିତରେ ଉଭୟ ସାଥିରେ ଆସିବାକୁ  ନିଷ୍ପତ୍ତି ନେଉଛନ୍ତି । କୁହାଯାଉଛି କି  ଅରବାଜ , ବିବେକଙ୍କ ସହ  ଫିଲ୍ମ  ରୋଜି-ଦ ସାଫ୍ରୋନ ଚାପଟରରେ ନଜର ଆସିବେ । ଏହି ଫିଲ୍ମରେ ଶ୍ୱେତା ତିୱାରୀଙ୍କର ଝିଅ ପଲକ ତିୱାରୀ ମଧ୍ୟ ନଜର ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏହି ଫିଲ୍ମର ନିର୍ମାତା ମଧ୍ୟ ନିଜେ ବିବେକ ଓବରୟେ। ଆଉ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏ ସବୁ ଭିତରେ ଅରବାଜ ତାଙ୍କ ସହ କାମ ତ କରୁଛନ୍ତି , ହେଲେ ତାଙ୍କର ଭୂମିକା ଏକ ସହ-କଳାକାର ଭାବେ ରହିବ । କିନ୍ତୁ ପ୍ରଶ୍ନ ଉଠୁଛି , ଅରବାଜ ଖାନ୍‌ , ବିବେକଙ୍କ ସହ କାମ କରିବା କଣ ସଲମାନଙ୍କୁ ପସନ୍ଦ ଆସିବ ? ସଲମାନ ଖାନ୍ କଣ ନିଜ ଭାଇକୁ ବିବେକଙ୍କ ସହ କାମ କରିବାକୁ ଦେବେ  ?

ସାମନାକୁ ଆସିଥିବା ଏହି ନୂଆ ପ୍ରୋଜେକ୍ଟରେ ସଲମାନ ଖାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।